IndiGo Refund Update / ୮୨୭ କୋଟି ଟଙ୍କାର ରିଫଣ୍ଡ କାମ ଆରମ୍ଭ କଲା ଇଣ୍ଡିଗୋ, ଅବଶିଷ୍ଟ ଖୁବଶୀଘ୍ର ଜାରି କରିବ କମ୍ପାନୀ
·7 months ago·2 min read

Key Points
ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ କରିବା ପରେ ଇଣ୍ଡିଗୋ ଯାତ୍ରୀମାନଙ୍କୁ ଟିକେଟ ପଇସା ଫେରାଇବା କାର୍ଯ୍ୟ ଜାରି ରଖିଛି। ସୋମବାର (ଡିସେମ୍ବର ୦୮)ସୁଦ୍ଧା ୮୨୭ କୋଟି ଟଙ୍କାର ରିଫଣ୍ଡ ପ୍ରକ୍ରିୟା ଆରମ୍ଭ କରିଛି ବୋଲି ଇଣ୍ଡିଗୋ ଦାବି କରିଛି।
ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ କରିବା ପରେ ଇଣ୍ଡିଗୋ ଯାତ୍ରୀମାନଙ୍କୁ ଟିକେଟ ପଇସା ଫେରାଇବା କାର୍ଯ୍ୟ ଜାରି ରଖିଛି। ସୋମବାର (ଡିସେମ୍ବର ୦୮)ସୁଦ୍ଧା ୮୨୭ କୋଟି ଟଙ୍କାର ରିଫଣ୍ଡ ପ୍ରକ୍ରିୟା ଆରମ୍ଭ କରିଛି ବୋଲି ଇଣ୍ଡିଗୋ ଦାବି କରିଛି। ଅବଶିଷ୍ଟ ରିଫଣ୍ଡ ୧୫ ଡିସେମ୍ବର ୨୦୧୫ ପର୍ଯ୍ୟନ୍ତ ଜାରି କରାଯିବ ବୋଲି କମ୍ପାନୀ କହିଛି। ଅବ୍ୟବସ୍ଥା ପରେ ଟଙ୍କା ଓ ବ୍ୟାଙ୍ଗ ଫେରାଇବା ନେଇ ଗ୍ରାହକମାନେ ତୀବ୍ର ବିରୋଧ କରିବା ପରେ ହିଁ ଇଣ୍ଡିଗୋ ପକ୍ଷରୁ ଏଭଳି ପ୍ରତିକ୍ରିୟା ଆସିଛି। ଗ୍ରାହକମାନଙ୍କ ଅଭିଯୋଗ ପରେ ଏୟାରଲାଇନ୍ସ ବିରୁଦ୍ଧରେ କେନ୍ଦ୍ର ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନେଇଥିଲେ। ଏବଂ ଯାତ୍ରୀଙ୍କୁ ରିଫଣ୍ଡ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
ଏହାସହ ପଢ଼ନ୍ତୁ: ଇଣ୍ଡିଗୋ ବିମାନ ବାତିଲ ମଧ୍ୟରେ ଯାତ୍ରା ଭିଡ଼କୁ ଦେଖି ଭାରତୀୟ ରେଲଓ୍ବେ ୮୯ ସ୍ୱତନ୍ତ୍ର ଟ୍ରେନ ଘୋଷଣା କରିଛି
କେବଳ ସେତିକି ନୁହେଁ, ବୋର୍ଡିଂ ପାଇଁ ଯାଇଥିବା ଗ୍ରାହକଙ୍କ ବ୍ୟାଗ୍ ଫେରାଇବା ନେଇ ମଧ୍ୟ ଇଣ୍ଡିଗୋ କହିଛି। ୪୫୦୦ ରୁ ଅଧିକ ବ୍ୟାଗ ଗ୍ରାହକଙ୍କ ପାଖକୁ ପହଞ୍ଚାଯାଇଛି, ଏବଂ ଆମେ ଆଗାମୀ ୩୬ ଘଣ୍ଟା ମଧ୍ୟରେ ବାକି ବ୍ୟାଗ ପହଞ୍ଚାଇବା କାର୍ଯ୍ୟ ଜାରି ରଖିଛୁ। ଯୋଗାଯୋଗ କରି ପ୍ରତିଦିନ ୨ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ସହାୟତା କରାଯାଉଛି ବୋଲି ଇଣ୍ଡିଗୋ କହିଛି।
ଏୟାରଲାଇନ୍ସ ଆହୁରି କହିଛି ଯେ ଏହା ଡିସେମ୍ବର ୧ ରୁ ଡିସେମ୍ବର ୭ ମଧ୍ୟରେ ଫସି ରହିଥିବା ଗ୍ରାହକମାନଙ୍କୁ ସୁବିଧା ଯୋଗାଇ ଦେଇଛି ଏବଂ ସେମାନଙ୍କ ପାଇଁ ୯,୫୦୦ ରୁ ଅଧିକ ହୋଟେଲ ରୁମ ଏବଂ ପ୍ରାୟ ୧୦,୦୦୦ କ୍ୟାବ୍ / ବସ୍ ବ୍ୟବସ୍ଥା କରିଛି।
ବିମାନ କାର୍ଯ୍ୟ ସମୟ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନୂଆ ନିୟମ ଲାଗୁ କରିବା ପରେ ଇଣ୍ଡିଗୋରେ ଡ୍ୟୁଟି କାର୍ଯ୍ୟସୂଚୀ ପରିଚାଳନା କରିବା ଅସୁବିଧା ହୋଇପଡ଼ିଥିଲା। ଫଳରେ ପାଇଲଟଙ୍କର ଘୋର ଅଭାବ ଦେଖା ଦେଇଥିଲେ। କିଛି କର୍ମଚାରୀ କମ୍ପାନୀ ବିରୁଦ୍ଧରେ ପ୍ରଦର୍ଶନ ମଧ୍ୟ କରିଥିଲେ। ହେଲେ ଏବେ ଅବସ୍ଥା ଧୀରେ ଧୀରେ ସୁଧୁରୁଛି।
ଏନେଇ ଇଣ୍ଡିଗୋ ପକ୍ଷରୁ ଅପଡେଟ ଜାରି କରାଯାଇଛି। ଏୟାରଲାଇନ୍ସ କହିଛି “ଆଜି (ଡିସେମ୍ବର ୮), ଆମେ ୧୮୦୦ରୁ ଅଧିକ ବିମାନ ଚଳାଚଳ କରିବାକୁ ପ୍ରସ୍ତୁତ ଅଛୁ। ଅପରେଟ ହେଉଥିବା ଏକାଧିକ ବିମାନବନ୍ଦରରୁ ଏହି ଉଡ଼ାଣ ହୋଇପାରିବ। ଆମେ ଆମର କାର୍ଯ୍ୟକୁ ଅପ୍ଟିମାଇଜ୍ କରିଛୁ ଏବଂ ବାତିଲକରଣ ସଂଖ୍ୟାକୁ ହ୍ରାସ କରିବାରେ ସଫଳ ହୋଇଛୁ। ଏନେଇ ଗ୍ରାହକମାନଙ୍କୁ ପୂର୍ବରୁ ସୂଚିତ କରାଯାଉଛି। ଏବଂ ଆମର ଅନ ଟାଇମ୍ ପରଫରମାନ୍ସ (OTP) ମଧ୍ୟ ସମଗ୍ର ନେଟୱାର୍କରେ ୯୧% କୁ ଉନ୍ନତ ହୋଇଛି।”
ଇଣ୍ଡିଗୋ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି “୧୮୦୦ ରୁ ଅଧିକ ବିମାନ ଚଳାଚଳ କରୁଛି। ଯାହା ଗତକାଲି ଚାଲୁଥିବା ୧,୬୫୦ ରୁ ଅଧିକ। ପୂରା ଏୟାରଲାଇନ୍ସ ନେଟୱାର୍କରେ ୯୦% ଅନ-ଟାଇମ୍ ପରଫରମାନ୍ସ (OTP) ପଞ୍ଜିକୃତ ହୋଇଛି। ଯାହା ଗତକାଲି ୭୫% ଥିଲା।”

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories