Is ORS Ban / ବ୍ୟାନ କଲା FSSAI, ଆଉ ମନ ଇଚ୍ଛା ବିକ୍ରି କରିପାରିବେନି ORS !

Key Points
କେବଳ WHO ଅନୁମୋଦିତ ଉତ୍ପାଦରେ ହିଁ ଓଆରଏସ ଲେଖାଯିବ ବୋଲି ସ୍ପଷ୍ଟ ସୂଚନା ଦିଆଯାଇଛି ।
ଲେବଲିଂ ଏବଂ ବିଜ୍ଞାପନ ସହିତ ଜଡିତ ସମସ୍ତ ନିୟମ ପାଳନ କରିବାକୁ ପଡିବ ବୋଲି FSSAI ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।
WHO ଅନୁମୋଦନ ବିନା ORS ଲେବଲ୍ ମନା । ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ FSSAI ନିର୍ଦ୍ଦେଶ ଜାରି କରିଛି । ଖାଦ୍ୟ ସୁରକ୍ଷା ଓ ମାନକ ୨୦୦୬ ଅନୁଯାୟୀ ୨୦୨୨ ଜୁଲାଇ ୧୪, ଓ ୨୦୨୪ ଫେବୃଆରୀ ୨ ପୂର୍ବ ଆଦେଶ ବାତିଲ ହୋଇଛି । ବ୍ରାଣ୍ଡ ନାମରେ ORSକୁ ପ୍ରିଫିକ୍ସ ବା ସଫିକ୍ସ ଭାବେ ଯୋଡ଼ିବା ଅନୁମତି ବାତିଲ୍ ହୋଇଛି । ସମସ୍ତ ଖାଦ୍ୟ ଉତ୍ପାଦର ବ୍ରାଣ୍ଡ ଶ୍ରେଣୀରୁ ଓଆରଏସ ଶବ୍ଦର ବ୍ୟବହାରକୁ ନିଷେଧ କରିବାକୁ ନିର୍ଦ୍ଦେଶ ଦେଇଛି।
କେବଳ WHO ଅନୁମୋଦିତ ଉତ୍ପାଦରେ ହିଁ ଓଆରଏସ ଲେଖାଯିବ ବୋଲି ସ୍ପଷ୍ଟ ସୂଚନା ଦିଆଯାଇଛି। ଲେବଲିଂ ଏବଂ ବିଜ୍ଞାପନ ସହିତ ଜଡିତ ସମସ୍ତ ନିୟମ ପାଳନ କରିବାକୁ ପଡିବ ବୋଲି FSSAI ତରଫରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଯେଉଁ କମ୍ପାନୀ ମାନେ 'ଓଆରଏସ' ଶବ୍ଦର ବ୍ୟବହାର କରିଛନ୍ତି ସେମାନଙ୍କୁ ଏହା ହଟାଇବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଯଦି କେହି ନିୟମ ନ ମାନନ୍ତି ତେବେ ଉଲ୍ଲଂଘନ ଧାରା ୫୨ ଏବଂ ୫୩ ଅନୁଯାୟୀ ସେମାନଙ୍କୁ ଦଣ୍ଡିତ କରାଯିବ । ବିଭ୍ରାନ୍ତିକର ବିଜ୍ଞାପନ ଏବଂ ଉତ୍ପାଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ୮ ଏପ୍ରିଲ, ୨୦୨୨ର ଆଦେଶ ବଳବତ୍ତର ରହିଛି । ORS ଶବ୍ଦର ଅପବ୍ୟବହାର ବିରୁଦ୍ଧରେ ହାଇଦ୍ରାବାଦର ଜଣେ ଶିଶୁ ରୋଗ ବିଶେଷଜ୍ଞ ଦୀର୍ଘ 8 ବର୍ଷ ଧରି ନିରନ୍ତର ଅଭିଯାନ ଜାରି ରଖିଥିଲେ ।
ଓରାଲ୍ ରିହାଇଡ୍ରେସନ୍ ସଲ୍ଟ୍ସର ନାମରେ ଭ୍ରମାତ୍ମକ ଦ୍ରବ୍ୟ ବିକ୍ରୟ ଉପରେ ରୋକ । ଏନର୍ଜି ଡ୍ରିଙ୍କ୍ ବିକ୍ରି ଉପରେ କଡ଼ା କଟକଣା ଲାଗୁ କଲା ଏଫଏସଏସଏଆଇ । କେବଳ ବିଶ୍ୱ ସ୍ୱାସ୍ଥ୍ୟ ସଂସ୍ଥା ମାନ୍ୟତା ପ୍ରାପ୍ତ ଫର୍ମୁଲା ବିକ୍ରି ପାଇଁ ଅନୁମତି । ଏହା ବ୍ୟତୀତ ଅନ୍ୟ କୌଣସି ଉତ୍ପାଦ ଓଆରଏସ୍ ନାମରେ ବିକ୍ରି ହେବ ନାହିଁ ।
📱 Get Argus News App
✨Related Topics
Explore more stories