Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Operation Swadesh / ଭାରତର ଅପରେସନ୍ ସ୍ୱଦେଶ ସରିଲେ ଆମେରିକା କରିବ ବଡ଼ ଆକ୍ରମଣ !

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ଭାରତର ଅପରେସନ୍ ସ୍ୱଦେଶ ସରିଲେ ଆମେରିକା କରିବ ବଡ଼ ଆକ୍ରମଣ !
Operation Swadesh

Key Points

୨୫୦୦-୩,୦୦୦ ଛାତ୍ର ଅଛନ୍ତି ଯେଉଁମାନେ ସେଠାକୁ ଡାକ୍ତରୀ ପାଠ ପଢ଼ିବାକୁ ଯାଇଥିଲେ।

ଆରମ୍ଭ ହେଲା ଅପରେସନ୍ ସ୍ୱଦେଶ । ଇରାନରୁ ଭାରତୀୟମାନଙ୍କୁ ବିମାନରେ ସ୍ୱଦେଶ ଆଣିବେ କେନ୍ଦ୍ର ସରକାର । ଇରାନରେ ଚାଲିଥିବା ହିଂସାତ୍ମକ ସରକାର ବିରୋଧୀ ପ୍ରତିବାଦ ମଧ୍ୟରେ କେନ୍ଦ୍ର ସରକାର ସେଠାରୁ ଭାରତୀୟମାନଙ୍କୁ ବିମାନରେ ଆଣିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ସେମାନଙ୍କୁ ଫେରାଇ ଆଣିବା ପାଇଁ ସରକାର 'ଅପରେସନ୍ ସ୍ୱଦେଶ" ଆରମ୍ଭ କରିଛନ୍ତି । ଆଜି ପ୍ରଥମ ସ୍ୱତନ୍ତ୍ର ବିମାନ ତେହେରାନରୁ ନୂଆଦିଲ୍ଲୀରେ ପହଞ୍ଚିବ।

ବର୍ତ୍ତମାନ ଇରାନରେ ପ୍ରାୟ ୧୦ ହଜାର ଭାରତୀୟ ନାଗରିକ ଅଛନ୍ତି, ଯେଉଁଥିରେ ଛାତ୍ର, ବ୍ୟବସାୟୀ ଏବଂ ବୃତ୍ତିଗତ ଅଛନ୍ତି । ଏମାନଙ୍କ ମଧ୍ୟରୁ ୨୫୦୦-୩,୦୦୦ ଛାତ୍ର ଅଛନ୍ତି ଯେଉଁମାନେ ସେଠାକୁ ଡାକ୍ତରୀ ପାଠ ପଢ଼ିବାକୁ ଯାଇଥିଲେ। ବୈଦେଶିକ ମନ୍ତ୍ରଣାଳୟ ମଧ୍ୟ ଇରାନ ଯାତ୍ରା ନକରିବାକୁ ପରାମର୍ଶ ଦେଇଛି । ଜମ୍ମୁ ଏବଂ କାଶ୍ମୀର ଛାତ୍ର ସଂଘ ଏକ ବିବୃତ୍ତିରେ କହିଛି, 'ସମସ୍ତ ଛାତ୍ରଙ୍କୁ ପଞ୍ଜିକୃତ କରାଯାଇଛି। ଭାରତୀୟ ଦୂତାବାସ ସେମାନଙ୍କର ବ୍ୟକ୍ତିଗତ ବିବରଣୀ ଏବଂ ପାସପୋର୍ଟ ସଂଗ୍ରହ କରିଛି । ପ୍ରଥମ ବ୍ୟାଚ୍ ଶୁକ୍ରବାର ସକାଳ ୮ଟା ସୁଦ୍ଧା ପ୍ରସ୍ତୁତ ହେବାକୁ ସୂଚନା ଦିଆଯାଇଛି' ।

ବିଗୁଡିଛି ଇରାନର ସ୍ଥିତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯୁଦ୍ଧ ପାଇଁ ପୁରା ପ୍ରସ୍ତୁତ। ଦୁଇ ଦେଶ ମଧ୍ୟରେ ହେବାକୁ ଯାଉଛି ଭୟଙ୍କର ଯୁଦ୍ଧ। ଯାହାକୁ ନେଇ ଇରାନରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଚିନ୍ତାରେ ଭାରତ ସରକାର। ୨୦୧୮-୧୯ରେ ଇରାନକୁ ଭାରତର ରପ୍ତାନି ପ୍ରାୟ ୩.୫୧ ବିଲିୟନ ଡଲାର ଥିଲା, ଯାହା ଏବେ ୨୦୨୪-୨୫ରେ ମାତ୍ର ୧.୨୪ ବିଲିୟନ ଡଲାରକୁ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି। ଏହା ଭାରତୀୟ ଚାଷୀ ଏବଂ ରପ୍ତାନିକାରୀଙ୍କୁ ବିପୁଳ କ୍ଷତି ପହଞ୍ଚାଉଛି। ତଥ୍ୟ ଅନୁଯାୟୀ, ଇରାନ ଏବଂ ଭାରତ ମଧ୍ୟରେ ବାଣିଜ୍ୟ, ଯାହା ୨୦୧୯ ରେ ୧୭.୬ ବିଲିୟନ ଡଲାର ଥିଲା, ୨୦୨୪ରେ ମାତ୍ର ୨.୩ ବିଲିୟନ ଡଲାରକୁ ହ୍ରାସ ପାଇଛି।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଭାରତର ମୋଟ ବାଣିଜ୍ୟର କେବଳ 0.2 ପ୍ରତିଶତ ଇରାନ ସହିତ ଅଛି। ତଥାପି, ଜାହାଜ ଚଳାଚଳ ମାର୍ଗର ବାଧା ବାଣିଜ୍ୟ ନିଅଣ୍ଟକୁ ପ୍ରଭାବିତ କରିପାରେ। ପ୍ରାୟ ୧୦ ରୁ ୧୨ ଭାରତୀୟ ବଂଶୋଦ୍ଭବ ଲୋକ ବର୍ତ୍ତମାନ ଇରାନରେ ଉପସ୍ଥିତ ଅଛନ୍ତି। ଏମାନଙ୍କ ମଧ୍ୟରୁ ବହୁ ସଂଖ୍ୟକ ଛାତ୍ର ଅଛନ୍ତି, ଯେଉଁଥିରେ ପ୍ରାୟ ୨ ହଜାରରୁ ୩ ହଜାର କାଶ୍ମୀର ଛାତ୍ର ଡାକ୍ତରୀ ପାଠ ପଢୁଛନ୍ତି। ଗତ ଦୁଇ ସପ୍ତାହ ଧରି ଇରାନରେ ଚାଲିଥିବା ହିଂସାତ୍ମକ ପ୍ରତିବାଦ ଆଭ୍ୟନ୍ତରୀଣ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଛି। ୨୮ ଡିସେମ୍ବର ୨୦୨୫ରେ ଆରମ୍ଭ ହୋଇଥିବା ଏହି ପ୍ରତିବାଦରେ ହଜାର ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି। ମାନବାଧିକାର ସଂଗଠନ ଅନୁଯାୟୀ, ମୃତ୍ୟୁ ସଂଖ୍ୟା ୨ ହଜାର ଅତିକ୍ରମ କରିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored