Delhi Blast / ସାମ୍ନାକୁ ଆସିଲା ବଡ଼ ତଥ୍ୟ ! ସାରା ଦିଲ୍ଲୀ ଜଳିଥାନ୍ତା, ପ୍ଲାନ୍ ସରିଥିଲା...

Key Points
୫ଟି ପର୍ଯ୍ୟାୟରେ ଦିଲ୍ଲୀ ଦୋହଲାଇବାକୁ ନକ୍ସା ପ୍ରସ୍ତୁତ କରିଥିଲେ ଆତଙ୍କୀ ।
ବିସ୍ଫୋରଣରେ ଦିଲ୍ଲୀ ଦୋହଲାଇବାକୁ ହୋଇଥିଲା ସୁପର ପ୍ଲାନ । ସ୍ବତନ୍ତ୍ର ଆପ୍ , କୋଡ ୱାଡରେ ପରସ୍ପର ସହ ହେଉଥିଲେ କଥା । ବାସ୍ ଦିନ ଓ ସମୟ ବି ଧାର୍ଯ୍ୟ ହୋଇସାରିଥିଲା । କିନ୍ତୁ ବଡ଼ ଅପରେସନ ପୂର୍ବରୁ ସିକ୍ରେଟ ପ୍ଲାନର ପର୍ଦ୍ଦାଫାସ କରିବାରେ ସଫଳ ହୋଇଛି ଜାତୀୟ ତଦନ୍ତକାରୀ ଏଜେନ୍ସି । ନଭେମ୍ବର ୧୦ ଦିଲ୍ଲୀ ବିସ୍ଫୋରଣ ପଛର ସାଂଘାତିକ ତଥ୍ୟ ଦେଶବାସୀଙ୍କୁ ସ୍ତବ୍ଧ କରିଛି । କେବଳ ୧୩ ଜଣଙ୍କ ଜୀବନ ନୁହେଁ ପୂରା ଦିଲ୍ଲୀ- NCRରେ ଡିସେମ୍ବର ୬ରେ ୬ରୁ ଅଧିକ ବିସ୍ଫୋରଣ କରିବାକୁ ପ୍ରସ୍ତୁତ ହୋଇଥିଲା ମାଷ୍ଟର ପ୍ଲାନ ।
ନିରୀହ ରକ୍ତରେ ହୋଲି ଖେଳିବାକୁ ଫରିଦାବାଦର ଅଲ୍- ଫଲାହ ମେଡିକାଲ କଲେଜ ବିଲ୍ଡିଂ ନମ୍ବର ୧୭ର ରୁମ ନମ୍ବର ୧୩ ଓ ରୁମ ନମ୍ବର ୪ରେ ମହଜୁଦ ଥିଲା ବିପୁଳ ପରିମାଣର ବିସ୍ଫୋରକ । ଆତଙ୍କୀ ଡକ୍ଟର ମୁଜାମିଲ, ଡକ୍ଟର ଅଦିଲ, ଉମର ଓ ସାହିନ ମିଳିତ ଭାବେ ୨୦ ଲକ୍ଷ ଟଙ୍କା ଯୋଗାଡ କରିଥିଲେ । ଗୁଡଗାଁଓରୁ ବିସ୍ଫୋରକ ପ୍ରସ୍ତୁତିରେ ବ୍ୟବହାର ହେଉଥିବା NPK ଫର୍ଟିଲାଇଜର ୩ ଲକ୍ଷ ଟଙ୍କାରେ ୨୦ କ୍ବିଣ୍ଟାଲ କିଣିଥିଲେ । ୧୯୯୨ ଡିସେମ୍ବର ୬ରେ କରସେବକଙ୍କ ଦ୍ବାରା ବାବ୍ରି ମସଜିଦ ଭଙ୍ଗାର ପ୍ରତଶୋଧ ନେବାକୁ ଯୋଜନା କରିଥିଲେ ଡାକ୍ତର ମୁଖା ପିନ୍ଧା ଆତଙ୍କୀ । ଲାଲ୍କିଲ୍ଲା ବ୍ଲାଷ୍ଟ ପରି ୩୨ଟି କାର୍ରେ ବିସ୍ଫୋରଣ କରିବାକୁ ଥିଲା ଯୋଜନା । ୫ଟି ପର୍ଯ୍ୟାୟରେ ଦିଲ୍ଲୀ ଦୋହଲାଇବାକୁ ନକ୍ସା ପ୍ରସ୍ତୁତ କରିଥିଲେ ଆତଙ୍କୀ ।
ପ୍ରଥମେ ଜୈସ-ଇ-ମହମ୍ମଦ, ଘଜଓ୍ବାତ-ଉଲ-ହିନ୍ଦ ସହଯୋଗରେ ଟେରର ମଡ୍ୟୁଲ ପ୍ରସ୍ତୁତି । ତାପରେ
ହରିୟାଣାର ଗୁଡଗାଓଁ ଓ ନୁହରୁ IED ଓ RDX ପ୍ରସ୍ତୁତ କରିବାକୁ ଅଣାଯାଇଥିଲା କଞ୍ଚାମାଲ୍ । ତୃତୀୟରେ ରସାୟନିକ ସାମଗ୍ରୀର ପ୍ରସ୍ତୁତି ସହ ଟାର୍ଗେଟ ଲୋକେସନ ନିଷ୍ପତ୍ତି ସରିଥିଲା । ତାପରେ ଆତଙ୍କୀଙ୍କ ମଧ୍ୟରେ ବିସ୍ଫୋରକ ବଣ୍ଟନ କରାଯାଇଥିଲା । ଶଷରେ ଦିଲ୍ଲୀର ୬ରୁ ୭ଟି ସ୍ଥାନରେ ବିସ୍ଫୋରଣ ପାଇଁ ଚୁଡ଼ାନ୍ତ ପ୍ଲାନ ହୋଇଥିଲା ।
ଏହି ଘଟଣା ସାମ୍ନାକୁ ଆସିବା ପରେ ଅଲ୍-ଫଲାହ ୟୁନିଭରସିଟିକୁ ନୋଟିସ ଜାରି କରିଛି ଜାତୀୟ ମୂଲ୍ୟାୟନ ଓ ମାନ୍ୟତା ପରିଷଦ ବା NAAC । ନାର୍କୋଟିକ ଓ FSL ଟିମ୍ ୟୁନିଭରସିଟି ପରିସରରେ ଯାଞ୍ଚ ଜାରି ରଖିଛନ୍ତି । ବିସ୍ଫୋରଣ ସ୍ଥଳରୁ DNA ଟେଷ୍ଟ ପରେ ଆତଙ୍କୀ ଉମର ହିଁ ଆତ୍ମଘାତୀ ଆତଙ୍କୀ ଥିବା ସ୍ପଷ୍ଚ ହୋଇଛି । ଦିଲ୍ଲୀ ବୋମା ବିସ୍ଫୋରଣ ମାମଲାରେ ଦିଲ୍ଲୀ, ଫରିଦାବାଦ, ଲକ୍ଷ୍ନୌ, କାନପୁର, ଶ୍ରୀନଗର ସମେତ ଦେଶର ବିଭିନ୍ନ ସ୍ଥାନରେ IB, NIA, ATS ଚଢାଉ ଜାରି ରଖିଛି ।
କାଶ୍ମୀର ଘାଟିର ୧୩ଟି ସ୍ଥାନରେ କାଉଣ୍ଟର ଇଣ୍ଟେଲିଜେନ୍ସ କାଶ୍ମୀର ବା CIK ରେଡ କରିଛି । ପ୍ରମାଣ ସଂଗ୍ରହ ପାଇଁ ଦିଲ୍ଲୀ ପୋଲିସ ଟିମ୍ ବିସ୍ଫୋରଣ ସ୍ଥାନରୁ ୫୦ ମିଟର ଦୂରରେ ଥିବା ଦିଗମ୍ବର ଜୈନ ମନ୍ଦିରରୁ ବିଭିନ୍ନ ସାମଗ୍ରୀ ସଂଗ୍ରହ କରିଛି । ବିସ୍ଫୋରଣ ସ୍ଥାନ ନିକଟରେ ଥିବା ନ୍ୟୁ ଲାଜପତ ରାୟ ମାର୍କେଟରୁ ମିଳିଥିବା ଶରୀରର ଅଂଶକୁ ଫରେନସିକ୍ ପରୀକ୍ଷା ପାଇଁ ପଠାଯାଇଛି ।
ଦନ୍ତରୁ ଦିଲ୍ଲୀ ବିସ୍ଫୋରଣରେ ଆତଙ୍କୀ ଡାକ୍ତର ଉମର ସମେତ ଅନ୍ୟ ଆତଙ୍କୀ ତୁର୍କୀରେ ଜୈସ-ଇ-ମହମ୍ମଦ ହ୍ୟାଣ୍ଡଲର ସହିତ ସ୍ବତନ୍ତ୍ର ଆପ୍ ମାଧ୍ୟମରେ ଯୋଗାଯୋଗରେ ରହୁଥିବା ଜଣା ପଡ଼ିଛି। ତୁର୍କିର ଅନକାରାରୁ ସିକ୍ରେଟ ହ୍ୟାଣ୍ଡଲର ଅପରେଟ ହେଉଥିଲା । ବୁଧବାର ପିଏମ ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା CCS ବୈଠକରେ ଆତଙ୍କୀ ଘଟଣା ବିରୋଧରେ ପ୍ରସ୍ତାବ ପାରିତ ହୋଇଛି ।
📱 Get Argus News App
✨Related Topics
Explore more stories