ଅପରେସନ ସିନ୍ଦୂରରେ ସେନାର ପରାକ୍ରମକୁ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା

Key Points
ଦେଶ ପାଇଁ ଅତୁଳନୀୟ ଅପରେସନ ସିନ୍ଦୂରର ଉପଲବ୍ଧି
ସେନା ପରାକ୍ରମକୁ ଉଚ୍ଚ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି
`ଅପରେସନ ସିନ୍ଦୂର' ଟିପ୍ପଣୀକୁ ନେଇ ରାହୁଲ ଗାନ୍ଧିଙ୍କୁ କଡ଼ା ଜବାବ
ବାୟୁସେନା ମୁଖ୍ୟଙ୍କ ପରେ ସ୍ଥଳସେନା ମୁଖ୍ୟ ଖୋଲିଲେ ପୋଲ୍
`ସଂସଦର ଗାରିମା ଭୁଲି ସେନାଶକ୍ତି ଉପରେ ପ୍ରଶ୍ନ ଉଠାଇଥିଲେ ରାହୁଲ ଗାନ୍ଧି'
ରାହୁଲ ଗାନ୍ଧି କ୍ଷମା ମାଗନ୍ତୁ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଲେ ଦାବି
ବେଙ୍ଗାଳୁରୁରୁ ବିରୋଧୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜବାବ। ଅପରେସନ ସିନ୍ଦୂର ନେଇ ପ୍ରଶ୍ନ ଉଠାଇଥିବା ବିରୋଧୀ ନେତାଙ୍କୁ ମୋଦିଙ୍କ କଡ଼ା ସନ୍ଦେଶ। ପିଏମ୍ କହିଛନ୍ତି ଅପରସନ ସିନ୍ଦୂରରେ ସୀମା ପାର୍ ଶତ୍ରୁକୁ ମିଳିଛି ମୁହଁତୋଡ ଜବାବ । ମାତ୍ର କେଇ ଘଣ୍ଟା ମଧ୍ୟରେ ଆଣ୍ଠୁ ମାଡି଼ଥିଲା ଆତଙ୍କୀଙ୍କ ଆକ୍କା ପାକିସ୍ତାନ । ଭାରତୀୟ ସେନାର ପରାକ୍ରମ ଦେଖିଛି ସାରା ଦୁନିଆ। ଅପରେସନ ସିନ୍ଦୂର ଦେଶ ପାଇଁ ଅତୁଳନୀୟ ଉପଲବ୍ଧି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।
ସଂସଦରେ ସେନା ଶକ୍ତି ଉପରେ ପ୍ରଶ୍ନ ଉଠାଇ ରାହୁଲ ଗାନ୍ଧି ଯବାନଙ୍କ ମନୋବଳ ଭାଙ୍ଗିବା ସହ ଦେଶବାସୀଙ୍କୁ ବଡ଼ ଆଘାତ ଦେଇଛନ୍ତି। ଏଥିପାଇଁ ଦେଶବାସୀଙ୍କୁ କ୍ଷମା ମାଗିବାକୁ ଦାବି କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେନାମୁଖ୍ୟଙ୍କ ବୟାନ ପରେ ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ଧର୍ମେନ୍ଦ୍ର ।
📱 Get Argus News App
✨ସେପଟେ ବାୟୁ ସେନା ମୁଖ୍ୟଙ୍କ ପରେ ସ୍ଥଳ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦିବେଦୀ ପୁଣି ଥରେ ଅପରେସନ୍ ସିନ୍ଦୂରକୁ ନେଇ ବିରୋଧୀଙ୍କ ମିଛ ଏଜେଣ୍ଡାର ଖୋଲିଛନ୍ତି ପୋଲ। ସେ ପୁଣି ଦୋହରାଇଛନ୍ତି ଅପରେସନ ସିନ୍ଦୂରରେ ସେନାକୁ ମିଳିଥିଲା ସମ୍ପୂର୍ଣ୍ଣ ସ୍ବାଧୀନତା । ଅପରେସନକୁ ଚୁଡ଼ାନ୍ତ ରୂପ ଦେବାରେ ସରକାରଙ୍କର ନଥିଲା କୌଣସି ପ୍ରତିବନ୍ଧକ । ଭାରତ ଇତିହାସରେ କେବେ ସେନାକୁ ଏପରି କ୍ଷମତା ମିଳିନଥିବା କହିଛନ୍ତି ଆର୍ମି ଚିଫ୍। ଶନିବାର ବେଙ୍ଗାଳୁରୁରେ ସମାନ କଥା କହିଥିଲେ ବାୟୁ ସେନା ମୁଖ୍ୟ। ଏଥିସହ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସଂସଦରେ ସେନାର ହାତ ବନ୍ଧା ଥିଲା ବୋଲି ଯେଉଁ ଆରୋପ ଲଗାଇଥିଲେ ତାର ମିଳିଛି ମୁହଁତୋଡ ଜବବା। ଏବେ କଣ କହିବେ ରାହୁଲ ?
ଅପରେସନ ସିନ୍ଦୁରରେ ସାରା ଦୁନିଆକୁ ମିଳିଛି ଭାରତୀୟ ସେନାଶକ୍ତିର ପମାଣ । ସର୍ଜିକାଲ ଷ୍ଟ୍ରାଇକ, ବାଲାକୋଟ ଅପରେସନଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା ଅପରେସନ ସିନ୍ଦୂର । ଅପରେସନ ସିନ୍ଦୂରରେ ଦେଶବାସୀଙ୍କୁ ମିଳିଛି ସିନ୍ଦୂରର ସୁରକ୍ଷା ପ୍ରତିଶ୍ରୁତି ।