Asia Cup India vs Malaysia / ମାରିକି ଧୁଆଁ ଉଡ଼ାଇଲେ ଭାରତୀୟ ଖେଳାଳି, ୯୩ ଅଲ୍ଆଉଟ୍ ବପକ୍ଷ

Key Points
ଭାରତର ଦମ୍ଦାର ବିଜୟ । ଇତିହାସ ରଚିଲା ଭାରତ । ଅନ୍ବିଟେବୁଲ ସାଜିଛି ଇଣ୍ଡିଆ । ୧୯ ବର୍ଷରୁ କମ ଏସିଆ କପ୍ରେ ଭାରତର ଦମ୍ଦାର ବିଜୟ ହୋଇଛି । ଏଥିରେ ଅଭିଜ୍ଞାନଙ୍କ ଚମତ୍କାର ଦ୍ବିଶତକ ସାମିଲ ଅଛି । ଦ୍ୱିଶତକ କରି ଏକ ନୂଆ ଇତିହାସ ଲେଖିଛନ୍ତି ଅଭିଜ୍ଞାନ । ଏହି ମ୍ୟାଚ୍ରେ ମାଲେସିଆକୁ ୩୧୫ ରନରେ ହରାଇଛି ଭାରତ । ପ୍ରଥମେ ବ୍ୟାଟିଂ କରି ଭାରତ ୪୦୮/୭ ରନ୍ କରିଥିଲା । ଏହାର ଜବାବରେ ୪୦୯ ରନ୍ର ବିଜୟ ଲକ୍ଷ ନେଇ ମାଲେସିଆ ମଇଦାନକୁ ଓହ୍ଲାଇଥିଲା । ହେଲେ ମାଲେସିଆ ଦଳ ମାତ୍ର ୯୩ ରନ୍ କରି ଅଲ୍ଆଉଟ୍ ହୋଇଥିଲା ।
ଭାରତର ୱିକେଟ କିପର ଏବଂ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ ୧୨୫ ବଲ ଖେଳି ଅପରାଜିତ ୨୦୯ ରନ୍ତ କରିଛନ୍ତି । ଯାହାଫଳରେ ଏକ ବିଶାଳ ସ୍କୋର କରିପାରିଥିଲା ଭାରତ । ସେହିଭଳି ଭାରତ ପକ୍ଷରୁ ଦୀପେଶ ଦେବେନ୍ଦ୍ରନ ମୂଲ୍ୟବାନ ୫ଟି ୱିକେଟ ନେଇ ମଧ୍ୟ ଏକ ରେକର୍ଡ ସୃଷ୍ଟି କରିଛନ୍ତି ।
ଏହି ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ଆଉ ନିର୍ଦ୍ଧାରିତ ୫୦ ଓଭର୍ରେ ଭାରତୀୟ ଦଳ ୭ ୱିକେଟ୍ ହରାଇ ୪୦୮ ରନ୍ କରିଥିଲା । ବଡ଼ ସ୍କୋରିଂ ମ୍ୟାଚ୍ରେ ହିରୋ ସାଜିଥିଲେ ଭାରତ ପାଇଁ ପଞ୍ଚମ ନମ୍ବରରେ ବ୍ୟାଟିଂ କରିଥିବା ୧୭ ବର୍ଷୀୟ ଅଭିଜ୍ଞାନ କୁଣ୍ଡୁ । ତାଙ୍କର ୨୦୯ ରନ୍ରେ ୯ଟି ଛକା ଓ ୧୭ଟି ଚଉକା ସାମିଲ୍ ରହିଛି ।
ଅଭିଜ୍ଞାନଙ୍କ ଏହି ଇନିଂସ ସହ ସେ ଅଣ୍ଡର୍-୧୯ ଏସିଆ କପ୍ରେ ସବୁଠୁ ବଡ଼ ପାଳି ଖେଳିଥିବା ଭାରତୀୟ ବ୍ୟାଟ୍ସମ୍ୟାନ୍ । ଏହା ପୂର୍ବରୁ ଏହି ରେକର୍ଡ ଥିଲା ବୈଭବ ସୂର୍ଯ୍ୟବଂଶୀଙ୍କ ନାମରେ । ବୈଭବ, ୟୁଏଇ ବିପକ୍ଷ ମ୍ୟାଚ୍ରେ ୧୭୧ ରନ୍ କରିଥିଲେ । ମୁମ୍ବାଇର ଅଭିଜ୍ଞାନ ମାତ୍ର ୮୦ ବଲ୍ରେ ଶତକ ମାରିଥିଲେ । ୧୭ ବର୍ଷର ଅଭିଜ୍ଞାନ ୧୧ ଚଉକା, ଗୋଟିଏ ଛକା ସହାୟତାରେ ସେଞ୍ଚୁରୀ ପରେ ବିସ୍ଫୋରକ ବ୍ୟାଟିଂ କରି ଦ୍ଵିଶତକ ହାସଲ କରିଥିଲେ । ୧୯ ବର୍ଷରୁ କମ୍ ଏସିଆ କପ୍ରେ ଦ୍ଵି-ଶତକ ହାସଲ କରିବାରେ ଅଭିଜ୍ଞାନ କୁଣ୍ଡୁ ପ୍ରଥମ ଭାରତୀୟ ।
📱 Get Argus News App
✨Related Topics
Explore more stories