|
logo
Live
Argus News App
GET APP

Argus News - ବିବାହ ପୂର୍ବରୁ ବିଷ ପିଇଦେଲେ: ଯୋଧପୁରରେ ଦୁଇ ଭଉଣୀଙ୍କ ମୃତ୍ୟୁରେ ଶୋକର ଛାୟା

National

Wedding Shock / ବିବାହ ପୂର୍ବରୁ ବିଷ ପିଇଦେଲେ: ଯୋଧପୁରରେ ଦୁଇ ଭଉଣୀଙ୍କ ମୃତ୍ୟୁରେ ଶୋକର ଛାୟା

Ritu Das
Browse all articles by Ritu Das
·1 month ago·2 min read
ବିବାହ ପୂର୍ବରୁ ବିଷ ପିଇଦେଲେ: ଯୋଧପୁରରେ ଦୁଇ ଭଉଣୀଙ୍କ ମୃତ୍ୟୁରେ ଶୋକର ଛାୟା
India

Key Points

ଘରେ ବାଜୁଥିଲା ଯୋଡ଼ି ମହୁରୀ। କାରଣ କିଛି ସମୟ ପରେ ଥିଲା ବାହାଘର। ସମସ୍ତେ ବାହାଘରକୁ ନେଇ ଉତ୍ସାହିତ ଥିଲେ। କିଛି ଘଣ୍ଟା ପରେ କନିଆଁ ବେଶରେ ସେଜଇ ହୋଇଥାନ୍ତେ ଦୁଉ ଭଉଣୀ ।
ଘରେ ବାଜୁଥିଲା ଯୋଡ଼ି ମହୁରୀ। କାରଣ କିଛି ସମୟ ପରେ ଥିଲା ବାହାଘର। ସମସ୍ତେ ବାହାଘରକୁ ନେଇ ଉତ୍ସାହିତ ଥିଲେ। କିଛି ଘଣ୍ଟା ପରେ କନିଆଁ ବେଶରେ ସେଜଇ ହୋଇଥାନ୍ତେ ଦୁଉ ଭଉଣୀ । ବର ଆସିଥାନ୍ତା ବାହାଘର ପରେ ଶାଶୂଘରକୁ ଯାଇଥାନ୍ତେ । ହେଲେ ନିମିଷକେ ସବୁ କିଛି ସରିଗଲା । ବିବାହ ଉତ୍ସବ ଶୋକରେ ବୁଡିଗଲା । ବିବାହ ଦିନ ଉଠିଲା ଦୁଇ ଭଉଣୀଙ୍କ କୋକେଇ । ବାହା ହୋଇ ପରଘରକୁ ଯାଇଥାନ୍ତେ ପରପାରିକୁ ଚାଲିଗେଲ । ରାଜସ୍ଥାନର ଯୋଧପୁରରୁ ଏପରି ଚାଞ୍ଚଲ୍ୟ କରିବା ପରି ଖବର ସାମ୍ନାକୁ ଆସିଛି । କ'ଣ ଏମିତି ହେଲା ଯେ ବିଷ ପିଇ ଜୀବନ ହାରିଲେ ଦୁଇ ଭଉଣୀ ? ସମସ୍ତଙ୍କ ମନରେ ଏବେ ଏହି ଗୋଟିଏ ପ୍ରଶ୍ନ ।

ଗୋଟିଏ ଦିନରେ ଦୁଇ ଭଉଣୀ ବାହା ହୋଇ ପରଘରକୁ ଚାଲିଯାଇଥାନ୍ତେ । କିନ୍ତୁ ପରଘର ଯିବା ପୂର୍ବରୁ ଦୁଇଭଉଣୀ ଦୁନିଆକୁ ଛାଡି ଚାଲିଯାଇଛନ୍ତି । ବିବାହର କିଛି ଘଣ୍ଟା ପୂର୍ବରୁ ଉଭୟଙ୍କର ମୃତ୍ୟୁ ଘଟିଛି । ବିଷପାନ କରି ସେମାନେ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି । ରାଜସ୍ଥାନର ଯୋଧପୁରରେ ଘଟିଥିବା ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ମୃତ ଦୁଇ ଭଉଣୀ ହେଲେ ଶୋଭା (୨୫) ଓ ବିମଳା (୨୩) । ଯୋଧପୁରର ମନାଈ ଗ୍ରାମରେ ସେମାନଙ୍କ ଘର । ସେମାନେ ଏକ ଘରୋଇ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ । ଦୁଇ ଭଉଣୀଙ୍କୁ ଏକାଠି ବାହାଦେବାକୁ ପିତା ଦୀପ ସିଂହ ନିଷ୍ପତ୍ତି ନେଇଥିଲେ । ଗତ ଶନିବାର ବିବାହ ଥିଲା । ଶୁକ୍ରବାର ରାତିରେ ଜୋରଦାର ପ୍ରସ୍ତୁତି ଚାଲିଥିଲା । ବନ୍ଧୁ ପରିଜନଙ୍କ ଗହଳିରେ ଘର ଫାଟି ପଡ଼ୁଥିଲା । କିନ୍ତୁ ତାହା ପୂର୍ବରୁ ସବୁ ଛାରଖାର ହୋଇଯାଇଛି । ଶୋଭା ଓ ବିମଳାଙ୍କୁ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଅଚେତ ଅବସ୍ଥାରେ ଉଦ୍ଧାର ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ପରିବାର ମୃତଦେହ ନେଇ ଫେରିଥିଲେ ।

ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଦ୍ୱୟକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ପ୍ରାଥମିକ ତଦନ୍ତରୁ ଦୁଇ ଭଉଣୀ ବିଷପିଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । କିନ୍ତୁ ପ୍ରକୃତ କାରଣ ଏ ଯାଏଁ ସାମ୍ନାକୁ ଆସିନାହିଁ । ଶୋଭା ଓ ବିମଳାଙ୍କ ମାମୁଁ ଯଶୱନ୍ତ ସିଂହ କହିଛନ୍ତି, ଦୀପ ସିଂହଙ୍କ ଭାଇମାନେ ଦୁଇ ଭଉଣୀଙ୍କ ବିବାହ ସ୍ଥିର କରିବାକୁ ପରିବାର ଉପରେ ଚାପ ପକାଉଥିଲେ । ଦୀପଙ୍କ ସାନଭାଇଙ୍କ ଚାପରେ ପଡ଼ି ଶୋଭା ଓ ବିମଳା ଏଭଳି ଚରମ ପଦକ୍ଷେପ ନେଇଥିଲେ ।

ପଢନ୍ତୁ ଏହି ଖବର: ରାଜଧାନୀରେ ଫୁଟିଲା ଗୁଳି, ୫୦୦ ଟଙ୍କା ପାଇଁ ଯୁକ୍ତିତର୍କ ପରେ ବ୍ଲାଙ୍କ ଫାୟାରିଂ କଲେ ଗ୍ରାହକ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Wedding Shock: ବିବାହ ପୂର୍ବରୁ ବିଷ ପିଇଦେଲେ: ଯୋଧପୁରରେ ଦୁଇ ଭଉଣୀଙ୍କ ମୃତ୍ୟୁରେ ଶୋକର ଛାୟା | Argus News