ଉତ୍ତରାଖଣ୍ଡର ଧରାଲୀ ପରେ ଏବେ ଜମ୍ମୁ କଶ୍ମୀରରେ ପ୍ରକୃତିର ତାଣ୍ଡବ

Key Points
ପ୍ରକୃତିର ତାଣ୍ଡବ...ଚାରିଆଡେ ହା ହା କାର
ମାଟି ତଳୁ ଚାଲିଛି ଜୀବନ ଖୋଜା
ବଢି ଚାଲିଛି ମୃତ୍ୟୁ ସଂଖ୍ୟା
ଭାରତର ଭୂ ସ୍ୱର୍ଗ ଜମ୍ମୁ କଶ୍ମୀର । ଯେଉଁଠିକୁ ଜୀବନ କାଳରେ ଥରୁଟିଏ ହେଉ ପଛେ ବୁଲିଯିବାକୁ ପ୍ରାୟ ସମସ୍ତଙ୍କର ଇଚ୍ଛା ଥାଏ । ଏହାର ସୌନ୍ଦର୍ଯ୍ୟ...ଏହାର ପରିବେଶ ସମସ୍ତଙ୍କୁ ଆକୃଷ୍ଟ କରେ । ହେଲେ ଏବେ ଏହି ସ୍ଥାନର ସ୍ଥିତି ପୁରା ବେହାଲ । କାରଣ ପ୍ରକୃତି ଏଠି ତାଣ୍ଡବ ରଚିଛି ।
#WATCH | A J&K Police personnel crosses a makeshift bridge with a child, as he helps the people in Chashoti area in Kishtwar.
— ANI (@ANI) August 15, 2025
A flash flood occurred at the Chashoti area in Kishtwar following a cloudburst on 14th August. pic.twitter.com/eAVz3okCkM
📱 Get Argus News App
✨ଉତ୍ତରାଖଣ୍ଡର ଧରାଲୀ ପରେ ଏବେ ଜମ୍ମୁ କଶ୍ମୀରରେ ପ୍ରକୃତିର ତାଣ୍ଡବ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିଦେଇଛି । ଏମିତି ସବୁ ଦୃସ୍ୟ ଆସୁଛି ଯାହାକୁ ଦେଖିଲେ ଛାତି ଥରି ଉଠିବ । କିସ୍ତଓ୍ବାରରେ ବାଦଲଫଟା ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି ପାଇଥିବାବେଳେ ୧୨୦ ଉଦ୍ଧାରଙ୍କ ମଧ୍ୟରୁ ୨୮ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଏବେ ବି ଅନେକ ଲୋକ ମାଟି ଅତଡା ତଳେ ଚାପି ହୋଇ ରହିଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରିହିଛି ।
ଏବେ ବି ମାଟି ତଳୁ ଚାଲିଛି ଜୀବନ ଖୋଜା । ବାଦଲ ଫଟା ବର୍ଷା ପାଇଁ ବନ୍ୟା ଆସିବାରୁ ମଚୈଲ ମାତା ମନ୍ଦିର ନିକଟରେ ଏକତ୍ରିତ ହୋଇଥିବା ଅନେକ ଶ୍ରଦ୍ଧାଳୁ ଭାସିଯାଇଛନ୍ତି । ସେନା ସହ ଏନଡିଆରଏଫ୍, ଏସଡିଆରଏଫ୍ ଓ ରାଜ୍ୟ ପୋଲିସ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ରାଜୌରୀ ଏବଂ ପୁଞ୍ଚରେ ବି ପ୍ରବଳ ବର୍ଷା ହୋଇଛି । ଫଳରେ ସେଠାରେ ନଦୀ ଗୁଡିକ ବିପଦପୂର୍ଣ୍ଣ ଭାବେ ପ୍ରବାହିତ ହେଉଛି ।