Shivraj Patil / ପରଲୋକରେ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲ
·7 months ago·2 min read

Key Points
ପରଲୋକରେ ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ଶିବରାଜ ପାଟିଲ
୯୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ
୯୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କଲେ
କଂଗ୍ରେସର ବରିଷ୍ଠ ନେତା ତଥା ଦେଶର ପୂର୍ବତନ ଗୃହମନ୍ତ୍ରୀ ଶିବରାଜ ପାଟିଲଙ୍କର ଦେହାନ୍ତ ହୋଇଛି । ୯୧ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଆଜି ସକାଳ ୬ଟା ୩୦ ସମୟରେ ଲାତୁର ଜିଲ୍ଲାର ଦେବରରେ ପରଲୋକ ହୋଇଥିବା ଜଣାପଡିଛି । ଦୀର୍ଘ ଦିନ ଧରି ଅସୁସ୍ଥତା ହେତୁ ସେ ଘରେ ଚିକିତ୍ସାଧୀନ ଥିଲେ । ଶିବରାଜ ପାଟିଲ ଲୋକସଭାର ବାଚସ୍ପତି ଥିଲେ ଏବଂ ଅନେକ କେନ୍ଦ୍ର ମନ୍ତ୍ରୀ ପଦରେ ରହିଥିଲେ । ତାଙ୍କ ରାଜନୈତିକ କ୍ୟାରିୟର ସମୟରେ ସେ ଦେଶ ପାଇଁ ଅନେକ ମର୍ଯ୍ୟାଦାଜନକ ପଦବୀରେ ରହିଥିଲେ ଏବଂ ଦେଶର ସାମ୍ବିଧାନିକ ପ୍ରକ୍ରିୟାରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।
ଶିବରାଜ ପାଟିଲ ଲୋକସଭାର ସଭାପତି ଏବଂ ବିଭିନ୍ନ କେନ୍ଦ୍ରମନ୍ତ୍ରୀ ପଦରେ କାର୍ଯ୍ୟରତ ଥିଲେ । କିଛି ଦିନ ହେବ ସେ ପୀଡିତ ରହିଥିବା ବେଳେ ତାଙ୍କର ଚିକିତ୍ସା ଜାରି ରହିଥିଲା । ତାଙ୍କର ଦେହାନ୍ତକୁ ନେଇ କଂଗ୍ରେସ ପାର୍ଟିର ସମସ୍ତ କାର୍ଯ୍ୟକର୍ତ୍ତା ଦୁଃଖ ପ୍ରକାଶ କରିବା ସହିତ ପରିବାର ଲୋକଙ୍କୁ ସମବେଦନା ବ୍ୟକ୍ତ କରିଛନ୍ତି । ଯଦି ଶିବରାଜ ପାଟିଲଙ୍କର ରାଜନୈତିକ କ୍ୟାରିୟର କଥା ଦେଖିବା ତାହେଲେ ସେ ଦେଶର ଅନେକ ପ୍ରତିଷ୍ଠିତ ପଦର ଦାୟିତ୍ବ ନେଇଥିଲେ ।
ମହାରାଷ୍ଟ୍ରର ବାସିନ୍ଦା ଶିବରାଜ ପାଟିଲ ମରାଠବାଡା ଲାତୁରର ସାଂସଦ ଥିଲେ । ଲାତୁର ଗ୍ରାମୀଣ ସିଟରୁ ୧୯୭୩ରୁ ୧୯୮୦ ପର୍ଯ୍ୟନ୍ତ ବିଧାୟକ ଥିଲେ । ୧୯୮୦ ମସିହା ପରେ ଲାତୁର ସଂସଦୀୟ ସିଟରୁ ଜିତି ଅନେକ ଥର ଲୋକସଭା ମଧ୍ୟ ଯାଇଛନ୍ତି । ପ୍ରକାଶ ଥାଉକି, ୨୦୦୮ ମୁମ୍ବାଇର ଆତଙ୍କବାଦୀ ଆକ୍ରମଣ ସମୟରେ ଶିବରାଜ ପାଟିଲ ଦେଶର ଗୃହମନ୍ତ୍ରୀ ଥିଲେ । ତେବେ ଏହି ସମୟରେ ତାଙ୍କର କାର୍ଯ୍ୟକୁ ନେଇ ଅନେକ ଆଲୋଚନା ହେବା ପରେ ତାଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ପଡିଥିଲା । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣକୁ ରୋକିବାରେ ବିଫଳ ହେବା ନେଇ ସ୍ବୀକାର କରିବା ସହିତ ଇସ୍ତଫା ଦେଇଥିଲେ ।
ସେ ପ୍ରଥମେ ୧୯୮୦ ମସିହାରେ ଲାଟୁରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୧୯୯୯ ପର୍ଯ୍ୟନ୍ତ ଲଗାତାର ସାତ ଥର ନିର୍ବାଚନରେ ବିଜୟୀ ହୋଇ ଲୋକସଭାରେ ଜଣେ ପ୍ରମୁଖ ନେତା ଭାବରେ ଉଭା ହୋଇଥିଲେ । ସେ ଇନ୍ଦିରା ଗାନ୍ଧୀ ଏବଂ ରାଜୀବ ଗାନ୍ଧୀଙ୍କ ସରକାରରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ଗ୍ରହଣ କରିଥିଲେ । ସେ ୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ଲୋକସଭାର ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ । ସେ ଦେଶ ଏବଂ ବିଦେଶରେ ଅନେକ ସଂସଦୀୟ ସମ୍ମିଳନୀରେ ଭାରତକୁ ନେତୃତ୍ୱ ଦେଇଥିଲେ ।
ନିର୍ବାଚନରେ ହାରିବା ସତ୍ତ୍ୱେ, ତାଙ୍କୁ ଏକ ବଡ଼ ଦାୟିତ୍ୱ ଦିଆଯାଇଥିଲା:
ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦଳରେ ଶିବରାଜ ପାଟିଲ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିଲେ । ୨୦୦୪ ନିର୍ବାଚନରେ ହାରିବା ସତ୍ତ୍ୱେ ତାଙ୍କୁ ଆତ୍ମବିଶ୍ୱାସର ସହିତ ଗୃହମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା । ତଥାପି, ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ, ସେ ସୁରକ୍ଷା ତ୍ରୁଟି ପାଇଁ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦେଇଥିଲେ ।
ଅଧିକ ପଢ଼ନ୍ତୁ ଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories