Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Pragya Singh Thakur / ପୁଣି ବିବାଦୀୟ ବୟାନ ଦେଲେ ସ୍ୱାଧୀପ୍ରଜ୍ଞା, ଜାଣନ୍ତୁ ପୁରା କାହାଣୀ...

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
ପୁଣି ବିବାଦୀୟ ବୟାନ ଦେଲେ ସ୍ୱାଧୀପ୍ରଜ୍ଞା, ଜାଣନ୍ତୁ ପୁରା କାହାଣୀ...

Key Points

ଭୋପାଳର ପୂର୍ବତନ ଭାରତୀୟ ଜନତା ପାର୍ଟି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ପୁଣି ଥରେ ତାଙ୍କ ବୟାନକୁ ନେଇ ବିବାଦରେ ଫସିଛନ୍ତି।

ପୁଣି ସ୍ୱାଧୀପ୍ରଜ୍ଞା ଚର୍ଚ୍ଚାରେ । କହିଲେ ଅଣ ହିନ୍ଦୁଙ୍କୁ ପିଟିବା ଦରକାର ! ମନ୍ଦିର ଆଗରେ ପ୍ରସାଦ ବିକ୍ରି କରୁଥିବା ଅଣ ହିନ୍ଦୁଙ୍କୁ ପିଟିବା ଦରକାର ବୋଲି କହିବା ପରେ ଏବେ ରାଜନୀତି ମହଲରେ ଜୋରଦାର ଚର୍ଚ୍ଚା । ନିକଟରେ ମାଲେଗାଓଁ ବିସ୍ଫୋରଣ ମାମଲାରୁ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି ସ୍ୱାଧୀପ୍ରଜ୍ଞା ଠାକୁର । ମାମଲାର ୧୭ ବର୍ଷ ପରେ ଅଭିଯୁକ୍ତଙ୍କୁ ଦୋଷ ମୁକ୍ତ କରିଥିଲେ କୋର୍ଟ । ୨୦୦୮ ମସିହାରେ ହୋଇଥିବା ସେହି ବିସ୍ଫୋରଣରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶହରୁ ଅଧିକ ଲୋକ ଗୁରୁତର ହୋଇଥିଲେ ।

ଭୋପାଳର ପୂର୍ବତନ ଭାରତୀୟ ଜନତା ପାର୍ଟି ସାଂସଦ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ପୁଣି ଥରେ ତାଙ୍କ ବୟାନକୁ ନେଇ ବିବାଦରେ ଫସିଛନ୍ତି। ଏକ ଦୁର୍ଗାବାହିନୀ କାର୍ଯ୍ୟକ୍ରମରେ ଭାଷଣ ଦେଇ ସାଧ୍ୱୀ ପ୍ରଜ୍ଞା ମଞ୍ଚରୁ କହିଛନ୍ତି ଯେ, ଯଦି ଅଣହିନ୍ଦୁମାନେ ମନ୍ଦିର ବାହାରେ ପ୍ରସାଦ ବିକ୍ରୟ କରୁଥିବାର ଦେଖାଯା’ନ୍ତି, ତେବେ ପୋଲିସକୁ ହସ୍ତାନ୍ତର କରିବା ପୂର୍ବରୁ ସେମାନଙ୍କୁ ପିଟି ଶିକ୍ଷା ଦିଆଯିବା ଉଚିତ। ଏହା ବ୍ୟତୀତ ସେ ଲୋକଙ୍କୁ ପ୍ରତ୍ୟେକ ଘରେ ଧାରୁଆ ଅସ୍ତ୍ର ରଖିବାକୁ ନିବେଦନ କରିଛନ୍ତି, ଯାହା ଦ୍ୱାରା ଆବଶ୍ୟକ ହେଲେ ସେଗୁଡ଼ିକୁ ବ୍ୟବହାର କରାଯାଇପାରିବ।

ପୂର୍ବତନ ସାଂସଦ କହିଛନ୍ତି ଯେ, ନବରାତ୍ରି ସମୟରେ ଆମ ମନ୍ଦିର ନିକଟରେ କିଏ ପ୍ରସାଦ ବିକ୍ରୟ କରେ ତାହା ଜାଣିବା ପାଇଁ ଟିମ୍‌ ଗଠନ କରାଯିବା ଉଚିତ। ଯଦି କୌଣସି ଅଣହିନ୍ଦୁ ପ୍ରସାଦ ବିକ୍ରୟ କରୁଥିବାର ଦେଖାଯାଏ, ତେବେ ଯଥାସମ୍ଭବ ସେମାନଙ୍କୁ ମାଡ଼ ମାର । ଆମେ ଅଣହିନ୍ଦୁ ଲୋକଙ୍କଠାରୁ ପ୍ରସାଦ କିଣିବୁ ନାହିଁ ବୋଲି ସ୍ୱର ଉଠାନ୍ତୁ । ଆମେ ସେମାନଙ୍କୁ ବିକ୍ରି କରିବାକୁ ଦେବୁ ନାହିଁ, କିମ୍ବା ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଦେବୁ ନାହିଁ।

ତେବେ ସ୍ୱାଧୀ ପ୍ରଜ୍ଞାଙ୍କ ଏହି ବୟାନ ରାଜନୈତିକ ମହଲରେ ହଇଚଇ ସୃଷ୍ଟି କରିଛି। ବିରୋଧୀ ଦଳ ଏବଂ ସାମାଜିକ ସଂଗଠନ ଏହାକୁ ହିଂସା ପାଇଁ ଖୋଲା ଆହ୍ୱାନ ବୋଲି କହି କଡ଼ା ନିନ୍ଦା କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସାଧ୍ୱୀ ପ୍ରଜ୍ଞା ତାଙ୍କ ଭାଷଣରେ ମହିଳା ଏବଂ ଝିଅମାନଙ୍କ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଏବଂ କହିଥିଲେ ଯେ, ଦୁର୍ଗା ବାହିନୀର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଘରେ ଶକ୍ତି ସଂଚାର କରିବ। ବର୍ତ୍ତମାନ, ଏହି ବିବୃତ୍ତି ଉପରେ ବିଜେପି କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pragya Singh Thakur | Beat up any non-Hindu selling prasad outside temple: Pragya Thakur's shocker | Argus News