Punjabi Singer Shot / ଗ୍ୟାଙ୍ଗଓ୍ୱାର ! ରୋହିତ ଗୋଦାରା ଗ୍ୟାଙ୍ଗ କଲା ଫାୟାରିଂ

Key Points
କାନାଡ଼ାରେ ଆଉ ଜଣେ ପଞ୍ଜାବୀ ସିଙ୍ଗରଙ୍କୁ ଗୁଳିମାଡ଼ । ସାମ୍ନାକୁ ଆସିଛି ଗ୍ୟାଙ୍ଗ୍ ୱାର । ସକ୍ରିୟ ଗ୍ୟାଙ୍ଗଷ୍ଟାର୍ ରୋହିତ ଗୋଦାରା ଗ୍ୟାଙ୍ଗ ପଞ୍ଜାବୀ ସିଙ୍ଗର ତେଜୀ କହଲୋଙ୍କୁ ଗୁଳିମାଡ ପରେ ଏହା କେବଳ ଆରମ୍ଭ ବୋଲି ଚେତାବନୀ ଦେଇଛନ୍ତି । ରୋହିତ ଗୋଦାରା ଗ୍ୟାଙ୍ଗ୍ ସହ ଜଡିତ ମହେନ୍ଦ୍ର ସରଣ ଦିଲାନା, ରାହୁଲ ରିନାଓ ଓ ବିକି ପହଲବାନ ବିରୋଧୀ ଗ୍ୟାଙ୍ଗକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବିରୋଧରେ ଗୁଳିମାଡ ହୋଇଥିବା ସ୍ପଷ୍ଟ କରିଛନ୍ତି ।
ସିଙ୍ଗରଙ୍କ ପେଟରେ ଗୁଳି ବାଜିବା ପରେ ତାଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ଏତିକିରେ ବୁଝି ନପାରିଲେ ପରବର୍ତ୍ତୀ ସମୟରେ ତାଙ୍କୁ ହତ୍ୟା କରାଯିବ ବୋଲି ଗ୍ୟାଙ୍ଗ ଧମକ ଦେଇଛି । ଗୋଦାରା ଗ୍ୟାଙ୍ଗ୍ ଏବେ ରାଜସ୍ଥାନ ଓ ଡିଡୱାନ ସମେତ ଅନେକ ଜିଲାରେ ସକ୍ରିୟ ଅଛି। ଗ୍ୟାଙ୍ଗ ଗତ କିଛି ମାସ ହେବ ଅନେକ ହତ୍ୟାରେ ସମ୍ପୃକ୍ତ ଥିବା ସୂଚନା ରହିଛି। ଗତ ଚାରି ମାସ ମଧ୍ୟରେ କପିଲ ଶର୍ମାଙ୍କ କାପ୍ସ କ୍ୟାଫେ ଉପରେ ୩ ଥର ଗୁଳିମାଡ଼ ପରେ ତେଜୀ କହଲୋଙ୍କ ଉପରେ ଗୁଳିମାଡ଼ ହୋଇଛି ।
ଏହାସହ ପଢ଼ନ୍ତୁ:- ଫୁଲ ଦମ୍ରେ ପ୍ରଚାର ମୈଦାନରେ BJP, ଆଗକୁ ବଢ଼ିପାରୁନି ମହାଗଠବନ୍ଧନ !
ଏପଟେ ବଲିଉଡରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଗତ ସପ୍ତାହକ ଭିତରେ ବଲିଉଡ ଇଣ୍ଡଷ୍ଟ୍ରିର ୩ ଜଣ ଜଣାଶୁଣା ସେଲିବ୍ରିଟି ଆଖି ବୁଜିଲେଣି । ଯାହାକୁ ନେଇ ଏବେ ସୁନେଲୀ ଦୁନିଆରେ ଖେଳିଯାଇଛି ଶୋକର ଛାୟା । ହୃଦଘାତ ନେଇଯାଇଛି ବଲିଉଡ ଗାୟକ ଋଷଭ ଟଣ୍ଡନଙ୍କ ଜୀବନ । ଋଷଭ ତାଙ୍କ ପରିବାରକୁ ଭେଟିବା ପାଇଁ ଦିଲ୍ଲୀସ୍ଥିତ ଘରକୁ ଯାଉଥିବା ବେଳେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା କୁହାଯାଉଛି ।
ଋଷଭ "ୟେ ଆଶିକି," "ଇଶ୍କ ଫକିରାନା" ଏବଂ "ଚାନ୍ଦ୍ ତୁ" ଭଳି ଲୋକପ୍ରିୟ ଗୀତ ଗାଇ ଚର୍ଚ୍ଚାକୁ ଆସିଥିଲେ । ଋଷଭ ଟଣ୍ଡନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ସେ ରୁଷର ଓଲେସିଆ ନେଡୋବେଗୋବାଙ୍କୁ ବିବାହ କରିଥିଲେ । ଋଷଭଙ୍କ ଶେଷ ପୋଷ୍ଟ ତାଙ୍କ ପତ୍ନୀଙ୍କ ସହ ଥିଲା । କରୱା ଚୌଥ ପାଳନ ସମୟର ଫଟୋ ସେୟାର କରିଥିଲେ ଋଷଭ । ହଠାତ୍ ତାଙ୍କ ଦେହାନ୍ତ ହେବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଏହାସହ ପଢ଼ନ୍ତୁ:- ଭାରତୀୟଙ୍କ ଜବରଦସ୍ତି ଯୁଦ୍ଧକୁ ନେଉଛି ଋଷ, ଚାକିରି ଦେବେ କହି ଫସାଉଛନ୍ତି ଏଜେଣ୍ଟ !
ଖାଲି ଋଷଭ ନୁହେଁ ଗତ ୧୫ ତାରିଖରେ ଲୋକପ୍ରିୟ ଅଭିନେତା ତଥା ମହାଭାରତ ଧାରାବାହିକର ‘କର୍ଣ୍ଣ’ ପଙ୍କଜ ଧୀରଙ୍କ ଦେହାନ୍ତ ହୋଇଥିଲା । କିଛି ବର୍ଷ ଧରି କର୍କଟ ରୋଗରେ ଜୀବନ-ମୃତ୍ୟୁ ସହ ଯୁଦ୍ଧ କରିଚାଲିଥିଲେ ପଙ୍କଜ ଧୀର୍ । ଟିଭି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରି ନିଜର ଯାଦୁ ଦେଖାଇଥିଲେ ସେ । ପଙ୍କଜଙ୍କ ଦେହାନ୍ତର ଦୁଃଖ ଭିତରୁ ଫ୍ୟାନ୍ସମାନେ ବାହାରିନଥିବା ବେଳେ ଦୀପାବଳିର ଆଲୋକ ଭିତରେ ବଲିଉଡରୁ ଆସିଥିଲା ଆଉ ଏକ ଦୁଃଖଦ ଖବର । ବଲିଉଡର ଜଣାଶୁଣା କମେଡି କିଙ୍ଗ୍ ଗୋବର୍ଦ୍ଧନ ଅସରାନିଙ୍କ ଦେହାନ୍ତ ପୂରା ସିନେ ଦୁନିଆକୁ ସବ୍ଧ କରିଦେଲା ।
📱 Get Argus News App
✨Related Topics
Explore more stories