Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Delhi Blast / ଦିଲ୍ଲୀ କାର ବିସ୍ପୋରଣ ଘଟଣାର ତଦନ୍ତ କରିବ NIA

Ritu Das
Browse all articles by Ritu Das
·8 months ago·3 min read
ଦିଲ୍ଲୀ କାର ବିସ୍ପୋରଣ ଘଟଣାର ତଦନ୍ତ କରିବ NIA

Key Points

ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ମାମଲାରେ NIA ତନାଘନା ଆରମ୍ଭ କରିଦେଇଛି । ଫରିଦାବାଦର ଡାକ୍ତରଙ୍କ ଠାରୁ ଆରମ୍ଭ କରି କାଶ୍ମୀରର ମୌଲବୀ ପର୍ଯ୍ୟନ୍ତ ସମସ୍ତେ ଏବେ NIAର ସ୍କାନରରେ ।
ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ମାମଲାରେ NIA ତନାଘନା ଆରମ୍ଭ କରିଦେଇଛି । ଫରିଦାବାଦର ଡାକ୍ତରଙ୍କ ଠାରୁ ଆରମ୍ଭ କରି କାଶ୍ମୀରର ମୌଲବୀ ପର୍ଯ୍ୟନ୍ତ ସମସ୍ତେ ଏବେ NIAର ସ୍କାନରରେ । ମେଡିକାଲ କଲେଜ ଆଢୁଆଳରେ କଟରପନ୍ଥି ବିଚାରଧାରାର ଚାଲିଥିଲା କି ପ୍ରଚାର । ଗିରଫ 5ଜଣ ହେଉଛନ୍ତି ସେହି ଡାକ୍ତର ଯେଉଁମାନେ ରଚିଥିଲେ ଏହି ସାଂଘାତିକ ଷଡୟନ୍ତ୍ର।

ଏହାସହ ପଢ଼ନ୍ତୁ: ଦିଲ୍ଲୀ ବିସ୍ଫୋରଣ ପଛର ୭ ସନ୍ଦିଗ୍ଧ; ପୁଲୱାମାରୁ ଫରିଦାବାଦ ଲମ୍ବିଛି ନେଟୱର୍କ

1. ଡକ୍ଟର ମୁଜାମିଲ ଗାନାଇ
2. ଡକ୍ଟର ଅଦିଲ ଅହମ୍ମଦ ରାଠୋର
3. ଡକ୍ଟର ସାହିନ ସୟିଦ
4. ଉମର ମହମ୍ମଦ
5. ଅହମ୍ମଦ ମୋହିୟୁଦିନ ସାଇଦ

ଉତ୍ତରପ୍ରଦେଶ, ହରିୟାଣା, ଗୁଜରାଟ ଓ ଜମ୍ମୁ-କାଶ୍ମୀରରେ ଚାରି ଦିନରେ ଏହି ଡାକ୍ତରମାନଙ୍କୁ ଗିରଫ କରାଯାଇଛି । ଯେଉଁମାନେ ସିଧାସଳଖ ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ । ଦିଲ୍ଲୀର ଆଜାଦପୁର ମଣ୍ଡି, ଅହମଦାବାଦର ନାରୋଦା ବଜାରରେ ବିସ୍ଫୋରଣ ପାଇଁ ହୋଇଥିଲା ଷଡ଼ଯନ୍ତ୍ର । ଲକ୍ଷ୍ନୌର ଆର୍‌ଏସ୍‌ଏସ୍‌ ମୁଖ୍ୟାଳୟ ଭଳି ଜନଗହଳି ସ୍ଥାନରେ ରାସାୟନିକ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର । ଭୟଙ୍କର ଆତଙ୍କୀ ନେଟ୍‌ୱର୍କର ସ୍ଲିପର ଏଜେଣ୍ଟ ଭାବେ ଡାକ୍ତରମାନେ କାର୍ଯ୍ୟ କରୁଥିଲେ । ଆଉ 3ଜଣ ଡାକ୍ତରଙ୍କୁ ଅଟକ ରଖାଯାଇଛି । ସେପଟେ ଫରିଦାବାଦରୁ ପୁଣି ଜବତ ହେଲା ୫୦ରୁ ୬୦ କେଜି ବିସ୍ଫୋରକ। ଦିଲ୍ଲୀ ବିସ୍ଫୋରଣର ଦିନକ ପରେ ଏହା ଜବତ ହୋଇଛି । ୨ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି । ଦିଲ୍ଲୀ ବିସ୍ଫୋରଣର ପୁଲଓ୍ବାମା ଲିଙ୍କ । ଡାକ୍ତର ସଜ୍ଜାଦ ଅହମଦ ମାଲାକୁ କାଶ୍ମୀରର ପୁଲଓ୍ବାମାରୁ ଧରିଲା ପୋଲିସ୍ । ଗିରଫ ଡାକ୍ତର ଉମରର ବନ୍ଧୁ ହେଉଛନ୍ତି ସଜ୍ଜାଦ ଅହମଦ।

ଏହାସହ ପଢ଼ନ୍ତୁ: ଲାଲକିଲ୍ଲା ମସଜିଦ୍‌ର ପାର୍କିଂରେ ୩ ଘଣ୍ଟା ଥିଲା ବିସ୍ଫୋରଣ ହୋଇଥିବା କାର୍, ୧୩ ସନ୍ଦିଗ୍ଧ ଅଟକ

ପୋଲିସର ସୂଚନା ଅନୁସାରେ 4ଟା ବେଳେ ସୁନ୍ଦରୀ ମସଜିଦ ପାର୍କିଂ ପାଖରେ କାର ଠାବ ହୋଇଥିଲା । ବିସ୍ଫୋରଣର 2 ଘଣ୍ଟା ପୂର୍ବରୁ ହୋଇଥିଲା ପାର୍କିଂ । ବିସ୍ଫୋରଣର କିଛି ସମୟ ପୂର୍ବରୁ କାର ଏହି ସ୍ଥାନ ଛାଡିଥିଲା। 6.52 ବେଳେ ନେତାଜୀ ସୁବାସ ମାର୍ଗ ଆଡେ ମୁହାଁଇଲା କାର । ସିଗନାଲ ପାଖରେ ଧୀର ହେଲା । ତା ପରେ ହେଲା ବିସ୍ଫୋରଣ।

ଦିଲ୍ଲୀର ବିସ୍ଫୋରଣ ପୂର୍ବର ସିସିଟିଭି ଫୁଟେଜରୁ ଜଣାପଡ଼ିଛି ଯେ, ଏକ I-20 କାର୍ ଏକ ଭିଡ଼ ଦେଇ ଯାଉଛି । ଯେଉଁଥିରେ ଏକ କଳା ମାସ୍କ ପିନ୍ଧା ବ୍ୟକ୍ତି ବସିଥିବା କୁହାଯାଉଛି । କଳା ମାସ୍କ ପିନ୍ଧିଥିବା ବ୍ୟକ୍ତି ଆତଙ୍କୀ ମହମ୍ମଦ ଉମର ବୋଲି କୁହାଯାଉଛି । ଯିଏ କି ନିଜେ ଡ୍ରାଇଭିଂ ବି କରୁଥିଲା । ଆତଙ୍କୀ ମହମ୍ମଦ ଉମର ଜଣେ ଡାକ୍ତର ବୋଲି କୁହାଯାଉଛି । ବିସ୍ଫୋରଣ କାର୍‌ର ମାଲିକ ମହମ୍ମଦ ସଲମାନ । ମହମ୍ମଦ ସଲମାନ କାର୍‌କୁ ନଦିମ୍ ନାମକ ବ୍ୟକ୍ତିକୁ ବିକ୍ରି କରିଥିଲେ । ନଦିମ୍ ଫରିଦାବାଦର ଏକ କାର୍‌ ଡିଲରକୁ କାର୍ ବିକ୍ରି କରି ଦେଇଥିଲା । କାର୍‌ ଡିଲରଠାରୁ କାର୍‌ କିଣିଥିଲା ପୁଲୱାମାର ତାରିକ୍‌ । ତାରିକ୍‌କୁ ଉଠାଇ ନେଇ ପଚରାଉଚୁରା କରୁଛି ପୋଲିସ ।...
ଏବେ ବଡ଼ ପ୍ରଶ୍ନ

ଦିଲ୍ଲୀ ବ୍ଲାଷ୍ଟ ପଛରେ ଆତଙ୍କୀ ସଂଗଠନ କି?
ଆତ୍ମଘାତୀ ଆକ୍ରମଣ ବା ଫିଦାୟିନ୍ ଆଟାକର ଭୟଙ୍କର ପରିଣାମ କି?
ଫରିଦାବାଦ୍ ଟେରର୍ ରେଡ୍ ସହ ପୁରା ଲିଙ୍କ୍ କି?
ବିସ୍ଫୋରକ ଜବତ ପରେ ଆତଙ୍କୀ ଘଟାଇଛନ୍ତି କି ଏହି କାଣ୍ଡ?
କେଉଁ ଆତଙ୍କୀ ସଂଗଠନ କରିଛି ଏହି ବର୍ବର କାଣ୍ଡ?
ଦିଲ୍ଲୀ ବ୍ଲାଷ୍ଟ ସହ କାଶ୍ମୀର ଲିଙ୍କ୍ କଣ ?
ପୂର୍ବରୁ ରେକି କରିଥିଲେ ନା ଅଚାନକ୍ ଘଟାଇଥିଲେ ବର୍ବର କାଣ୍ଡ ?
ଦିଲ୍ଲୀରେ ସିରିଜ ବ୍ଲାଷ୍ଟର ଥିଲା କି ବଡ଼ ପ୍ଲାନ୍?
ଘଟଣା ପଛର କିଏ ସେ ମାଷ୍ଟର ମାଇଣ୍ଡ ତାହାକୁ ନେଇ ଏବେ ବଡ଼ ପ୍ରଶ୍ନ ଉଠିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
NIA to Probe Delhi Car Explosion Incident | Argus News