Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Historic Baliyatra Cuttack / ମୁମ୍ବାଇରେ ସୁଦର୍ଶନଙ୍କ ବାଲିଯାତ୍ରା ବାଲୁକାକଳାକୁ ମୋଦିଙ୍କ ପ୍ରଶଂସା

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ମୁମ୍ବାଇରେ ସୁଦର୍ଶନଙ୍କ ବାଲିଯାତ୍ରା ବାଲୁକାକଳାକୁ ମୋଦିଙ୍କ ପ୍ରଶଂସା

Key Points

ଓଡ଼ିଶା ପ୍ରତି ମୋଦିଙ୍କ ଢ଼େର ଭଲ ପାଇବା ରହିଛି ।
ସେ ବିଭିନ୍ନ ସମୟରେ ବିଦେଶରେ ବି ବାଲିଯାତ୍ରା କଥା କହିବାକୁ ଭୁଲନ୍ତି ନାହିଁ ।

ମୁମ୍ବାଇରେ ଚାଲିଥିବା ଇଣ୍ଡିଆ ମାରିଟାଇମ୍ ଓ୍ୱିକ୍‌ରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ସେ ବିଭିନ୍ନ ଷ୍ଟଲ ବୁଲି ଦେଖିଛନ୍ତି । ଆଉ ଏଭଳି ଏକ କାର୍ଯ୍ୟକ୍ରମ ପାଇଁ ସେ ସମସ୍ତଙ୍କୁ ଖୁବ୍‌ ଧନ୍ୟବାଦ ଦେବା ସହ ପ୍ରଶଂସା କରିଛନ୍ତି । ଏହାରି ଭିତରେ ସେ ଆନ୍ତଜାର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ୩୦ ଫୁଟ ଉଚ୍ଚ ବାଲିଯାତ୍ରାର ବାଲୁକା କଳା ଦେଖି ମୋଦି ଖୁବ୍‌ ପ୍ରଶଂସା କରିଛନ୍ତି । ସେ ସୁଦର୍ଶନଙ୍କ କଳାକୃଳତି ଦେଖିବା ପରେ ତାଙ୍କ ସହ ହାତ ମେଳାଇଥିଲେ । ତାଙ୍କୁ ସାବସ୍‌ ବୋଲି ମଧ୍ୟ କହିଥିଲେ । ଆଉ ତାଙ୍କ ପିଠି ଥାପୁଡ଼ାଇଥିଲେ । ଯାହାର ଭିଡିଓ ମଧ୍ୟ ଏବେ ଖୁବ୍ ଭାଇରାଲ ହେଉଛି ।

ସେହି ଭାଇରାଲ ଭିଡିଓକୁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ନିଜ ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଛନ୍ତି । ସେ ମଧ୍ୟ ଲେଖିଛନ୍ତି ଯେ ବାଲୁକାଶିଳ୍ପୀ ସୁଦର୍ଶନଙ୍କୁ ପ୍ରଶଂସା କରିଛନ୍ତି ମୋଦି । ଏହି ଭିଡିଓ ଦେଖିବା ପରେ ଅନେକ ୟୁଜର ଲେଖିଛନ୍ତି, ଓଡ଼ିଶା ପ୍ରତି ମୋଦିଙ୍କ ଢ଼େର ଭଲ ପାଇବା ରହିଛି । ସେ ବିଭିନ୍ନ ସମୟରେ ବିଦେଶରେ ବି ବାଲିଯାତ୍ରା କଥା କହିବାକୁ ଭୁଲନ୍ତି ନାହିଁ ।


ଆଉ କିଛି ୟୁଜର କହିଛନ୍ତି ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆପଣଙ୍କ ପିଠି ଥାପୁଡ଼େଇ ଆର୍ଶିବାଦ କଲେ, ତେବେ ଆପଣଙ୍କ ଭାଗ୍ୟ ଉଦୟ ହେଲା ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରଖ୍ୟାତ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ କ୍ଷେତ୍ରରେ ସେହିପରି ପରିସ୍ଥିତି ଆସିଛି। ଖୋଦ ପ୍ରଧାନମନ୍ତ୍ରୀ ତାଙ୍କ ବାଲୁକା କଳା ପାଖକୁ ଆସି ତାଙ୍କ ପିଠି ଥାପୁଡେଇଛନ୍ତି। ଆଉ ତାଙ୍କ ବାଲୁକା କଳାକୁ ସେ ବେଶ ପ୍ରଶଂସା ମଧ୍ୟ କରିଛନ୍ତି । ଯାହାକୁ ନେଇ ସୁଦର୍ଶନ ନିଜକୁ ଧନ୍ୟ ମନେ କରିବା ସହିତ ଖୁସି ପ୍ରକଟ ମଧ୍ୟ କରିଛନ୍ତି।

ସୁଦର୍ଶନ ମଧ୍ୟ ଏହି ଭିଡିଓ ପୋଷ୍ଟ କରି ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଭେଟ ହୋଇ ସେ ନିଜକୁ ଧନ୍ୟମନେ କରିଛନ୍ତି । ଏହାସହ ସେ ଲେଖିଛନ୍ତି ଜୟ ଜଗନ୍ନାଥ କହି ମୋଦି ତାଙ୍କୁ ସମ୍ବୋଧନ କରିଥିଲେ । ଯାହାକି ତାଙ୍କ ହୃଦୟକୁ ଛୁଇଁଥିଲା ।

ଏହି ଇଣ୍ଡିଆ ମାରିଟାଇମ୍ ଓ୍ୱିକ୍‌ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମଧ୍ୟ ଯୋଗ ଦେଇଥିଲେ । ଏଠାରେ ଓଡ଼ିଶା ପାଇଁ ଏକ ବଡ଼ ଚୁକ୍ତି ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପ୍ରାୟ ୫୦ ହଜାର କୋଟିର MOU ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝି ସୂଚନା ଦେଇଛନ୍ତି। ଓଡ଼ିଶାରେ କ୍ରୁଜ୍ ଟର୍ମିନାଲ ପାଇଁ ଇଣ୍ଡିଆନ୍ ପୋର୍ଟ ଆସୋସିଏସନ୍ ଏବଂ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ମଧ୍ୟରେ ଏହି MOU ସ୍ବାକ୍ଷରିତ ହୋଇଛି। ଏହା ବାଦ୍ ଆଉ ୪ଟି ଚୁକ୍ତି ମଧ୍ୟ ସ୍ବାକ୍ଷରିତ ହୋଇଛି।

ଦେଖନ୍ତୁ ଏହି ଖବର: କ୍ରୁଜ୍ ଟର୍ମିନାଲ ପାଇଁ ଇଣ୍ଡିଆନ୍ ପୋର୍ଟ ଆସୋସିଏସନ୍-ରାଜ୍ୟ ବାଣିଜ୍ୟ ଓ ପରିବହନ ମଧ୍ୟରେ MOU

ସୂଚନାଯୋଗ୍ୟ, ଏଥର କଟକ ବାଲିଯାତ୍ରାର ମିଡିଆ ପାର୍ଟନ ରହିଛି ଅର୍ଗସ ଡିଜିଟାଲ । ତେଣୁ କଟକ ବାଲିଯାତ୍ରାକୁ ନେଇ ଟିକିନିଖି ଖବର ଜାଣିବା ପାଇଁ ଅର୍ଗସ ସହ ଯୋଡ଼ି ହୋଇ ରୁହନ୍ତି । ଆମ ଫେସ୍‌ବୁକ୍‌, ୟୁଟ୍ୟୁବ୍‌, ଏକ୍ସ ଓ ଇନ୍‌ଷ୍ଟାଗ୍ରାମ୍‌ରେ ବାଲିଯାତ୍ରାକୁ ନେଇ ଛୋଟ ବଡ଼ ଖବର ପାଇପାରିବେ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Narendra Modi | Modi praises Sudarsan's sand sculpture in Mumbai | Argus News