Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

West Bengal / ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ଗିରଫ ହେଲା ୫ମ ଅଭିଯୁକ୍ତ

Rashmita Mishra
Browse all articles by Rashmita Mishra
·9 months ago·2 min read
ପଶ୍ଚିମବଙ୍ଗରେ ଓଡ଼ିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ଗିରଫ ହେଲା ୫ମ ଅଭିଯୁକ୍ତ

Key Points

ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣ ଦୁଷ୍କର୍ମ ମାମଲାରେ ଆଉ ଜଣେ ଗିରଫ
ମୋଟ ୫ ଅଭିଯୁକ୍ତ ବାନ୍ଧିଲା ପୋଲିସ

ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ଆଜି ଆଉ ଜଣଙ୍କୁ ଗିରଫ କରାଯାଇଛି । ମୋଟ ୫ ଜଣଙ୍କୁ ବାନ୍ଧିଲା ପୋଲିସ । ଗତକାଲି ୪ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ପଞ୍ଚମ ଅଭିଯୁକ୍ତ ସଫିକ୍‌ ଗୁଲ । ସଫିକ୍‌ ଗୁଲର ଘର ଦୁର୍ଗାପୁର ଅଞ୍ଚଳରେ । 


ସେପଟେ ପଶ୍ଚିମବଙ୍ଗ ଦୁର୍ଗାପୁର ଗସ୍ତରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ ୩ ଜଣିଆ ଟିମ୍ । ପୀଡିତା ପରିବାର ସହିତ କଥା ହୋଇଛନ୍ତି ମହିଳା କମିଶନ । କଲିକତା ପୋଲିସ ଓ ପରିବାର ଲୋକଙ୍କ ସହ ଲଗାତାର କଥାବାର୍ତ୍ତା ଚାଲିଛି । ସେଠାରେ ପହଁଞ୍ଚି ପୀଡିତାଙ୍କୁ ଭେଟିବା ସହ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବେ । ଆବଶ୍ୟକ ପଡିଲେ ମହିଳା କମିଶନ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ କରି ଆବଶ୍ୟକ ତା ଅନୁଯାୟୀ ସୁବିଧା ଯୋଗାଇବା ନେଇ ସୂଚନା ଦେଇଛନ୍ତି ମହିଳା କମିଶନର ଶୋଭନା ମହାନ୍ତି ।


ଅଧିକ ପଢ଼ନ୍ତୁ : ଝିଅଙ୍କୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଅଜବ ବୟାନ ''ରାତିରେ ବାହାରକୁ ଯିବା ପାଇଁ ଅନୁମତି ଦିଆଯିବା ଉଚିତ୍ ନୁହେଁ''


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୂଚନାନୁଯାୟୀ ଗତ ୧୦ ତାରିଖ ରାତି ସାଢ଼େ ୮ ସମୟରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ପୁରୁଷବନ୍ଧୁ ତାଙ୍କୁ କଲେଜ ଫାଟକ ନିକଟରେ ଥିବା ଷ୍ଟଲ୍‌କୁ ଗୁପ୍ ଚୁପ୍ ଖାଇବାକୁ ଡାକିଥିଲେ । ଏହାପରେ, ପୁରୁଷବନ୍ଧୁ ଜଣକ ତାଙ୍କୁ ଆଗକୁ ଆଉ କିଛି ବାଟ ଯିବା ପାଇଁ କହିଥିଲେ । ଉଭୟ କଲେଜକୁ ସଂଯୋଗ କରୁଥିବା ଜଙ୍ଗଲ ରାସ୍ତାରେ ୩ଶହ ମିଟର ଚାଲିଚାଲି ଯାଇଥିଲେ । ଏହି ସମୟରେ କିଛି ଯୁବକ ସେମାନଙ୍କ ପିଛା କରୁଥିଲେ । ହଠାତ୍ ପୁରୁଷବନ୍ଧୁ ଜଣକ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲେ । ଏହି ସମୟରେ ପିଛା କରୁଥିବା ଯୁବକମାନେ ପୀଡ଼ିତାଙ୍କୁ ଘଞ୍ଚ ଜଙ୍ଗଲ ଭିତରକୁ ଟେକିନେଇ ଦୁଷ୍କର୍ମ କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ପୀଡ଼ିତାଙ୍କୁ ମେଡିକାଲ କଲେଜ ଆଇସିୟୁରେ ଭର୍ତ୍ତି କରାଯାଇଛି ।


ପୀଡ଼ିତାଙ୍କ ବାପା କହିଛନ୍ତି, "ତାଙ୍କ ଝିଅ ଏବେ ଚାଲିବାକୁ ଅକ୍ଷମ । ଏବେ ସେ ବେଡ ରେଷ୍ଟରେ ଅଛି । ଝିଅର ସ୍ଵାସ୍ଥ୍ୟାବସ୍ଥା ନେଇ ମୁଖ୍ୟମନ୍ତ୍ରୀ, ଡିଜି, ଏସପି, ଜିଲ୍ଲାପାଳ ଆମ ସହ ଯୋଗାଯୋଗରେ ଅଛନ୍ତି ।" ସେଠାରୁ ଝିଅକୁ ଏକ ସୁରକ୍ଷିତ ସ୍ଥାନକୁ ଓଡ଼ିଶା ନେବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିବା କହିଛନ୍ତି । କୋଲକାତାରେ ପୀଡ଼ିତାଙ୍କ ଚିକିତ୍ସା ଚାଲିଥିବା ବେଳେ ବାପା କହିଛନ୍ତି, ""ଏଠାରେ ଝିଅର ସୁରକ୍ଷା ପ୍ରତି ବିପଦ ଅଛି ।" ତେଣୁ ତୁରନ୍ତ ଝିଅକୁ ଏଠାରୁ ଓଡ଼ିଶା ନେବା ପାଇଁ ଚାହୁଁଥିବା କହିଛନ୍ତି ପୀଡିତାଙ୍କ ବାପା ।

ଅଧିକ ପଢ଼ନ୍ତୁ ଭାରତ ଖବର...


Sponsored
West Bengal | Odisha Girl Gangrape Case in West Bengal: Fifth Accused Arrested | Argus News | Argus News