Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Flight Cancelled Due To Ash / ଭାରତ ମୁହାଁ ଇଥୋପିଆରେ ଜ୍ୱଳାମୁଖୀ: ଏୟାର ଇଣ୍ଡିଆର ୧୧ ବିମାନ ବାତିଲ

Ritu Das
Browse all articles by Ritu Das
·7 months ago·2 min read
ଭାରତ ମୁହାଁ ଇଥୋପିଆରେ ଜ୍ୱଳାମୁଖୀ: ଏୟାର ଇଣ୍ଡିଆର ୧୧ ବିମାନ ବାତିଲ

Key Points

ଜ୍ୱଳାମୁଖୀର ପ୍ରଭାବ ଦିଲ୍ଲୀ, ରାଜସ୍ଥାନ ଓ ଉତ୍ତର ଭାରତରେ ପଡିବାକୁ ଯାଉଥିବା କୁହାଯାଉଛି । ସେଥିପାଇଁ ସୋମବାର ଠାରୁ ଏୟାର ଇଣ୍ଡିଆ ଅତି କମରେ ୧୧ଟି ଉଡ଼ାଣ ବାତିଲ କରାଯାଇଛି ।
ରାଜଧାନୀକୁ ଏବେ ବଡ଼ ବିପଦ ଘାରିଛି। କିଛି ଦିନ ହେଲା ଦିଲ୍ଲୀ ବିଷବଳୟରେ ଥିବାବେଳେ ଆଜି ଜ୍ବାଳାମୁଖୀ ଉଦ୍‌ଗୀରଣର ବିଷାକ୍ତ ଧୂଆଁ ଦିଲ୍ଲୀକୁ ଆକ୍ତାମାକ୍ତା କରିଛି। ଇଥୋପିଆର ହାଇଲି ଗୁବ୍ବିରୁ ଜ୍ୱଳାମୁଖୀ ବିସ୍ଫୋରଣ ପରେ ଉଠିଥିବା ଅଗ୍ନିର ବାଦଲ ଦିଲ୍ଲୀ ଓ ରାଜସ୍ଥାନ ଆକାଶରେ ପହଞ୍ଚିବା ସମ୍ଭାବନା ଥିବାରୁ ସତର୍କ କରାଯାଇଛି । ଜ୍ୱଳାମୁଖୀର ପ୍ରଭାବ ଦିଲ୍ଲୀ, ରାଜସ୍ଥାନ ଓ ଉତ୍ତର ଭାରତରେ ପଡିବାକୁ ଯାଉଥିବା କୁହାଯାଉଛି । ସେଥିପାଇଁ ସୋମବାର ଠାରୁ ଏୟାର ଇଣ୍ଡିଆ ଅତି କମରେ ୧୧ଟି ଉଡ଼ାଣ ବାତିଲ କରାଯାଇଛି । ଏବଂ ଇଥୋପିଆରେ ଜ୍ୱାଳାମୁଖୀ କାର୍ଯ୍ୟକଳାପ ଯୋଗୁଁ ପାଉଁଶ ଗଦା ହୋଇଥିବା ସ୍ଥାନ ଗୁଡ଼ିକ ଉପରେ ଉଡ଼ିଥିବା ବିମାନଗୁଡ଼ିକର ସତର୍କତାମୂଳକ ଯାଞ୍ଚ କରାଯାଉଛି।

ଏହାସହ ପଢ଼ନ୍ତୁ: ଭାରତ ଆକାଶରେ ଜ୍ୱାଳାମୁଖି ପାଉଁଶ : ଦିଲ୍ଲୀ ଅନ୍ଧାର, ବିମାନ ଚଳାଚଳ ବାତିଲ

AI 106- ନ୍ୟୁଆର୍କ-ଦିଲ୍ଲୀ, AI 102- ନ୍ୟୁୟର୍କ (JFK) ଦିଲ୍ଲୀ ବିମାନ ବାତିଲ୍

AI 2204- ଦୁବାଇ-ହାଇଦ୍ରାବାଦ୍‌, AI 2290- ଦୋହା-ମୁମ୍ବାଇ ବିମାନ ବାତିଲ୍

AI 2212- ଦୁବାଇ-ଚେନ୍ନାଇ, AI 2284- ଦୋହା-ଦିଲ୍ଲୀ ବିମାନ ବାତିଲ୍

AI 2822- ଚେନ୍ନାଇ-ମୁମ୍ୱଇ, AI 2466- ହାଇଦ୍ରାବାଦ-ଦିଲ୍ଲୀ ବିମାନ ବାତିଲ୍

AI 2444/2445- ମୁମ୍ୱାଇ-ହାଇଦ୍ରାବାଦ-ମୁମ୍ୱାଇ ବିମାନ ମଧ୍ୟ ବାତିଲ୍

AI 2471/2472- ମୁମ୍ୱାଇ-କୋଲକାତା-ମୁମ୍ୱାଇ ବିମାନ ମଧ୍ୟ ବାତିଲ୍

ଡିଜିସିଏ ବିମାନ କମ୍ପାନୀଗୁଡ଼ିକୁ ପ୍ରଭାବିତ ଉଚ୍ଚତା ଏବଂ ଅଞ୍ଚଳ ଗୁଡ଼ିକଠାରୁ କଡ଼ାକଡ଼ି ଦୂରେଇ ରହିବାକୁ ପରାମର୍ଶ ଜାରି କରିଛି । କାରଣ ଜ୍ୱାଳାମୁଖୀ ପାଉଁଶ ଉଚ୍ଚ ତାପମାତ୍ରାରେ ତରଳି ଯାଉଥିବା ଘଷିକାରୀ, କାଚ ପରି କଣିକା ଯୋଗୁଁ ବିମାନ ଇଞ୍ଜିନକୁ କ୍ଷତି ପହଞ୍ଚାଇପାରେ। ଯେତେବେଳେ ପାଉଁଶ ଗ୍ରହଣ କରାଯାଏ, ଏହା ଗରମ ଇଞ୍ଜିନ ଉପାଦାନରେ ତରଳିପାରେ, କାଚ ପରି ପଦାର୍ଥରେ କଠିନ ହୋଇପାରେ ଏବଂ ଟରବାଇନ୍ ବ୍ଲେଡରେ ଲାଗିପାରେ।

ଏହାସହ ପଢ଼ନ୍ତୁ: ଅରୁଣାଚଳ ପ୍ରଦେଶକୁ ନିଜ ଅଞ୍ଚଳ ଦାବି କଲା ଚୀନ୍‌: ଭାରତୀୟ ମହିଳାଙ୍କୁ ସାଙ୍ଘାଇ ବିମାନବନ୍ଦରରେ ଦୁର୍ବ୍ୟବହାର


କୁହାଯାଉଛି ଯେ ୧୦,୦୦୦ ବର୍ଷ ପରେ ଉଦଗୀରଣ ହୋଇଥିବା ଇଥିଓପିଆ ଜ୍ୱାଳାମୁଖୀ ହାଇଲି ଗୁବ୍ବିରୁ ନିର୍ଗତ ପାଉଁଶ ଲୋହିତ ସାଗର ପାର ହୋଇ ୪୩୦୦ କିଲୋମିଟର ଦୂର ଭାରତରେ ପହଞ୍ଚିଛି ଏବଂ ଏହା ଦିଲ୍ଲୀ ଆକାଶ ପର୍ଯ୍ୟନ୍ତ ବ୍ୟାପିବାର ସମ୍ଭାବନା ରହିଛି। ଏହାଶୁଣିବାପରେ ଦିଲ୍ଲୀବାସୀ ଭୟଭୀତ ହୋଇପଡ଼ିଛନ୍ତି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
India Faces Volcanic Ash in Ethiopia; Air India Cancels 11 Flights | Argus News