Air India / ମୁମ୍ବାଇ ବିମାନ ବନ୍ଦରରେ ବଡ଼ ଧରଣର ଅଘଟଣ: ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ବିମାନ ମଧ୍ୟରେ ଧକ୍କା
·5 months ago

Key Points
ବିମାନ ଦୁର୍ଘଟଣାରେ ଭାଙ୍ଗିଲା ଡେଣା ।
ମୁମ୍ବାଇ ବିମାନ ବନ୍ଦରରେ ବଡ଼ ଧରଣର ଅଘଟଣ ଟଳିଲା ।
ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ବିମାନର ଡେଣା ବାଡେଇ ହେଲା ।
ମୁମ୍ବାଇ ବିମାନ ବନ୍ଦରରେ ବଡ଼ ଧରଣର ଅଘଟଣ ଟଳିଲା ।
ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ବିମାନର ଡେଣା ବାଡେଇ ହେଲା ।
ବିମାନ ଦୁର୍ଘଟଣାରେ ଭାଙ୍ଗିଲା ଡେଣା । ମୁମ୍ବାଇ ବିମାନ ବନ୍ଦରରେ ବଡ ଧରଣର ଅଘଟଣ ଟଳିଲା । ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ବିମାନର ଡେଣା ବାଡେଇ ହୋଇଛି । ଏୟାର ଇଣ୍ଡିଆର AI 2732 ବିମାନ ଉଡାଣ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସେଠାର ପହଞ୍ଚିଥିବା ଇଣ୍ଡିଗୋ ବିମାନ ସହ ଧକ୍କା ହୋଇଥିଲା ।
ଏହାପରେ ଦୁଇ ବିମାନକୁ ନେଇ ଖୋଳତାଡ କରାଯାଉଛି । DGCAର ଅଧିକାରୀମାନେ ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚିଛନ୍ତି । ବିମାନ ଧକ୍କାର କାରଣ ସମ୍ପର୍କରେ ଜଣାପଡିନାହିଁ । ଇଣ୍ଡିଗୋ ବିମାନଟି ହାଇଦ୍ରାବାଦରୁ ଆସି ମୁମ୍ବାଇରେ ପହଞ୍ଚିଥିଲା । ଅନ୍ୟପକ୍ଷରେ ଏୟାର ଇଣ୍ଡିଆ ବିମାନ ମୁମ୍ବାଇର କୋଏମ୍ବାଟୁର ଯିବା ପାଇଁ ପ୍ରସ୍ତୁତ ହେଉଥିଲା ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories