Ajit Pawar / କାହିଁକି ଦୁର୍ଘଟଣା ପୂର୍ବରୁ ମେଡେ କଲ୍ କରିନଥିଲେ ପାଇଲଟ୍, ମୃତ୍ୟୁ ପୂର୍ବରୁ ଶେଷ ଶବ୍ଦ ଥିଲା...
·5 months ago·2 min read

Key Points
ଦୁର୍ଘଟଣାରେ ମୃତ୍ୟୁ ହୋଇଛି ଅଜିତ୍ ପାଓ୍ୱାରଙ୍କର
ଦୁର୍ଘଟଣା ପୂର୍ବରୁ ପାଇଲଟ୍ ସମ୍ଭାବୀ ପାଠକଙ୍କ ଶେଷ ଶବ୍ଦ କଣ ଥିଲା

ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରୁ ସମସ୍ତ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେପଟେ ବିମାନ ତଦନ୍ତ ବ୍ୟୁରୋ (AAIB) ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ତଦନ୍ତ ସଂସ୍ଥାର ଏକ ଦଳ ବାରମତି ଯାଇଛି। ଅନ୍ୟ ଏକ ଦଳ ଦିଲ୍ଲୀରେ ବିମାନର ପରିଚାଳକ VSR Ventures ର କାର୍ଯ୍ୟାଳୟରେ ପହଞ୍ଚିଥିବା ଜଣାପଡ଼ିଛି । କିନ୍ତୁ ବର୍ତ୍ତମାନ ଏହି ଦୁର୍ଘଟଣାକୁ ନେଇ ଆସୁଛି ବଡ଼ ଅପଡେଟ୍।ଯେଉଁ କବର ନିଶ୍ଚୟ ଆପଣଙ୍କ ହେସ୍ ଉଡାଇଦେବ।
ମୁଖ୍ୟମନ୍ତ୍ରୀ ଅଜିତ ପାୱାର ବୁଧବାର ସକାଳ ୮.୧୦ରେ ମୁମ୍ବାଇ ଛାଡିଥିଲେ। ତାଙ୍କର ଚାର୍ଟର୍ଡ ବିମାନ ସକାଳ ୮.୪୫ ରେ ବାରମତି ବିମାନବନ୍ଦରରେ ଅବତରଣ କରିବା ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପାୱାର ମହାରାଷ୍ଟ୍ର ପଞ୍ଚାୟତ ନିର୍ବାଚନ ପାଇଁ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ପାଇଁ ବାରମତି ଯାଉଥିଲେ। ପ୍ରଥମ ଅବତରଣ ପ୍ରୟାସ ବିଫଳ ହୋଇଥିଲା । ସକାଳର କୁହୁଡ଼ି ଯୋଗୁଁ ଭିଜିବିଲିଟି ହ୍ରାସ ପାଇଥିଲା। ପାଇଲଟ୍ ବାରମତି ବିମାନବନ୍ଦରର ରନୱେ ୧୧ରେ ଅବତରଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ, ସେମାନେ ରନୱେ ଦେଖିପାରି ନଥିଲେ । ଦୁଇ ପାଇଲଟ୍ ବିମାନକୁ ପୁଣି ଉପରକୁ ନେଇ ଯାଇଥିଲେ । ପାଇଲଟ୍ ପୁଣି ଥରେ ଅବତରଣ ଲାଗି କ୍ଲିୟରାନ୍ସ ନିଶ୍ଚିତ କରିନଥିଲେ ।
ଦ୍ୱିତୀୟ ଥର ପାଇଁ ରନୱେ ଛୁଇଁବା ପୂର୍ବରୁ ବିମାନଟି ଓଲଟି ପଡ଼ିଥିଲା । ପ୍ରାୟ ସକାଳ ୮.୪୩ରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ବିମାନଟି ଏହାର ସ୍ଥାନ ଏବଂ ଗତି ସୂଚାଉଥିବା ସଙ୍କେତ ପଠାଇବା ବନ୍ଦ କରିଦେଇଥିଲା। ଭୂମି ଛୁଇଁବା ପୂର୍ବରୁ ଏହା ଓଲଟି ପଡ଼ିଥିଲା ଏବଂ ରନୱେରୁ ୧୦୦ ମିଟର ଦୂରରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
ଭୂମିରେ ପିଟି ହେବା ମାତ୍ରେ ବିମାନଟି ଚାରିରୁ ପାଞ୍ଚ ଥର ବିସ୍ଫୋରଣ ହୋଇଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ରନୱେ ସହିତ ଧକ୍କା ହେବା ମାତ୍ରେ ବିମାନଟି ବିସ୍ଫୋରଣ ହୋଇଥିଲା । ଫଳରେ ଏକ ପ୍ରଚଣ୍ଡ ଶବ୍ଦ ହୋଇଥିଲା ଏବଂ ବିମାନରେ ନିଆଁ ଲାଗିଯାଇଥିଲା।
ଏହା ପରେ ଆଉ ଚାରିରୁ ପାଞ୍ଚ ଥର ବିସ୍ଫୋରଣ ହୋଇଥିଲା। ଅଗ୍ନିକାଣ୍ଡ ଯୋଗୁଁ ସ୍ଥାନୀୟ ଲୋକେ ସାହାଯ୍ୟ କରିପାରି ନଥିଲେ । ବିମାନବନ୍ଦରରୁ ନିଆଁ ଏବଂ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକମାନେ ଦୁର୍ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଗାଁ ଲୋକେ ବିମାନର ଯାତ୍ରୀମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ନିଆଁ ଏତେ ତୀବ୍ର ଥିଲା ଯେ ସେମାନେ ସାହାଯ୍ୟ କରିପାରିନଥିଲେ । ଏହାସହ ବିମାନର ମୁଖ୍ୟ ପାଇଲଟ୍ ସୁମିତ କପୁର ଦୁର୍ଘଟଣା ପୂର୍ବରୁ ମେଡେ କଲ୍ କରିନଥିଲେ । କିନ୍ତୁ ତାଙ୍କ ସହିତ ଥିବା କ୍ୟାପ୍ଟେନ୍ ସମ୍ଭାବୀ ପାଠକ କହିଥିଲେ, ‘ଓଃ ସିଟ୍... ଓଃ ସିଟ୍’ । ଏହି ସୂଚନା ବାରମତିର ଏକ ଫ୍ଲାଇଂ ସ୍କୁଲର ଜଣେ ବ୍ୟକ୍ତି ଜାତୀୟ ଗଣମାଧ୍ୟମକୁ ଦେଇଛନ୍ତି ।
ବିମାନଟି ଦ୍ୱିତୀୟ ଥର ପାଇଁ ରନୱେ ପାଖକୁ ଆସିବା ଆରମ୍ଭ କରିଥିଲା। ପାଇଲଟ୍ ରିପୋର୍ଟ କରିଥିଲେ ଯେ, ରନୱେ ଏବେ ଦୃଶ୍ୟମାନ ହେଉଛି। ତା'ପରେ ବିମାନକୁ ଅବତରଣ ଅନୁମତି ଦିଆଯାଇଥିଲା । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାଇଲଟ୍ ରିଏକ୍ସନ ଦେଇନଥିଲେ । ଅର୍ଥାତ୍ ସେ ଅବତରଣ ଲାଗି କ୍ଲିୟରାନ୍ସ ନିଶ୍ଚିତ କରିନଥିଲେ। ଯେଉଁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କଣ ପାଇଁ ମେଡେ କଲ୍ କରିନଥିଲେ। ପୁରା ଘଟଣା କଣ ଥିଲା ତାହା ସବୁକିଛି ତାଙ୍କ ସହ ଲିଭି ଯାଇଛି।
ଅଧିକ ପଢ଼ନ୍ତୁ ଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories