Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତର କଳା ଓ ଐତିହ୍ୟକୁ ବିଶ୍ବସ୍ତରୀୟ କରିବାକୁ ନୀତା ଅମ୍ବାନୀଙ୍କ ନିଆରା ପଦକ୍ଷେପ

Jyoti Prakash Mallick
Browse all articles by Jyoti Prakash Mallick
·1 year ago·2 min read
ଭାରତର କଳା ଓ ଐତିହ୍ୟକୁ ବିଶ୍ବସ୍ତରୀୟ କରିବାକୁ ନୀତା ଅମ୍ବାନୀଙ୍କ ନିଆରା ପଦକ୍ଷେପ

Key Points

୫୦୦୦ ବର୍ଷର ଇତିହାସ ପ୍ରଦର୍ଶିତ ହେବ

୧୦୦ ରୁ ଅଧିକ କଳାକାର ସାମିଲ ହେବେ 

ରିଲାଏନ୍ସ ଫାଉଣ୍ଡେସନର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀଙ୍କ ବଡ଼ ଘୋଷଣା। ଆସନ୍ତା ସେପ୍ଟେମ୍ବର ୧୨ ରୁ ୧୪ ପର୍ଯ୍ୟନ୍ତ ଆମେରିକାର ନ୍ୟୁୟର୍କ ସହରର ପ୍ରସିଦ୍ଧ ଲିଙ୍କନ୍ ସେଣ୍ଟରରେ ଆୟୋଜିତ ହେବାକୁ ଯାଉଛି ଭାରତର ସଂଗୀତ, ଫ୍ୟାସନ ଓ ନୃତ୍ୟକୁ ନେଇ ନିଆରା କାର୍ଯ୍ୟକ୍ରମ 'ନୀତା ମୁକେଶ ଅମ୍ବାନୀ କଲଚରାଲ ସେଣ୍ଟର ଓ୍ବିକଏଣ୍ଡ'। ତିନିଦିନ ବ୍ୟାପି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ନୃତ୍ୟ, ସଙ୍ଗୀତ, ଫ୍ୟାଶନ୍ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସହିତ ଭାରତୀୟ କଳା ପ୍ରଦର୍ଶିତ ହେବ। ୨୦୨୩ ମସିହାରେ ଯେତେବେଳେ ମୁମ୍ବାଇରେ ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର ଖୋଲାଯାଇଥିଲା ସେତେବେଳେ ଏମିତି ଏକ ପରିକଳ୍ପନା କରାଯାଇଥିଲା।


୨୦୨୩ ରେ ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ରର ଶୁଭାରମ୍ଭ ହୋଇଥିଲା


୨୦୨୩ ରେ ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର NMACCର ମହାନ ଶୁଭାରମ୍ଭ ମୁମ୍ବାଇରେ ହୋଇଥିଲା, ଏହାକୁ 'ଇଣ୍ଡିଆଜ୍ ମେଟ୍ ଗାଲା' କୁହାଯାଉଥିଲା। ଏହି କାର୍ଯ୍ୟକ୍ରମରେ ଶାହରୁଖ ଖାନ, ପ୍ରିୟଙ୍କା ଚୋପ୍ରା, ଗିଗି ହାଦିଦ୍, ନିକ୍ ଜୋନାସଙ୍କ ଭଳି ଅନେକ ଅନ୍ତର୍ଜାତୀୟ ତାରକାଙ୍କୁ ରେଡ୍ କାର୍ପେଟରେ ଦେଖିବାକୁ ମିଳିଥିଲା। ଏବେ ଆନ୍ତର୍ଜାତୀୟ ସ୍ତରରେ ନ୍ୟୁୟର୍କର ଲିଙ୍କନ ସେଣ୍ଟରରେ 'NMACC ଇଣ୍ଡିଆ ୱିକେଣ୍ଡ' ଅନୁଷ୍ଠିତ ହେବ।


ଏହି ଅବସରରେ ନୀତା ଅମ୍ବାନୀ କହିଛନ୍ତି


ପ୍ରଥମ ଥର ପାଇଁ ନ୍ୟୁୟର୍କରେ NMACC ଇଣ୍ଡିଆ ୱିକେଣ୍ଡ ଆୟୋଜନ କରାଯାଉଛି। ଯେଉଁଠାରେ ଆମ ଦେଶର କଳା, ହସ୍ତଶିଳ୍ପ, ସଙ୍ଗୀତ, ନୃତ୍ୟ, ଫ୍ୟାଶନ୍ ଏବଂ ଖାଦ୍ୟ ପ୍ରଦର୍ଶିତ କରାଯିବ। ଏହା ଭାରତର ସାଂସ୍କୃତିକ ଐତିହ୍ୟର ଏକ ବିଶ୍ୱସ୍ତରୀୟ ଉତ୍ସବ ହେବାକୁ ଯାଉଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


NMACC ପ୍ରତିଷ୍ଠା କରିବାକୁ କେଉଁଠୁ ପ୍ରେରଣା ପାଇଥିଲେ ନୀତା ?


ଯୁବ ବୟସରେ ନୀତା ଅମ୍ବାନୀ ଭାରତନାଟ୍ୟମ ନୃତ୍ୟ ଶିକ୍ଷା କରିଥିଲେ। ନୃତ୍ୟ ପରିବେଷଣ ପାଇଁ ଅନେକ ସମୟରେ ତାଙ୍କୁ ଭଲ ପ୍ଲାଟଫର୍ମ ମିଳିନଥିଲା। ଏବେ କଳାକାର ଓ ଉଦ୍ୟମୀଙ୍କ ପାଇଁ ଏକ ସୁଯୋଗ ନେଇ ଆସିଛନ୍ତି ନୀତା ଅମ୍ବାନୀ। ସେ ବିଶ୍ୱର ବହୁମୁଖୀ ସାଂସ୍କୃତିକ ସ୍ଥାନଗୁଡ଼ିକୁ ପରିଦର୍ଶନ କରି NMACC ପ୍ରତିଷ୍ଠା କରିବାକୁ ପ୍ରେରଣା ପାଇଥିଲେ, ଯେଉଁଥିରେ ଦି ମେଟ୍ ମଧ୍ୟ ଅନ୍ତର୍ଭୁକ୍ତ । ୨୦୧୯ ରେ ଦି ମେଟ୍‌ ପକ୍ଷରୁ ତାଙ୍କୁ ସମ୍ମାନଜନକ ଟ୍ରଷ୍ଟି ଭାବେ ସୁଯୋଗ ଦିଆଯାଇଥିଲା।


୫୦୦୦ ବର୍ଷର ଇତିହାସ ପ୍ରଦର୍ଶିତ ହେବ


ଏହି କାର୍ଯ୍ୟକ୍ରମରେ ଭାରତର ଇତିହାସକୁ ପ୍ରଦର୍ଶନ କରାଯିବ। ଏହାର ନିର୍ଦ୍ଦେଶନା ଦାୟିତ୍ବରେ ରହିଛନ୍ତି ଫିରୋଜ ଆବାସ ଖାନ। ଏଥିରେ ୧୦୦ ରୁ ଅଧିକ କଳାକାର ସାମିଲ ହେବା ସହ, ଭାରତର ଇତିହାସକୁ ନେଇ ଆକର୍ଷଣୀୟ ସେଟ୍‌ ନିର୍ମାଣ କରାଯିବ। ଏଥିରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ ଭାରତୀୟ କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦ୍ଦେଶକ ଶଙ୍କର ମହାଦେବନ, ଶ୍ରେୟା ଘୋଷାଲ ଏବଂ ଶାସ୍ତ୍ରୀୟ ସଂଗୀତଜ୍ଞ ରିଷଭ ଶର୍ମା ଏବଂ ପ୍ରସିଦ୍ଧ ବଲିଉଡ୍ ନୃତ୍ୟ ନିର୍ଦ୍ଦେଶକ ଶିୟମକ ଡାଭର ପ୍ରମୁଖ। ସେହିଭଳି କାର୍ଯ୍ୟକ୍ରମର ସଂଯୋଜନା କରିବେ ପ୍ରସିଦ୍ଧ ଫ୍ୟାସନ ଡିଜାଇନର୍ ମନୀଷ ମଲୋହୋତ୍ରା।


ବିଶ୍ବ ପ୍ରସିଦ୍ଧ ସେଫ୍ ବିକାଶ ଖାନ୍ନାଙ୍କ ଖାଦ୍ୟ ବିଶ୍ବସ୍ତରରେ ଭାରତକୁ ଉପସ୍ଥାପିତ କରିବ। ବଲିଉଡ ଗାୟକ ଶଙ୍କର ମହାଦେବନ ଏବଂ ଶ୍ରେୟା ଘୋଷାଲ ଏବଂ ଶାସ୍ତ୍ରୀୟ ସଂଗୀତଜ୍ଞ ରିଷଭ ଶର୍ମାଙ୍କ କନସର୍ଟ ବ୍ୟତୀତ, ଅମ୍ବାନୀ "ଦି ଗ୍ରେଟ୍ ଇଣ୍ଡିଆନ୍ ମ୍ୟୁଜିକାଲ୍: ସିଭିଲାଇଜେସନ୍ ଟୁ ନେସନ୍" ଅନୁଷ୍ଠିତ ହେବ। ଗୋଟେ ସପ୍ତାହ ପାଇଁ ଲିଙ୍କନ୍ ସ୍କୋୟାରର ଡମରୋଶ୍ ପାର୍କକୁ ଏକ ବିଶାଳ ବଜାରରେ ପରିଣତ କରାଯିବ। ଯେଉଁଠାରେ ସ୍ବାସ୍ଥ୍ୟ ଠାରୁ ନେଇ କ୍ରୀଡା, ନୃତ୍ୟ, ଭାରତୀୟ ଫ୍ୟାଶନ୍ ଏବଂ ହସ୍ତଶିଳ୍ପ ପର୍ଯ୍ୟନ୍ତ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ଚକ୍ର ଅନୁଷ୍ଠିତ ହେବ। ନିଜେ ନୀତା ଅମ୍ବାନୀ ମଧ୍ୟ ଭାରତନାଟ୍ୟମ ପରିବେଷଣ କରିବା କାର୍ଯ୍ୟକ୍ରମ ରହିଥିବା ବିଶେଷ ସୁତ୍ରରୁ ଜଣାପଡ଼ିଛି।

Sponsored
NMACC to be held in New York | Argus News