Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

India America Tariff War / ଦୁନିଆର ସବୁଠାରୁ ଶକ୍ତିଶାଳି ରାଷ୍ଟ୍ର, BRICSକୁ ଦେଖି ଥରିଲାଣି !

Satyendu Sekhar Mishra
Browse all articles by Satyendu Sekhar Mishra
·10 months ago·5 min read
ଦୁନିଆର ସବୁଠାରୁ ଶକ୍ତିଶାଳି ରାଷ୍ଟ୍ର, BRICSକୁ ଦେଖି ଥରିଲାଣି !

Key Points

୫ ଦେଶ ଏବେ ପୂର୍ବ ଅପେକ୍ଷା ଅଧିକ ଆକ୍ଟିଭ ହୋଇପଡ଼ିଛନ୍ତି ।

ଏହାସହ ଏମାନେ ଆମେରିକା ବିରୋଧରେ ଏମିତି ଏକ ଚାଲ ଖେଳିଛନ୍ତି, ଯାହା ଭବିଷ୍ୟତ ଚିତ୍ରକୁ ବଦଳାଇପାରେ ।

ଦୁନିଆର ସବୁଠାରୁ ଶକ୍ତିଶାଳି ରାଷ୍ଟ୍ର... ଯିଏ ନିଜକୁ ଦଶନ୍ଧୀ ଧରି ସୁପର ପାଓ୍ୱାର ବୋଲି ବିବେଚନା କରି ଆସୁଥିଲା । ଏବେ ସେ ନିଜ ଜାଲରେ ନିଜେ ଫସିଯାଇଛି । ଆଉ ତାର ସାମ୍ରାଜ୍ୟ ଧିରେ ଧିରେ ଧସିବାକୁ ଲାଗିଛି ।

ଆଜ୍ଞା ହଁ, ଆମେ କହୁଛୁ ସେହି ଆମେରିକା କଥା । ଯିଏ ଟାରିଫ ଲଗାଇ ଅନ୍ୟ ଦେଶମାନଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ଚେଷ୍ଟା କରୁଥିଲା । ଏମିତିକି ଅନ୍ୟ ଦେଶମାନଙ୍କ ଉପରେ ନିଜର ଆଧିପତ୍ୟ ଜାହିର କରୁଥିଲା। ହେଲେ ଏବେ ତାର ବେଳା ଧିରେ ଧିରେ ଖରାପ ହେବାକୁ ଲାଗିଛି । ଅନ୍ୟ ପାଇଁ ସେ ଯେଉଁ ଗାତ ଖୋଳିଥିଲା, ଏବେ ସେଇ ଗାତରେ ସେ ନିଜେ ପଡ଼ିଯାଇଛି । ସ୍ଥିତି ଏମିତି ହୋଇଛି ଯେ, ଯେଉଁ ଶକ୍ତି ବଳରେ ଅମେରିକା ଅହଙ୍କାରୀ ହୋଇପଡ଼ିଥିଲା, ଏବେ ସେହି ଶକ୍ତି ତା ନିଜ ଗଳାର ଫାଶ ପାଲଟିଯାଇଛି । ଆଉ ଏହି ସୁଯୋଗର ଫାଇଦା ଉଠାଉଛନ୍ତି BRICS ଦେଶ । ଅର୍ଥାତ ବ୍ରାଜିଲ- ଋଷ- ଇଣ୍ଡିଆ- ଚାଇନା-ସାଉଥ୍ ଆଫ୍ରିକା । ଏହି ୫ ଦେଶ ଏବେ ପୂର୍ବ ଅପେକ୍ଷା ଅଧିକ ଆକ୍ଟିଭ ହୋଇପଡ଼ିଛନ୍ତି । ଏହାସହ ଏମାନେ ଆମେରିକା ବିରୋଧରେ ଏମିତି ଏକ ଚାଲ ଖେଳିଛନ୍ତି, ଯାହା ଭବିଷ୍ୟତ ଚିତ୍ରକୁ ବଦଳାଇପାରେ ।



ଦେଖିବାକୁ ଗଲେ ବିଗତ ଦିନରେ ଭାରତ - ଚୀନ - ବ୍ରାଜିଲ ଭଳି ଦେଶ ଉପରେ ଆମେରିକା ଭାରି ମାତ୍ରାରେ ଟାରିଫ୍ ଆଟାକ୍ କରିଛି । ଆଉ ଋଷ ବିରୋଧରେ ତ ଆମେରିକା ଏମିତି ଅନେକ କିଛି ପଦକ୍ଷେପ ନେଇଛି ତାହା ନକହିବା ଭଲ । ଅନେକ କ୍ଷେତ୍ରରେ ଋଷକୁ ବ୍ୟାନ କରିଛି ଆମେରିକା । ଋଷର ଅର୍ଥନୀତିକୁ ଭୁଶୁଡ଼ାଇବା ପାଇଁ ଚେଷ୍ଟା କରିଛି ଆମେରିକା ।

କିନ୍ତୁ ଏହା ମଧ୍ୟ ସତ ଯେ, ଯଦି କୌଣସି ଦେଶକୁ ଅଧିକ ଚାପ ପକାଇବାକୁ ଚେଷ୍ଟା କରାଯାଏ, ତେବେ ସେ ଅନ୍ୟ ରାସ୍ତା ବି ଖୋଜିବା ଆରମ୍ଭ କରେ । ଯାହାକି ଏବେ ଘଟିବାକୁ ଯାଉଛି । BRICS ଦେଶମାନେ କାଉଣ୍ଟର ଆଟାକ୍ ପ୍ଲାନ ଆରମ୍ଭ କରି ସାରିଛନ୍ତି । ଏବେ ଖେଳ ପଲଟିଯାଇଛି ।


ଏହାସହ ପଢ଼ନ୍ତୁ:- ବାପାଙ୍କ ସପକ୍ଷରେ କହିବାରୁ ଦଳରୁ ବିଦା କଲେ ସେହି ବାପା !


ଆପଣ ଜାଣନ୍ତି କି... ଆମେରିକା ସାମ୍ନାରେ ସବୁଠାରୁ ବଡ଼ ଟେନ୍‌ସନ୍‌ କ'ଣ ? ତାହା ହେଲା କରଜ । ଆମେରିକା ନାକ ଯାଏଁ କରଜରେ ବୁଡ଼ିକି ରହିଛି । ଏହି କରଜ ଏବେ ସୁଦ୍ଧା ୩୭ ଟ୍ରିଲିୟନ ଡଲାରରେ ପହଞ୍ଚିସାରିଲାଣି । ଯେଉଁଥିପାଇଁ ଆମେରିକାକୁ ବାର୍ଷିକ ସୁଧ ବାବଦରେ ୧ ଟ୍ରିଲିୟନରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି । ଥରେ ଚିନ୍ତା କରନ୍ତୁ.. ସବୁଠାରୁ ଶକ୍ତିଶାଳି ଦେଶର ସିଂହ ଭାଗ ଅର୍ଥ କେବଳ ସୁଧରେ ଯାଉଛି । ପ୍ରତିରକ୍ଷା - ସ୍ୱାସ୍ଥ୍ୟ - ଶିକ୍ଷାରେ ଯେତିକି ଟଙ୍କା ଦେଶ ଖର୍ଚ୍ଚ କରୁନି ତାଠାରୁ ଢ଼େର ଅଧିକ ଟଙ୍କା ଖର୍ଚ୍ଚ ହେଉଛି କେବଳ ସୁଧ ଦେବାରେ ।

କଥା ଏତିକିରେ ସରିନି । ସାରା ବିଶ୍ୱକୁ ଆମେରିକାରୁ ଯାଉଥିବା ସପ୍ଲାଏ ଚେନ୍‌ ମଧ୍ୟ ଠପ୍‌ ହୋଇ ରହିଛି । ବନ୍ଦର ଗୁଡ଼ିକରେ ହଜାର ହଜାର କଣ୍ଟେନର ରହିଛି । କିନ୍ତୁ ଆମେରିକାର ଅଧିକାରୀମାନେ ମଧ୍ୟ ଦ୍ୱନ୍ଦ୍ୱରେ ଅଛନ୍ତି ଯେ, କେଉଁ କଣ୍ଟେନର ରଖିବେ କେଉଁ କଣ୍ଟେନର ଛାଡ଼ିବେ । ଏହାରି ଭିତରେ ଡଲାର ସ୍ଥିତି ମଧ୍ୟ ଖରାପ ହେବାରେ ଲାଗିଛି । ଯେଉଁ ଡଲାରକୁ ଦିନେ ସବୁଠାରୁ ଅଧିକ ଶକ୍ତିଶାଳି ବୋଲି ବିବେଚନା କରାଯାଉଥିଲା, ଏବେ ସେହି ଡଲାରକୁ ଧିରେ ଧିରେ ସାଇଡ୍‌ କରାଯାଉଛି । ଋଷ ଏବଂ ଚୀନ୍‌ କୋଟି କୋଟି ଡଲାରର ବ୍ୟବସାୟ ୟୁଆନ ଓ ରୁବଲରେ କରୁଛନ୍ତି ।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ଋଷ-ଭାରତର ୯୦ ପ୍ରତିଶତ ବ୍ୟବସାୟ ମଧ୍ୟ ଏବେ ଟଙ୍କା ଏବଂ ରୁବଲରେ କରାଯାଉଛି । ଥରେ ଚିନ୍ତା କରନ୍ତୁ ଏହା କେତେ ବଡ଼ ପରିବର୍ତ୍ତନ । ଦିନ ଥିଲା ସବୁ ଦେଶ ଡଲାରରେ ବ୍ୟବସାୟ କରୁଥିଲେ । କିନ୍ତୁ ଏବେ ଅନେକ ବଡ଼ ବଡ଼ ଦେଶ ଏବେ ନିଜ ନିଜ କରେନ୍ସିରେ ବ୍ୟବସାୟ କରିବାକୁ ପସନ୍ଦ କରୁଛନ୍ତି । ଏହା ସ୍ପଷ୍ଟ ସଙ୍କେତ ଦେଉଛି ଯେ, ଆଗାମୀ ଦିନରେ ଡଲାର ପ୍ରଭାବ ଆଉ ରହିବ ନାହିଁ ।

ଏବେ ଆସନ୍ତୁ ଭାରତ ବିଷୟରେ ଆଲୋଚନା କରିବା । ଭାରତର ବିଭିନ୍ନ ସାମଗ୍ରୀ ଉପରେ ମୋଟ ଅଙ୍କର ଟାରିଫ ଲଗାଇଛି ଆମେରିକା । ଯାହାଫଳରେ କମ୍ପାନୀ ଗୁଡ଼ିକ ବଡ଼ କ୍ଷତି ସହିଲେ । ବିଦେଶୀ ନିବେଶକ ଟଙ୍କା କଢ଼ିବା ଆରମ୍ଭ କଲେ । ଆଉ ଭାରତୀୟ ଶିଳ୍ପ ଉପରେ ଚାପ ବଢ଼ିବାରେ ଲାଗିଲା । ଏଭଳି ପରିସ୍ଥିତିରେ ଭାରତ ଚିନ୍ତା କଲା, ନିଜର ଶିଳ୍ପ ଓ ବ୍ୟବସାୟକ ଗୁଡ଼ିକୁ କେମିତି ରକ୍ଷା କରିବ । ଠିକ୍‌ ସେତେବେଳେ ଭାରତ ଏକ ନୂଆ ଚାଲ ଖେଳିଲା । ଚୀନ ସହ ଭାରତ ପୁଣି ନୂଆ ସମ୍ପର୍କ ଗଢ଼ିବାକୁ ଲାଗିଲା ।

୨୦୨୦ରେ ଗଲଓ୍ୱାନ ଘାଟିରେ ଚୀନ୍‌-ଭାରତ ମୁହାଁମୁହିଁ ହୋଇଥିଲେ.. ସେବେଠୁ ଚୀନ୍‌ ସହ ଅନେକ ବ୍ୟବସାୟିକ ସମ୍ପର୍କ ଛିନ୍ନ କରିଥିଲା ଭାରତ । କିନ୍ତୁ ଏବେ ୫ ବର୍ଷ ପରେ ଭାରତ ସଙ୍କେତ ଦେଇଛି ଯେ ଏହି ନିୟମ କୋହଳ ହୋଇପାରେ । ଏଥିରୁ ଏକ ସ୍ପଷ୍ଟ ସଙ୍କେତ ଆମେରିକା ପାଉଛି । ଯେ ଭାରତ BRICSକୁ ମଜଭୁତ କରିବାକୁ ସମର୍ଥନ ଜଣାଇଛି ।

ଏବେ ପ୍ରଶ୍ନ ଉଠୁଛି କାହିଁକି ଚୀନ୍‌କୁ ଏତେ ସୁଯୋଗ ଦେଉଛି ଭାରତ । ଏହାର ସିଧା ସିଧା ଉତ୍ତର ହେଲା, ଆମେରିକାର ଟାରିଫ । ଆମେରିକାର ଟାରିଫ କାରଣରୁ ହିଁ ଚୀନ୍‌ ସହ ଭାରତ ସମ୍ପର୍କ ସ୍ଥାପନ କରିବାକୁ ବାଧ୍ୟ ହେଉଛି । କାରଣ ଚୀନ୍‌ ପାଖରେ ରହିଛି ବଡ଼ ବଜାର । ଯାହା କି ଭାରତ ପାଇଁ ବଡ଼ ଫାଇଦା ଦେଇପାରେ । ତେବେ ଏଥିରୁ ସ୍ପଷ୍ଟ... ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେସନ୍ ଫାଷ୍ଟ ନୀତିକୁ ଗୁରୁତ୍ୱ ଦେଇଥାନ୍ତି । ଯେଉଁଠି ଦେଶର ସ୍ୱାର୍ଥ ସାଧନ ହେବ, ସେଇଠି ଭାରତ ଅଧିକ ଗୁରୁତ୍ୱ ଦେବ ଏବଂ ଅଧିକ ନିବେଶ କରିବ ।


ଏହାସହ ପଢ଼ନ୍ତୁ:- ଦୁଷ୍କର୍ମ ଅଭିଯୋଗରେ ହୋଇଥିଲେ ଗିରଫ, ପୋଲିସକୁ ଗୁଳି କରି ଫେରାର ହୋଇଗଲେ AAP ବିଧାୟକ


ଅନ୍ୟପଟେ ଆମେରିକା ସହ ସମ୍ପର୍କ ତିକ୍ତ ହେବାରୁ.. ଚୀନ୍‌ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରୁଛି ଋଷ । ଯେଉଁଥିାପାଇଁ ଋଷଠାରୁ ଅନେକ କଞ୍ଚାମାଲ ଏବେ ଶାସ୍ତାରେ କିଣୁଛି ଚୀନ୍‌ । ଯାହାକି ଚୀନ୍‌କୁ ବଡ଼ ଫାଇଦା ମିଳୁଛି । ତେବେ ଏତେ ସବୁ ଭିତରେ ଗୋଟିଏ କଥା ସାମ୍ନାକୁ ଆସୁଛି ଋଷ-ଚୀନ-ଭାରତ ଭଳି ବଡ଼ ବଡ଼ ଦେଶମାନେ ଏକାଠି ହେବାରୁ, ଆମେରିକାର ଚିନ୍ତା ବଢ଼ିଛି । ଆଗାମୀ ଦିନରେ କେବଳ ଆମେରିକା ରାଜା ହୋଇ ରହିବ ନାହିଁ, ବରଂ BRICS ଦେଶ ମାନେ ମଧ୍ୟ ନିଜର ଆଧିପତ୍ୟ ଜାହିର କରିବେ ।



ଗତ କିଛି ବର୍ଷ ମଧ୍ୟରେ ଭାରତ ଖୁବ୍‌ ଚତୁରତାର ସହ ଅନେକ ପଦକ୍ଷେପ ନେଇଛି । ଗୋଟିଏ ପଟେ ପଶ୍ଚିମ ଦେଶ ଗୁଡ଼ିକରୁ ଟେକ୍ନୋଲୋଜୀ ଓ ନିବେଶ ଆଣିବା ଜାରି ରଖିଥିବା ବେଳେ ଅନ୍ୟପଟେ ଋଷ ଠାରୁ ଶସ୍ତାରେ ତେଲ କିଣୁଛି । ଚୀନ୍‌ ସହ ସମ୍ପର୍କ ସ୍ଥାପନ କରି ବ୍ୟବସାୟକୁ ବଢ଼ାଇବାକୁ ଚେଷ୍ଟା ଜାରି ରଖିଛି । ଏହି ନିଷ୍ପତ୍ତି ଭାରତକୁ ଆଗାମୀ ଦିନରେ ଅଧିକ ଶକ୍ତିଶାଳି କରିବ । ଭାରତର ସବୁଠାରୁ ବଡ଼ ଶକ୍ତି ହେଲା, ଏହାର ଜନସଂଖ୍ୟା ଓ ଦ୍ରୁତ ଗତିରେ ବଢ଼ୁଥିବା ଅର୍ଥ ବ୍ୟବସ୍ଥା । ଆଗାମୀ କିଛି ବର୍ଷ ମଧ୍ୟରେ ଭାରତ ହିଁ ଦୁନିଆର ସବୁଠାରୁ ଦ୍ରୁତ ଗତିରେ ବଢ଼ୁଥିବା ଅର୍ଥବ୍ୟବସ୍ଥା ରହିବ । ଏହାରି ଭିତରେ ଯଦି BRICS ସହ ଭାରତର ସମନ୍ୱୟ ଭଲ ରହିଲା ତେବେ ଭାରତର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ ହେବ ।

ତେବେ ଚିତ୍ର ଏକଦମ୍‌ ସ୍ପଷ୍ଟ ଯେ, ଦୁନିଆ ଏବେ ଏମିତି ଏକ ମୋଡ଼ରେ ଛିଡ଼ା ହୋଇଛି ଯେଉଁଠୁ ପୁରା ଦିଗ ବଦଳିବାକୁ ଯାଉଛି । ଆମେରିକା ନିଜ ଭୁଲ ପାଇଁ ପଛକୁ ଠେଲି ହେଉଥିବା ବେଳେ BRICS ଦେଶ ଗୁଡ଼ିକ ଅଧିକ ମଜଭୁତ ହେଉଛନ୍ତି । ଆଉ ଏହାର ସବୁଠାରୁ ବଡ଼ ଶ୍ରେୟ ଭାରତକୁ ଯାଉଛି ।


ଏହାସହ ପଢ଼ନ୍ତୁ:- ରାହୁଲଙ୍କୁ ପ୍ରବଳ ଧୋଇଲେ ମୋଦି, ଏଥର ମହିଳାମାନେ କରିବେ ସାବାଡ଼ !

Sponsored
India America Tariff War | The Greatest Challenge Facing America Right Now | Argus News