Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Health Care / ୧୭ ବର୍ଷ ପରେ ଭାରତ ଫେରିଲେ NRI ଦମ୍ପତି, କହିଲେ "ଆମେରିକାରେ ମେଡିକାଲ୍ ଖର୍ଚ୍ଚ ଅଧିକ"

Sushanta Sahoo
Browse all articles by Sushanta Sahoo
·7 months ago·2 min read
୧୭ ବର୍ଷ ପରେ ଭାରତ ଫେରିଲେ NRI ଦମ୍ପତି, କହିଲେ "ଆମେରିକାରେ ମେଡିକାଲ୍ ଖର୍ଚ୍ଚ ଅଧିକ"

Key Points

୧୭ ବର୍ଷ ପରର ଲମ୍ବା ଅବଧି ପରେ ଦମ୍ପତି ଭାରତ ଫେରିଛନ୍ତି ଦୁଇ ଜାଆଁଳା ଛୁଆଙ୍କ ସହ । ଇନଷ୍ଟାଗ୍ରାମର ଏକ ଭିଡିଓ ପୋଷ୍ଟ କରି ଆମେରିକାର ସ୍ଵାସ୍ଥ୍ୟ ବ୍ୟବସ୍ଥା କିଭଳି ସେମାନଙ୍କୁ ଆର୍ଥିକ ଚାପରେ ରଖୁଥିଲା ବଖାଣିଛନ୍ତି ।
ନୂଆଦିଲ୍ଲୀ: ଭାରତ ଭଳି ଜନବହୁଳ ରାଷ୍ଟ୍ରରେ ମେଡିକାଲ୍ ଖର୍ଚ୍ଚକୁ ନେଇ ଅନେକ ଚର୍ଚ୍ଚା ହୁଏ । କୁହାଯାଏ ଭାରତ ବାହାରେ ବିଦେଶରେ ଚିକିତ୍ସା ସୁବିଧା ବେଶ ଉନ୍ନତ । ହେଲେ ଆମେରିକାରେ ପ୍ରାୟ ଦୁଇ ଦଶନ୍ଧି ରହିବା ପରେ ଚିକିତ୍ସା ବ୍ୟବସ୍ଥା ଉପରେ ଅସନ୍ତୋଷ ବ୍ୟକ୍ତ କରି ଭାରତ ଫେରି ଆସିଛନ୍ତି NRI ଦମ୍ପତି ।

୧୭ ବର୍ଷ ପରର ଲମ୍ବା ଅବଧି ପରେ ଦମ୍ପତି ଭାରତ ଫେରିଛନ୍ତି ଦୁଇ ଜାଆଁଳା ଛୁଆଙ୍କ ସହ । ଇନଷ୍ଟାଗ୍ରାମର ଏକ ଭିଡିଓ ପୋଷ୍ଟ କରି ଆମେରିକାର ସ୍ଵାସ୍ଥ୍ୟ ବ୍ୟବସ୍ଥା କିଭଳି ସେମାନଙ୍କୁ ଆର୍ଥିକ ଚାପରେ ରଖୁଥିଲା ବଖାଣିଛନ୍ତି । ଏପରିକି ବ୍ୟୟବହୁଳ ସ୍ଵାସ୍ଥ୍ୟବୀମା ସହ ଅତ୍ୟଧିକ ଚିକିତ୍ସା ଖର୍ଚ୍ଚ କଷ୍ଟକର ହେଉଥିଲା ।

ଏଥିସହ ପଢ଼ନ୍ତୁ: ବଳ ଗୋଟାଉଛି ବାତ୍ୟା 'ଫିନା'; ଘଣ୍ଟା ପ୍ରତି ୨୦୫ କିଲୋମିଟର ବେଗରେ ପବନ

ଆମେରିକାରେ ଆପଣଙ୍କର ସ୍ଵାସ୍ଥ୍ୟ ବୀମା ଥିଲେ ବି ଆପଣଙ୍କୁ ଆପଣଙ୍କ ଡିଡକ୍ସନ ସୀମା ଛୁଇଁବା ପର୍ଯ୍ୟନ୍ତ ପକେଟ୍‌ରୁ ଟଙ୍କା ଦେବାକୁ ପଡ଼େ । ଦମ୍ପତି ୧୪ ହଜାର ଡଲାରର ମାସିକ ପ୍ରିମିୟମ୍ ଦେଇ ସ୍ଵାସ୍ଥ୍ୟ ବୀମା ନେଇଥିଲେ । ଯେଉଁଥିରେ ସେମାନଙ୍କ ଜାଆଁଳା ଛୁଆ ଅନ୍ତର୍ଭୁକ୍ତ ନଥିଲେ ।


ଦିନକୁ ଦିନ ସ୍ଵାସ୍ଥ୍ୟସେବାରେ ଖର୍ଚ୍ଚ ଅଧିକ ହେଲା । ଆଉ ଶେଷରେ ଦମ୍ପତି ନିଷ୍ପତ୍ତି ନେଲେ ଭାରତ ପଳାଇ ଆସିବାକୁ । ଆମେରିକା ଅପେକ୍ଷା ଭାରତରେ ଚିକିତ୍ସା ସୁଲଭ ଏବଂ ସୁଗମ୍ୟ ବୋଲି କହିଛନ୍ତି NRI ଦମ୍ପତି । ସେମାନେ କହିଛନ୍ତି, "ଭାରତରେ ଚିକିତ୍ସା ବ୍ୟବସ୍ଥା ଲକଜପରୀ ନୁହେଁ । ଏଠାରେ ଭଲ ଡାକ୍ତରଙ୍କୁ ସାକ୍ଷାତ କରି ହେବ । ଏହା ଜୀବନର କତା ଆର୍ଥିକ ଚାପର ନୁହେଁ ।"

ଏଥିସହ ପଢ଼ନ୍ତୁ: ଲଘୁଚାପ ପାଇଁ ରାଜ୍ୟରେ ବଦଳିବ କି ପାଗ ? ଆଗାମୀ ୭ ଦିନ ପାଇଁ କ'ଣ ରହିଛି ପାଣିପାଗ ବିଭାଗର ପୂର୍ବାନୁମାନ

ଆମେରିକାରୁ ଆସିଥିବା NRI ଦମ୍ପତିଙ୍କ ଭିଡିଓକୁ ଇନଷ୍ଟାଗ୍ରାମରେ ୧.୬ ମିଲିୟନରୁ ଅଧିକ ଦର୍ଶକ ଦେଖି ସାରିଲେଣି । ହଜାର ହଜାର କମେଣ୍ଟ ମଧ୍ୟ ଆସିଛି । ଅଧିକାଂଶ ୟୁଜର ଦମ୍ପତିଙ୍କ କଥାରେ ଏକମତ ହୋଇଥିବା ଦେଖିବାକୁ ମିଳିଛି ।

ଜଣେ ୟୁଜର୍ ଲେଖିଛନ୍ତି, "ମୋର ଜଣେ ସମ୍ପର୍କୀୟ ଆମେରିକାରେ ତାଙ୍କ ଆପେଣ୍ଡିକ୍ସ ଅପରେସନ୍ ପାଇଁ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ସେଠାରେ ଅପେସରନର ଖର୍ଚ୍ଚ ପ୍ରାୟ ୪୫ ହଜାର ଆମେରିକୀୟ ଡଲାର୍ ଥିଲା । ଯେତେବେଳେ କି ଭାରତରେ ଉକ୍ତ ଅପରେସନ୍ ମାତ୍ର ୩୦ ହଜାର ଟଙ୍କାରେ ହୋଇଗଲା ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
NRI Couple Returns to India After 17 Years Citing High US Medical Costs | Argus News | Argus News