NCERT ମଡ୍ୟୁଲରେ ଅପରେସନ ସିନ୍ଦୂର

Key Points
NCERT ମଡ୍ୟୁଲରେ ଅପରେସନ ସିନ୍ଦୂର
ଅପରେସନ ସିନ୍ଦୂରରେ ଭାରତୀୟ ସେନାର
ବୀରତ୍ବର ଗାଥା ପଢିବେ ଛାତ୍ରଛାତ୍ରୀ
ଅପରେସନ ସିନ୍ଦୂର ନେଇ NCERT ପକ୍ଷରୁ ସ୍ବତନ୍ତ୍ର ପୁସ୍ତିକା
ଅପରେସନ ସିନ୍ଦୂରରେ ଭାରତୀୟ ସେନାର ବୀରତ୍ବର ଗାଥା ପଢିବେ ଛାତ୍ରଛାତ୍ରୀ । ଏନେଇ NCERT ପକ୍ଷରୁ ସ୍ବତନ୍ତ୍ର ପୁସ୍ତିକା କରାଯାଇଛି । ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଭାରତ କିପରି ଦୃଢ ଭାବେ ଆତଙୀ ଆଡ୍ଡାକୁ ଟାର୍ଗେଟ କରି ନଷ୍ଟ କରିଥିଲା ଏନେଇ ତଥ୍ୟ ରଖାଯାଇଛି । ତୃତୀୟ ଶ୍ରେଶୀରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ପୁସ୍ତିକା ପ୍ରସ୍ତୁତ କରାଯାଇଛି । ଏହି moduleରେ କୁହାଯାଇଛି ପାକିସ୍ତାନ ଯଦିଓ ପହଲଗାମ ଆତଙ୍କବାଦୀ ଆକ୍ରମଣ ରେ ନିଜର ଭୂମିକାକୁ ଅସ୍ବୀକାର କରିଛି। କିନ୍ତୁ ଏହି ଆକ୍ରମଣ ପାକ ସେନା ଓ ପାକ ନେତାଙ୍କ ଆଦେଶରେ ହୋଇଛି।
ଅପରେସନ ସିନ୍ଦୁର ଭାରତର କେବଳ ସୈନ୍ୟ କାରବାର ନଥିଲା । ଏହା ନୀରିହ ଲୋକଙ୍କ ହତ୍ୟାର ପ୍ରତିଶୋଧ ଥିଲା । ଅପରେସନ ସିନ୍ଦୂରକୁ ସାରା ବିଶ୍ବର ମିଳିଥିଲା ସମର୍ଥନ । ଦେଶର ସୁରକ୍ଷା ପାଇଁ ଭାରତୀୟ ସେନା ଦେଖାଇଥିଲା ପରାକ୍ରମ । ଅପରେସନର ନାମ କାହିଁକି ଅପରେସନ ସିନ୍ଦୂର ରଖାଯାଇଥିଲା ତାର ତଥ୍ୟ ଉଲ୍ଲେଖ ରହିଛି ।