WhatsApp / ବିନା ସିମ୍ କାର୍ଡରେ ଚାଲିବନି ହ୍ୱାଟ୍ସଆପ୍, ଟେଲିଗ୍ରାମ ଓ ସ୍ନାପଚାଟ, ଜାଣନ୍ତୁ କଣ କରିବେ...
·7 months ago·2 min read

Key Points
ଆସିଲା ନୂଆ ନିୟମ
ବିନା ସିମ୍ କାର୍ଡରେ ଚାଲିବନି ହ୍ୱାଟ୍ସଆପ୍, ଟେଲିଗ୍ରାମ ଓ ସ୍ନାପଚାଟ

କାମ କରିବନି ଆଉ ହ୍ୱାଟ୍ସଆପ୍। ଆସିଛି ନୂଆ ଆପ୍। ଦେଶର ସାଇବର ଅପରାଧ ବଢ଼ୁଥିବାରୁ ଏହା ଉପରେ ଲଗାମ ଲଗାଇବାକୁ କେନ୍ଦ୍ର ସରକାର ହ୍ୱାଟ୍ସଆପ୍ ସମେତ ଅନ୍ୟ ମେସେଜିଂ ଆପ୍ଗୁଡ଼ିକ ପାଇଁ କଡ଼ା ନିୟମ ଆଣିବାକୁ ଯାଉଛନ୍ତି। କେବଳ ହ୍ୱାଟ୍ସଆପ୍ ନୁହେଁ,ସମାନ ମେସେଜିଂ ଆପଗୁଡ଼ିକ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ। ନିୟମ ପାଳନ କରିବାକୁ ମେସେଜିଂ ଆପ୍ଗୁଡ଼ିକୁ ୯୦ ଦିନ ସମୟ ଦିଆଯାଇଛି। କିନ୍ତୁ ଆପଣ ଭୟ କରନ୍ତୁ ନାହିଁ। ଏହାର ସମାଧାନ ମଧ୍ୟ ଆସିଛି। ଏବେ ସିମ୍ କାର୍ଡ ବିନା ବ୍ୟବହାର କରିପାରିବେନି ହ୍ୱାଟ୍ସଆପ୍।
ଦୂରସଂଚାର ବିଭାଗ (DoT) ଦ୍ୱାରା ଜାରି କରାଯାଇଥିବା ଦୂରସଂଚାର ସାଇବରସୁରକ୍ଷା ସଂଶୋଧନ ନିୟମ ୨୦୨୫ ଅନୁଯାୟୀ ପ୍ରତ୍ୟେକ ହ୍ୱାଟସଆପ୍ ଆକାଉଣ୍ଟ ସର୍ବଦା ଆକ୍ଟିଭ ଥିବା ସିମ୍ କାର୍ଡ ସହିତ ଲିଙ୍କ୍ ରହିବା ଆବଶ୍ୟକ। ଏଥିରେ ବିନା ସିମ୍ରେ ଗ୍ରାହକଙ୍କ ଆକାଉଣ୍ଟ ବ୍ୟବହାର କରି ହେଉଥିବା ସ୍କାମରେ ରୋକ ଲାଗିବ। ଏଥିରେ ସାଇବର ଅପରାଧ ନିୟନ୍ତ୍ରଣ ହୋଇପାରିବ ବୋଲି ଅଧିକାରୀମାନେ ବିଶ୍ୱାସ ରଖିଛନ୍ତି। DoT ତିନି ମାସ ମଧ୍ୟରେ ଏହି ସିଷ୍ଟମ କାର୍ଯ୍ୟକାରୀ କରିବାକୁ ହ୍ୱାଟ୍ସଆପ୍ ଏବଂ ଅନ୍ୟାନ୍ୟ ମେସେଜିଂ ସେବା ଯେପରିକି ଟେଲିଗ୍ରାମ, ସିଗନାଲ ଏବଂ ସ୍ନାପଚାଟକୁ ନିର୍ଦ୍ଦେଶ ଦେଇଛି। ଏହି ନିୟମ WhatsApp ର ୱେବ୍ ଭର୍ସନ ପାଇଁ ମଧ୍ୟ ଲାଗୁ ହେବ। ଯେଉଁଥିରେ ପ୍ରତି ୬ ଘଣ୍ଟାରେ ହ୍ୱାଟ୍ସଆପ୍ ଲଗ ଆଉଟ ହୋଇଯିବ। ୟୁଜର ଏହାକୁ ପୁନଃ କ୍ୟୁଆର୍ କୋଡ ସ୍କାନ କରି ଲଗ ଇନ କରିପାରିବେ।
ଏଥିସହ ପଢ଼ନ୍ତୁ: ସାବଧାନ! ଡିସେମ୍ୱର ୧ ରୁ ଆଉ ମିଳିବନି ପେନସନ୍, ଏବେ ହିଁ କରନ୍ତୁ...
ନୂଆ ନିୟମରେ ପ୍ରତି ୬ ଘଣ୍ଟାରେ ମେସେଜିଂ ଆପ୍ର ୱେବ୍ ଭର୍ସନ ସ୍ୱୟଂଚାଳିତ ଭାବେ ଲଗ୍ଆଉଟ୍ ହୋଇଯିବ। ଏହାପରେ ୟୁଜର କ୍ୟୁଆର୍ କୋଡ୍ ମାଧ୍ୟମରେ ଏହାକୁ ପୁନଃ ରି-ଅଥେଣ୍ଟିକେଟ୍ ବା ଲଗ ଇନ କରିପାରିବେ। ଭାରତରେ ଥିବା ୫୦୦ ମିଲିଅନରୁ ଅଧିକ ହ୍ୱାଟ୍ସଆପ୍ ୟୁଜର ଅଛନ୍ତି। ନୂଆ ନିୟମ ଲାଗୁ ହେଲେ ଆପ ଚଲାଇବା ଟିକେ ଜଟିଳ ହୋଇଯିବ। କାରଣ ଯେଉଁମାନେ Wi-Fi-କେବଳ ଟାବଲେଟ୍ ଉପରେ ନିର୍ଭର କରନ୍ତି କିମ୍ବା ବାରମ୍ବାର ଡିଭାଇସ୍ ବଦଳାଇଥାନ୍ତି,ସେମାନେ ସମସ୍ୟାରେ ପଡ଼ିପାରନ୍ତି। କାରଣ WhatsApp ଆକାଉଣ୍ଟ ସହିତ ଲିଙ୍କ୍ ହୋଇଥିବା ଫୋନ୍ରେ ସିମ୍କୁ ଫିଜିକାଲି ରହିବା ନିହାତି ଆବଶ୍ୟକ ରହିଛି। ଏନେଇ କିଛି ସାଇବର ସୁରକ୍ଷା ବିଶେଷଜ୍ଞ କହିଛନ୍ତି ଯେ ଏହି ପଦକ୍ଷେପ ଦ୍ୱାରା ଉତ୍ତମ ଟ୍ରେସେବିଲିଟି ସୁନିଶ୍ଚିତ କରିବାରେ ସାହାଯ୍ୟ କରିପାରିବ। ତେବେ ଅନ୍ୟ କିଛି ବିଶେଷଜ୍ଞ କିନ୍ତୁ ଭିନ୍ନ ମତ ଦେଇଛନ୍ତି।
ନୂଆ ନିୟମଟି କ’ଣ?
ନୂଆ ନିର୍ଦ୍ଦେଶନାମା ଅନୁଯାୟୀ, ହ୍ୱାଟ୍ସଆପ୍କୁ ଏବେ ଏକ ଟେଲିକମ୍ୟୁନିକେସନ୍ ଆଇଡେଣ୍ଟିଫାୟର୍ ୟୁଜର୍ ଏଣ୍ଟିଟି (TIUE) ଭାବରେ ବର୍ଗୀକୃତ କରାଯାଇଛି। ଭାରତୀୟ ଟେଲିକମ୍ ଆଇନ ଅଧୀନରେ ତିଆରି ହୋଇଥିବା ଏହା ଏକ ନୂଆ କ୍ୟାଟେଗୋରୀ। ଏହାର ଅର୍ଥ ହେଲା ହ୍ୱାଟ୍ସଆପ୍କୁ ଏବେ ଟେଲିକମ କମ୍ପାନୀଗୁଡ଼ିକ ଭଳି ସାଇବର ସିକ୍ୟୁରିଟି ଓ ଭେରିଫିକେସନର ନିୟମଗୁଡ଼ିକୁ ପାଳନ କରିବାକୁ ପଡ଼ିବ। ଏହି ନିୟମର ମୂଳ ଉଦ୍ଦେଶ୍ୟ ହେଉଛି ସିମ୍ ବାଇଣ୍ଡିଂ ବାଧ୍ୟତାମୂଳକ।
ଅଧିକ ପଢ଼ନ୍ତୁ ଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: