Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Delhi Terror Alert / ଭାରତକୁ ଧମକ ଦେଲା ପାକିସ୍ତାନ କହିଲା....

Rashmita Mishra
Browse all articles by Rashmita Mishra
·4 months ago·2 min read
ଭାରତକୁ ଧମକ ଦେଲା ପାକିସ୍ତାନ କହିଲା....
Delhi Terror Alert

Key Points

ଭାରତକୁ ଧମକ ଦେଲା ପାକିସ୍ତାନ
ମସଜିଦ ଧ୍ଵଂସ କରିଲ ଏବେ ଦିଲ୍ଲୀର ବଡ଼ ବଡ଼ ମନ୍ଦିର ଧ୍ଵଂସ ହେବ
ଚାନ୍ଦିନୀ ଚୌକରୁ ଲାଲକିଲା ସବୁ ଏବେ ପାଉଁଶ ହୋଇଯିବ
ବମ୍‌ ବ୍ଲାଷ୍ଟ ପାଇଁ ପାକିସ୍ତାନ ଆତଙ୍କବାଦୀ ଦେଲେ ଧମକ
ପୁରା ଦିଲ୍ଲୀରେ ଏବେ ହାଇ ଆର୍ଲଟ

ଦିଲ୍ଲୀରେ ଗୋଟିଏ ପରେ ଗୋଟିଏ ବୋମା ବିସ୍ଫୋରଣ ହେବ । ଆମକୁ କେହି ଅଟକାଇ ପାରିବେ ନାହିଁ । ଆମ ମସଜିଦ ଉପରେ ଆକ୍ରମଣ କରିଛ ତୁମ ମନ୍ଦିର ଉପରେ ହେବ ଆକ୍ରମଣ । ବୋମା ବିସ୍ଫୋରଣରେ ମନ୍ଦିରକୁ ପାଉଁଶ କରିଦେବୁ । ସବୁଠାରୁ ବଡ଼ ମନ୍ଦିରରେ ହେବ ବୋମା ବିସ୍ଫୋରଣ । ପାକିସ୍ତାନ ଆତଙ୍କବାଦୀ ସଂଗଠନ ଲସ୍କର ଏ ତୋଇବା ଦେଇଛି ଏମିତି ଧମକ ।

ଦିଲ୍ଲୀକୁ ପାଉଁଶ ନକରିବା ପର୍ଯ୍ୟନ୍ତ ଆତଙ୍କବାଦୀ ସଂଗଠନ ଶାନ୍ତିରେ ବସିବ ନାହିଁ ବୋଲି କହିଛି । ଯାହାପରେ ପୁରା ଦିଲ୍ଲୀରେ ଏବେ ହାଇ ଆର୍ଲଟ । ଦିଲ୍ଲୀର ପ୍ରମୁଖ ଧାର୍ମିକ ସ୍ଥଳ ଏବଂ ଅନ୍ୟାନ୍ୟ ସମ୍ବେଦନଶୀଳ ସ୍ଥାନଗୁଡ଼ିକ ନିକଟରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
ଦିଲ୍ଲୀରେ ଠାଏ ଠାଏ ବିସ୍ଫୋରଣ କରିବାକୁ ଆତଙ୍କବାଦୀଙ୍କର ସାଂଘାତିକ ପ୍ଲାନ୍‌ । ବଡ଼ ବଡ଼ ମନ୍ଦିର ଭିତରେ ବୋମା ବିସ୍ଫୋରଣ କରିବାକୁ ଧମକ । ଗୁଇନ୍ଦା ସୂଚନା ମୁତାବକ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ଏକ ଆଇଇଡି ବିସ୍ଫୋରଣ ନେଇ ଯୋଜନା କରୁଛି ।

ଫେବୃଆରୀ ୬ ତାରିଖରେ ପାକିସ୍ତାନର ଇସଲାମାବାଦରେ ଏକ ମସଜିଦରେ ହୋଇଥିବା ବିସ୍ଫୋରଣର ପ୍ରତିଶୋଧ ନେବାକୁ ଯାଇ ଏହି ଆକ୍ରମଣ ପାଇଁ ଷଡଯନ୍ତ୍ର ରଚୁଛି ଲସ୍କର-ଏ-ତୋଏବା । ଇସଲାମାବାଦରେ ହୋଇଥିବା ଏହି ବିସ୍ଫୋରଣରେ ୩୧ ଜଣ ଲୋକ ପ୍ରାଣ ହରାଇଥିଲେ ଏବଂ ୧୦୦ ରୁ ଅଧିକ ଆହତ ହୋଇଥିଲେ । ଆଉ ଏହାର ପ୍ରତିଶୋଧ ନେବାକୁ ଯାଇ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା ଏମିତି ଷଡ଼ଯନ୍ତ୍ର କରୁଛି ବୋଲି ଜଣା ପଡ଼ିଛି ।

ସେପଟ ଯଦି ଦେଖିବା ୨୦୨୫ ମସିହା ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଏକ ଭୟଙ୍କର କାର ବୋମା ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ୧୨ ଜଣ ଲୋକ ପ୍ରାଣ ହରାଇଥିଲେ ଏବଂ ପ୍ରାୟ ୨୪ ଜଣ ଆହତ ହୋଇଥିଲେ । ଏମିତି ସୂଚନା ମିଳିବା ପରେ ପୁରା ଦିଲ୍ଲୀକୁ ଘେରେଇ ହୋଇ ରହିଛନ୍ତି ପୁଳା ପୁଳା ଯବାନ। ସର୍ଚ୍ଚ ଅପରେସନ ଯୋରଦାର କରାଯାଇଛି।

ପଢନ୍ତୁ ଏହି ଖବର: ରାଜଧାନୀ ଦିଲ୍ଲୀରେ 'ଆତଙ୍କୀ' ଆଲର୍ଟ, ଲସ୍କର ଟାର୍ଗେଟରେ ଲାଲକିଲ୍ଲା ଏବଂ ଚାନ୍ଦନୀ ଚୌକ !

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Delhi Terror Alert | Pakistan Issues Warning to India, Tensions Rise | Argus News