Naxal Encounter / ମାଓ ବିରୋଧୀ ଅପରେସନ୍କୁ ସଫଳତା; ସୁରକ୍ଷାକର୍ମୀଙ୍କ ଗୁଳିରେ ଆଉ ୨ ହାର୍ଡକୋର ମାଓବାଦୀ ନିହତ

Key Points
ଟଳିଲେ ଦୁଇ ହାର୍ଡକୋର ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ମାଓ ବିରୋଧୀ ଅପରେସନ୍ରେ ସଫଳତା ମିଳିଛି ।
ମାଲକାନଗିରି: ଲାଲ୍ ଗଡ଼ରେ ପୋଲିସ ବନ୍ଧୁକର ଗର୍ଜନ । ଟଳିଲେ ଦୁଇ ହାର୍ଡକୋର ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ମାଓ ବିରୋଧୀ ଅପରେସନ୍ରେ ସଫଳତା ମିଳିଛି । ବିଜାପୁରରେ ହୋଇଥିବା ମାଓ ବିରୋଧୀ ଅପରେସନ୍ରେ ନିହତ ୨ ମାଓବାଦୀଙ୍କ ମୁଣ୍ଡରେ ପୁରସ୍କାର ରାଶି ଥିଲା ।
ନିହତ ହୋଇଥିବା ଦୁଇ ଜଣ ମାଓବାଦୀ ହେଲେ ବିଜାପୁର ପଦନାମ ପାର୍ଟି ସଦସ୍ୟ ସୁକ୍ରୁ ହେମଲା ଓ ଗାଙ୍ଗଲୁର ମିଲିଟାରି ଏରିଆ କମିଟି ସଦସ୍ୟ ରଘୁ ହପକା । ରଘୁକୁ ଧରାଇବା ଲାଗି ସରକାର ୫ ଲକ୍ଷ ଘୋଷଣା କରିଥିବା ବେଳେ ସୁକ୍ରୁ ପାଇଁ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିଲା । ବିଜାପୁର ଦକ୍ଷିଣ ପଶ୍ଚିମାଞ୍ଚଳ ମନକେଲି ଜଙ୍ଗଲରେ ହୋଇଥିବା ଏନକାଉଣ୍ଟର ଉଭୟ ନିହତ ହୋଇଛନ୍ତି ।
ମନକେଲି ଜଙ୍ଗଲରେ ହୋଇଥିବା ମାଓ ବିରୋଧୀ ଅପରେସନରେ ସାମିଲ ଥିଲେ ବିଜାପୁର DRG, CRPFର 202 ଓ 205 ବାଟାଲିୟନର ଯବାନ । ଘଟଣାସ୍ଥଳରୁ ଗୋଟିଏ ଥ୍ରୀ ନଟ୍ ଥ୍ରୀ ବନ୍ଧୁକ, ଗୋଟିଏ ବିଜିଏଲ୍ ଲଞ୍ଚର ସହ ଅନେକ ମାଓ ସାମଗ୍ରୀ ଜବତ କରାଯାଇଛି ।
📱 Get Argus News App
✨
ନିହତ ସୁକ୍ରୁ ଓ ରଘୁ ଅନେକ ହିଂସାକାଣ୍ଡରେ ସମ୍ପୃକ୍ତ ଥିଲେ । ବିଜାପୁର ଏସ୍ପି ଜିତେନ୍ଦ୍ର ଯାଦବଙ୍କ ସୂଚନା ଅନୁସାରେ, 'ଜୁନ୍ ୧୭ ପେଦ୍ଦାକୋରମାରେ ଜଣେ ଛାତ୍ର ସହ 3 ଜଣ ଗ୍ରାମବାସୀଙ୍କୁ ହତ୍ୟା, ଅଗଷ୍ଟ ୨୯ ମନକେଲି ଗାଁର ଜଣେ ଗ୍ରାମବାସୀଙ୍କୁ ହତ୍ୟା ଓ ଅଗଷ୍ଟ ୩୦ ଗଙ୍ଗାଲୁର ଥାନା ଅଞ୍ଚଳରେ ଜଣେ ଶିକ୍ଷାଦୂତଙ୍କୁ ହତ୍ୟା ଘଟଣାରେ ସମ୍ପୃକ୍ତ ।'
Related Topics
Explore more stories