Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Indian Railway: 'ଓଡ଼ିଶା ପାଇଁ ୧୧ ବର୍ଷରେ ଲଗାତାର ବଢୁଛି ରେଳ ବଜେଟ୍‌'

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·2 min read
Indian Railway: 'ଓଡ଼ିଶା ପାଇଁ ୧୧ ବର୍ଷରେ ଲଗାତାର ବଢୁଛି ରେଳ ବଜେଟ୍‌'

Key Points

ଏଯାଏ ୯୦ ହଜାର କୋଟିର ପ୍ରକଳ୍ପ କାମ ଚାଲିଛି ।ଖୁବ୍‌ଶୀଘ୍ର ଏହି ପରିମାଣ ଲକ୍ଷେ କୋଟି ଟପିବାକୁ ଯାଉଛି ବୋଲି ରେଳ ମନ୍ତ୍ରୀ କହିଛନ୍ତି ।

ଓଡ଼ିଶାରେ ରେଳବାଇ କ୍ଷେତ୍ରରେ ଯୋଡ଼ି ହେବ ନୂଆ ଫର୍ଦ୍ଦ । ଓଡ଼ିଶାରେ ରେଳ ସଂପ୍ରସାରଣ ନେଇ ରେଳମନ୍ତ୍ରୀଙ୍କ ସହିତ ବିଜେପିର ୫ ସାଂସଦଙ୍କ ଆଲୋଚନା । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏଥିରେ ଉପସ୍ଥିତ ଥିଲେ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସରକାରୀ ବାସଭବନରେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଉପସ୍ଥିତିରେ ବସିଥିଲା ବଡ଼ ବୈଠକ । ଧର୍ମେନ୍ଦ୍ର କହିଛନ୍ତି, ଓଡ଼ିଶା ପାଇଁ ୧୧ ବର୍ଷରେ ଲଗାତାର ରେଳ ବଜେଟ୍‌ ବଢୁଛି । ପ୍ରଧାନମନ୍ତ୍ରୀଙ୍କ ଦିଗ୍‌ଦର୍ଶନରେ ରେଳ କ୍ଷେତ୍ରର ବିକାଶ ହେଉଛି ।

ବରଗଡ଼ରୁ ଭାୟା ନୂଆପଡ଼ା ରାୟପୁରକୁ ନୂଆ ଟ୍ରେନ୍ ଚାଲିବ । କୋଇଲା ପରିବହନକୁ ଆହୁରି ସୁଗମ କରିବା ପାଇଁ ଆଲୋଚନା ହୋଇଛି । ରେଳ ମନ୍ତ୍ରୀ କହିଛନ୍ତି, ଗଞ୍ଜାମରୁ ସୁରତକୁ ଗଡ଼ିବ ନୂଆ ‘ଅମୃତ ଭାରତ’ ଟ୍ରେନ । ୨୦୧୪ରୁ ପୂର୍ବୋଦୟ ଧାରାରେ ଓଡ଼ିଶାର ବିକାଶ ଚାଲିଛି । ଏଯାଏ ୯୦ ହଜାର କୋଟିର ପ୍ରକଳ୍ପ କାମ ଚାଲିଛି । ଖୁବ୍‌ଶୀଘ୍ର ଏହି ପରିମାଣ ଲକ୍ଷେ କୋଟି ଟପିବାକୁ ଯାଉଛି ବୋଲି ରେଳ ମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ରିଫର୍ମ-ଟ୍ରାନ୍ସଫର୍ମ-ପରଫର୍ମ ମନ୍ତ୍ରରେ ବିଶ୍ବାସ ରଖନ୍ତି । GST 2.0ରେ ସର୍ବୋତ୍ତମ ରିଫର୍ମ ରହିଛି । ଏହି ରିଫର୍ମ ଓଡ଼ିଶାର ରାଜସ୍ବ ବୃଦ୍ଧି କରିବ । ଯେମିତି କେନ୍ଦୁପତ୍ରର ସ୍ଲାବ କମିଲା ଏହା ଆମ ରାଜ୍ୟର ଶ୍ରମିକ ମାନଙ୍କୁ ବଡ଼ ଫାଇଦା ଦେବ ସେମାନଙ୍କ ଆୟ ବଢ଼ିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । GST ସରଳୀକରଣ ଦ୍ବାରା ଆଜି ଲଗାତାର ଭାବେ GST କଲେକ୍ସନ ବୃଦ୍ଧି ହେବାରେ ଲାଗିଛି । GST ସଂସ୍କାର ଯୋଗୁଁ ବୁଣାକାରମାନେ ମଧ୍ୟ ଲାଭବାନ ହେବେ । ନୂଆ ଟ୍ୟାକ୍ସ ପ୍ରଣାଳୀକୁ ସ୍ବାଗତ କରିବାକୁ ଦେଶବାସୀ ଏକାଠି ହୋଇଛନ୍ତି । ଏହାସହ ସବୁ ସାଂସଦ ନିଜ ନିଜ ଅଞ୍ଚଳରେ ଜନ ସମ୍ପର୍କ ଅଭିଯାନ ମାଧ୍ୟମରେ gstର ଫାଇଦା ବିଷୟରେ ଅବଗତ କରିବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Indian Railway: 'Railway budget for Odisha has been increasing continuously for 11 years' | Argus News