|
logo
Live

Argus News - ଏମିତି କ'ଣ କହିଲେ ଟ୍ରମ୍ପ ? 'ଭାରତ-ପାକିସ୍ତାନ ମିଶିକି ରହିବେ ମୋର ଆଶା'

National

India vs America / ଏମିତି କ'ଣ କହିଲେ ଟ୍ରମ୍ପ ? 'ଭାରତ-ପାକିସ୍ତାନ ମିଶିକି ରହିବେ ମୋର ଆଶା'

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·2 min read
ଏମିତି କ'ଣ କହିଲେ ଟ୍ରମ୍ପ ? 'ଭାରତ-ପାକିସ୍ତାନ ମିଶିକି ରହିବେ ମୋର ଆଶା'

Key Points

ଏହାର ଉତ୍ତରରେ ଟ୍ରମ୍ପ କହିଥିଲେ, ନିଶ୍ଚିତ ଭାବେ ଯୁଦ୍ଧ ଶେଷ ହୋଇଛି ।

ଆଉ ମୁଁ ନିଶ୍ଚିତ ଯେ ଯୁଦ୍ଧ ବିରତି ଚୁକ୍ତି ବଜାୟ ରହିବ ।

ଏହା ସେ ପୁଣି ଥରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମେତ ଆଠଟି ଯୁଦ୍ଧ ସମାପ୍ତ କରିଥିବା ମଧ୍ୟ ଦାବି ଦୋହରାଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଇଜିପ୍ଟରେ ବିଶ୍ବନେତାଙ୍କୁ ସମ୍ବୋଧନ ବେଳେ ମୋଦିଙ୍କୁ ପ୍ରଶଂସା କଲେ ଟ୍ରମ୍ପ । ସେ କହିଥିଲେ 'ଭାରତ ଏକ ମହାନ ଦେଶ, ପ୍ରଧାନମନ୍ତ୍ରୀ ମୋଦି ଜଣେ ଭଲ ବନ୍ଧୁ' । 'ଭାରତ ଏବଂ ପାକିସ୍ତାନ ବହୁତ ଭଲ ଭାବରେ ଏକାଠି ରହିବେ ଆଶା କରୁଛି' ।

ଇଜିପ୍ଟର ଶର୍ମ ଏଲ୍-ଶେଖ ସହରରେ ଗାଜା ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର କରିବା ପୂର୍ବରୁ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରାୟ ଅଧ ଘଣ୍ଟାର ଭାଷଣ ଦେଇଥିଲେ । ଯେଉଁ ଭାଷଣରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନୁପସ୍ଥିତି ସତ୍ତ୍ୱେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତକୁ ଏକ ମହାନ ଦେଶ ଭାବରେ ବର୍ଣ୍ଣନା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କର ଭଲ ବନ୍ଧୁ ବୋଲି କହିଥିଲେ ।

ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ତାଙ୍କ ଭାଷଣରେ କହିଥିଲେ ଯେ ଭାରତ ଏକ ମହାନ ଦେଶ ଏବଂ ମୋର ଜଣେ ବନ୍ଧୁ ସେଠାରେ ଏକ ଉଚ୍ଚ ପଦବୀରେ ଅଛନ୍ତି । ଯିଏ ଏକ ଚମତ୍କାର କାମ କରିଛନ୍ତି । ଡୋନାଲ୍ଡ ଟ୍ରମ୍ପ ଏହି ଭାଷଣ ସମୟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଟ୍ରମ୍ପଙ୍କ ପଛପଟେ ଠିଆ ହୋଇଥିଲେ ।

ତେବେ ଏହାର କିଛି ଦିନ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟପ୍ରାଚ୍ୟ ଗସ୍ତ ପାଇଁ ଯିବା ପୂର୍ବରୁ ଏୟାର ଫୋର୍ସ ୱାନରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଥିଲେ । ଏହି ସମୟରେ ଟ୍ରମ୍ପଙ୍କୁ ସାମ୍ବାଦିକମାନେ ପଚାରିଥିଲେ ଯେ, ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଶେଷ ହୋଇଛି କି ? ଏହାର ଉତ୍ତରରେ ଟ୍ରମ୍ପ କହିଥିଲେ, ନିଶ୍ଚିତ ଭାବେ ଯୁଦ୍ଧ ଶେଷ ହୋଇଛି । ଆଉ ମୁଁ ନିଶ୍ଚିତ ଯେ ଯୁଦ୍ଧ ବିରତି ଚୁକ୍ତି ବଜାୟ ରହିବ । ଏହା ସେ ପୁଣି ଥରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ସମେତ ଆଠଟି ଯୁଦ୍ଧ ସମାପ୍ତ କରିଥିବା ମଧ୍ୟ ଦାବି ଦୋହରାଇଥିଲେ ।

ଟ୍ରମ୍ପ ସାମ୍ବାଦିକଙ୍କୁ କହିଥିଲେ, "ଏହା ମୁଁ ସମାଧାନ କରିଥିବା ଅଷ୍ଟମ ଯୁଦ୍ଧ। ମୁଁ ଶୁଣିଛି ଯେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଏକ ସଂଘର୍ଷ ଜାରି ରହିଛି । ମୁଁ ମଧ୍ୟପ୍ରାଚ୍ୟରୁ ଫେରିବା ପରେ ଏହାର ମଧ୍ୟ ସମାଧାନ କରିବି । ଟ୍ରମ୍ପ ଆହୁରି କହିଥିଲେ, ମୁଁ ଯୁଦ୍ଧ ରୋକିବାର ବିଶେଷଜ୍ଞ । ମୁଁ ଆଶା କରୁଛି ଯେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଥିବା ବିବାଦ ମଧ୍ୟ ସମାଧାନ ହେବ ।

ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ, ଟ୍ରମ୍ପ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପ୍ରତି ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ସେ ଦାବି କରିଥିଲେ ଯେ ଦୁଇ ଦେଶ ମଧ୍ୟରେ ବିବାଦ ଆର୍ଥିକ ଚାପ ମାଧ୍ୟମରେ ସମାଧାନ ହୋଇଥିଲା। ସେ କହିଲେ, "ମୁଁ କହିଥିଲି, 'ଯଦି ତୁମେମାନେ ଯୁଦ୍ଧ କରିବାକୁ ଚାହୁଁଛ, ତେବେ ମୁଁ ତୁମ ଉଭୟଙ୍କ ଉପରେ ୧୦୦, ୧୫୦ ଓ ୨୦୦ ପ୍ରତିଶତ ଟାରିଫ୍ ଲାଗୁ କରିବି । ଆଉ ଏହାର ୨୪ ଘଣ୍ଟା ମଧ୍ୟରେ ଯୁଦ୍ଧ ଶେଷ ହୋଇଯାଇଥିଲା । ଟାରିଫ୍ ବିନା ଏହି ଯୁଦ୍ଧ କେବେ ବି ବନ୍ଦ ହୋଇନଥାନ୍ତା । ତେବେ ଭାରତ ନିରନ୍ତର ଭାବେ କହି ଆସୁଛି ଯେ ଅପରେସନ ସିନ୍ଦୁର ଏବଂ ପରବର୍ତ୍ତୀ ଯୁଦ୍ଧବିରତିରେ ଆମେରିକାର କୌଣସି ଭୂମିକା ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
India vs America: ଏମିତି କ'ଣ କହିଲେ ଟ୍ରମ୍ପ ? 'ଭାରତ-ପାକିସ୍ତାନ ମିଶିକି ରହିବେ ମୋର ଆଶା' | Argus News