Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହାତକୁ ଦି ହାତ ହେଲେ ପିନାକୀ ମିଶ୍ର ଓ ମହୁଆ ମୋଇତ୍ରା

Smruti Parija
Browse all articles by Smruti Parija
·1 year ago·2 min read
ହାତକୁ ଦି ହାତ ହେଲେ ପିନାକୀ ମିଶ୍ର ଓ ମହୁଆ ମୋଇତ୍ରା

Key Points

ବିବାହ ବନ୍ଧନରେ ବାନ୍ଧି ହେଲେ ପିନାକୀ ମିଶ୍ର

ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ କଲେ ଜୀବନ ସାଥୀ

ଜର୍ମାନୀରେ ବିବାହ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ହାତକୁ ଦି ହାତ ହେଲେ ପିନାକୀ ମିଶ୍ର ଓ ମହୁଆ ମୋଇତ୍ରା । ଟିଏମସି ସାଂସଦ ମହୁଆ ମୋଇତ୍ରାଙ୍କୁ ବାହାହେଲେ ପୂର୍ବତନ ବିଜେଡି ସାଂସଦ ପିନାକୀ ମିଶ୍ର। ଉଭୟ ନେତା ଜର୍ମାନୀରେ ବିବାହ କରିଥିବା ନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।


ତେବେ ସାଂସଦ ପିନାକୀ ମିଶ୍ରଙ୍କୁ ଏବେ 65 ବର୍ଷ ହୋଇଥିବାବେଳେ ମହୁଆ ମୋଇତ୍ରାଙ୍କୁ ଏବେ 50 ବର୍ଷ । ଉଭୟଙ୍କର ଏହା ଦ୍ୱିତୀୟ ବିବାହ । ମହୁଆ ମୋଇତ୍ରା ପୂର୍ବରୁ ଡେନିସ୍ ଫାଇନାନ୍ସର୍ ଲାର୍ସ ବ୍ରୋର୍ସନଙ୍କୁ ବିବାହ କରିଥିଲେ, ଯାହାଙ୍କୁ ସେ ଛାଡପତ୍ର ଦେଇଥିଲେ । ସେହିପରି ପିନାକୀ ମିଶ୍ର ପୂର୍ବରୁ ଶ୍ରୀମତି ସଙ୍ଗୀତା ମିଶ୍ରଙ୍କୁ ବିବାହ କରିଥିବାବେଳେ ତାଙ୍କର ଗୋଟିଏ ପୁଅ ଓ ଝିଅ ମଧ୍ୟ ରହିଛି । ଏବେ ହଠାତ୍ ଦୁହିଁଙ୍କ(ପିନାକୀ ମିଶ୍ର ଓ ମହୁଆ ମୋଇତ୍ରା )ର ବିବାହ ଫଟୋ ସାମନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦୁହିଁଙ୍କ ଫଟୋ ଏବେ ବେଶ ଭାଇରାଲ୍ ହେଉଛି । ମହୁଆ ମୋଇତ୍ରା ପିଚ୍,ପିଙ୍କ କଲର୍ ଶାଢୀ ସହ ସୁନ୍ଦର ଗହଣା ପିନ୍ଧିଥିବାବେଳେ ପିନାକୀ ମିଶ୍ର ଧଳା ରଙ୍ଗର କୁର୍ତ୍ତା ସହ ମହୁଆଙ୍କ ଶାଢୀକୁ ମ୍ୟାଚ୍ କରି ପିଚ୍ କଲର୍ ର ୱେଷ୍ଟୋ କୋର୍ଟ ପିନ୍ଧିଛନ୍ତି । ଉଭୟ ଫଟୋରେ ଖୁବ ଖୁସିଥିବା ନଜର ଆସିଛନ୍ତି ।


ଅନ୍ୟପଟେ ୨୦୨୩ରେ Cash for question ବା ପ୍ରଶ୍ନ ପାଇଁ ଟଙ୍କା ମାମଲାରେ ମହୁଆ ମୌତ୍ରାଙ୍କ ଲୋକସଭାରୁ ନିଲମ୍ବିତ କରାଯାଇଥିଲା। ମୁମ୍ବାଇର ଶିଳ୍ପପତି ଦର୍ଶନ ହୀରାନନ୍ଦାନୀଙ୍କଠୁ ଲାଞ୍ଚ ନେଇ ଆଦାନୀ ଗ୍ରୁପ୍ ଓ ମୋଦି ସରକାରଙ୍କୁ ବଦନାମ ପାଇଁ ମହୁଆ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗ ହୋଇଥିଲା। ଏପରିକି ହୀରାନନ୍ଦାନୀଙ୍କୁ ଲୋକସଭା ୱେବସାଇଟର ଗୋପନୀୟ ଲଗଇନ୍ ଡିଟଲ ମଧ୍ୟ ମହୁଆ ସମର୍ପି ଦେଇଥିବା ନେଇ ଆସିଥିଲା ଅଭିଯୋଗ। ମହୁଆଙ୍କୁ ଏଥିରେ ପୂର୍ବତନ ସାଂସଦ ପିନାକୀ ମିଶ୍ର ସହଯୋଗ କରିଥିବା ଅଭିଯୋଗ ହୋଇଥିଲା।

Sponsored
pinaki-mishra-tied-the-knot-with-mahua-moitra | Argus News