Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପୋଲିସର ସାଂଘାତିକ ଅଭିଯୋଗ, ବିଜୟଙ୍କ ପାଇଁ ଏତେ ସବୁ କାଣ୍ଡ ଘଟିଲା !

National

Vijay Rally Stampede Updates / ପୋଲିସର ସାଂଘାତିକ ଅଭିଯୋଗ, ବିଜୟଙ୍କ ପାଇଁ ଏତେ ସବୁ କାଣ୍ଡ ଘଟିଲା !

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ପୋଲିସର ସାଂଘାତିକ ଅଭିଯୋଗ, ବିଜୟଙ୍କ ପାଇଁ ଏତେ ସବୁ କାଣ୍ଡ ଘଟିଲା !

Key Points

ରବିବାର ସନ୍ଧ୍ୟାରେ ଘଟିଥିବା ଏହି ଦୁଃଖଦ ଘଟଣା ବା ଦଳାଚକଟାରେ ୪୧ ଜଣ ପ୍ରାଣ ହରାଇଛନ୍ତି।

ଏଫଆଇଆରରେ, ପୋଲିସ ବିଜୟଙ୍କ ଉପରେ ‘ଜାଣିଶୁଣି ଶକ୍ତି ପ୍ରଦର୍ଶନ”ର ଅଭିଯୋଗ କରିଛି।

ତାମିଲନାଡୁ ଦଳାଚକଟା ଘଟଣାରେ ଟିଭିକେ ପାର୍ଟି ମୁଖ୍ୟ ତଥା ତାମିଲ ଅଭିନେତା ବିଜୟଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି କରୁର ପୋଲିସ। ଦଳାଚକଟା ପାଇଁ ପୋଲିସ ବିଜୟଙ୍କୁ ଦାୟୀ କରିଛି। ବିଜୟଙ୍କ ଅବହେଳା ପାଇଁ ଦଳାଚକଟା ଘଟିଲା ବୋଲି ପୋଲିସ ଅଭିଯୋଗ କରିଛି।

ଏନେଇ କରୁର ସିଟି ପୁଲିସ ପକ୍ଷରୁ ଏତଲା ମଧ୍ୟ ଦିଆଯାଇଛି। ପୋଲିସ କହିଛି, ନିର୍ବାଚନୀ ରାଲି ପାଇଁ ପୂର୍ବାହ୍ନ ୧୧ଟା ସୁଦ୍ଧା ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ମଧ୍ୟାହ୍ନ ୧୨ଟାରେ ବିଜୟ ରାଲିରେ ପହଞ୍ଚି ଉଦବୋଧନ ଦେବାର ଥିଲା। କିନ୍ତୁ ସେ ୫ ଘଣ୍ଟା ବିଳମ୍ବ କରି ଅର୍ଥାତ ସନ୍ଧ୍ୟା ୭ଟାରେ ଆସି ପହଞ୍ଚିଥିଲେ। ଲୋକମାନେ ପୂର୍ବାହ୍ନରୁ ତାଙ୍କୁ ଅପେକ୍ଷା କରି ରହିଥିଲେ।

ଅନ୍ୟପଟେ ୧୦ ହଜାର ଲୋକଙ୍କ ସମାଗମ ହେବ ବୋଲି କୁହାଯାଇଥିଲେ ହେଁ ୨୭ ହଜାର ଲୋକ ଏକଜୁଟ ହୋଇଥିଲେ। ବିଜୟ ଯେହେତୁ ଦଳର ମୁଖ୍ୟ, ତେଣୁ ତାଙ୍କର ଏସବୁ ଅବହେଳା ପାଇଁ ଦଳାଚକଟା ଘଟିଲା ବୋଲି ପୋଲିସ କହିଛି।

ତେବେ ରବିବାର ସନ୍ଧ୍ୟାରେ ଘଟିଥିବା ଏହି ଦୁଃଖଦ ଘଟଣା ବା ଦଳାଚକଟାରେ ୪୧ ଜଣ ପ୍ରାଣ ହରାଇଛନ୍ତି। ଏଫଆଇଆରରେ, ପୋଲିସ ବିଜୟଙ୍କ ଉପରେ ‘ଜାଣିଶୁଣି ଶକ୍ତି ପ୍ରଦର୍ଶନ”ର ଅଭିଯୋଗ କରିଛି। ପୋଲିସ ଅଭିଯୋଗ କରିଛି ଯେ ବିଜୟ ସାଧାରଣ ଲୋକଙ୍କ ଆଶା ବଢ଼ାଇବା ପାଇଁ ରାଲିକୁ ଜାଣିଶୁଣି ବିଳମ୍ବ କରିଥିଲେ।

ଏଫଆଇଆରରେ ଉଲ୍ଲେଖ ଅଛି ଯେ, ବିଜୟଙ୍କ ପ୍ରଚାର ବସ୍‌ ଅନେକ ସ୍ଥାନରେ ଅଟକିଥିଲା, ଯାହା ଫଳରେ ଏହା ଏକ ରୋଡଶୋ ହୋଇଥିଲା ଯାହା ପାଇଁ କୌଣସି ଅନୁମତି ନିଆଯାଇ ନଥିଲା। ପୋଲିସ ଏହା ମଧ୍ୟ କହିଛି ଯେ ଟ୍ରାଫିକ ବାଧାପ୍ରାପ୍ତ ହୋଇଥିଲା ଏବଂ ଖାଦ୍ୟ ଏବଂ ପାନୀୟ ସୁବିଧାର ଅଭାବ ଯୋଗୁଁ ଭିଡ଼ ଅଶାନ୍ତ ହୋଇଥିଲା।

ପୋଲିସ ରିପୋର୍ଟ କରିଛି ଯେ TVK କର୍ମୀମାନେ ଭିଡ଼କୁ ରୋକିବା ପାଇଁ ଲଗାଯାଇଥିବା ବ୍ୟାରିକେଡ ଭାଙ୍ଗି ଏକ ଢାବାର ଟିଣ ଛାତ ଉପରେ ଚଢ଼ିଗଲେ। ଛାତ ହଠାତ୍‌ ଭୁଶୁଡ଼ି ପଡ଼ିଲା, ଫଳରେ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ଯୋଗୁ ଏକ ବଡ଼ ଧରଣର ଦଳାଚକଟା ହୋଇଥିଲା।

ଏହି ଘଟଣା ରାଜନୈତିକ ପ୍ରତିକ୍ରିୟା ସୃଷ୍ଟି କରିଛି। ଶାସକ ଡିଏମକେ ଏବଂ ବିଜୟଙ୍କ ଦଳ ଟିଭିକେ ମୁହାଁମୁହିଁ ହୋଇଛନ୍ତି। ଟିଭିକେ ଏହି ଘଟଣାକୁ “ଡିଏମକେ ଷଡଯନ୍ତ୍ର” ବୋଲି କହିଛି ଏବଂ ମାଡ୍ରାସ ହାଇକୋର୍ଟରେ ସିବିଆଇ ତଦନ୍ତ ଦାବି କରିଛି। ଟିଭିକେ ଓକିଲ ଆରିଭାଜାଗନ କହିଛନ୍ତି, “ଆମେ କୌଣସି ନିୟମ ଉଲ୍ଲଂଘନ କରିନାହୁଁ। ଆମର ଅନେକ ରାଲି ବିନା କୌଣସି ଘଟଣାରୁ ସମାପ୍ତ ହୋଇଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
The Indian superstar whose political rally turned fatal for dozens | Argus News