Tirupati Temple Scam / ତିରୁପତି ମନ୍ଦିରରେ ୫୪ କୋଟି ଟଙ୍କାର ଠକେଇ : ପଲିଷ୍ଟର ଓଢ଼ଣୀକୁ ରେଶମ ଭାବେ ବିକ୍ରି କରାଯାଉଛି
·9 months ago·2 min read

Key Points
ଆନ୍ଧ୍ରପ୍ରଦେଶ ତିରୁପତି ତିରୁମାଲା ଦେବସ୍ଥାନମ (ଟିଟିଡି)ରେ ପୁଣି ଦୁର୍ନୀତି । ପ୍ରଥମେ ନକଲୀ ଘିଅରେ ତିଆରି ଲଡୁ ଦୁର୍ନୀତି ସାମ୍ନାକୁ ଆସିଥିଲା, ପରେ ମନ୍ଦିରର ଦାନବାକ୍ସ ଚୋରି ହୋଇଯାଇଥିଲା। ଏବେ ୫୪ କୋଟି ଟଙ୍କାର ‘ରେଶମୀ ଓଢଣୀ’ ଦୁର୍ନୀତି ସାମ୍ନାକୁ ଆସିଛି।
ଆନ୍ଧ୍ରପ୍ରଦେଶ ତିରୁପତି ତିରୁମାଲା ଦେବସ୍ଥାନମ (ଟିଟିଡି)ରେ ପୁଣି ଦୁର୍ନୀତି । ପ୍ରଥମେ ନକଲୀ ଘିଅରେ ତିଆରି ଲଡୁ ଦୁର୍ନୀତି ସାମ୍ନାକୁ ଆସିଥିଲା, ପରେ ମନ୍ଦିରର ଦାନବାକ୍ସ ଚୋରି ହୋଇଯାଇଥିଲା। ଏବେ ୫୪ କୋଟି ଟଙ୍କାର ‘ରେଶମୀ ଓଢଣୀ’ ଦୁର୍ନୀତି ସାମ୍ନାକୁ ଆସିଛି। ୨୦୧୫ରୁ ୨୦୨୫ ପର୍ଯ୍ୟନ୍ତ ହୋଇଥିବା ଏହି କଥିତ ଠକେଇରେ ଜଣେ ସପ୍ଲାୟର ଶୁଦ୍ଧ ରେଶମ ନାମରେ ଶସ୍ତା ପଲିଷ୍ଟର ତିଆରି ଓଢଣୀ ଯୋଗାଣ କରି ଟିଟିଡିର କୋଟିକୋଟି ଟଙ୍କା ଠକି ନେଇଥିବା ଜଣାପଡିଛି।
TTD ବୋର୍ଡର ଅଧ୍ୟକ୍ଷ ବି.ଆର. ନାଇଡୁଙ୍କ ନେତୃତ୍ୱରେ ହୋଇଥିବା ଏକ ଆଭ୍ୟନ୍ତରୀଣ ଭିଜିଲାନ୍ସ ତଦନ୍ତ ପରେ ଏହି ଜାଲିଆତି ସାମ୍ନାକୁ ଆସିଛି। ଏହି ଦୁପଟା ଗୁଡ଼ିକ ମନ୍ଦିରର ମୁଖ୍ୟ ଦାତାମାନଙ୍କୁ ଉପହାର ଦେବା ଏବଂ ବେଦାଶୀର୍ବଚନମ୍ ଭଳି ମନ୍ଦିରର ନୀତିରେ ବ୍ୟବହାର କରାଯାଏ। ତଦନ୍ତରୁ ଜଣାପଡିଛି ଯେ ପ୍ରାୟ ୩୫୦ ଟଙ୍କା ମୂଲ୍ୟର ପଲିଷ୍ଟର ଓଢଣୀ ପାଇଁ ଠିକାଦାର ୧୩୦୦ ଟଙ୍କା ବିଲ୍ କରିଥିଲେ। ଫଳରେ ମନ୍ଦିର ଟ୍ରଷ୍ଟକୁ ୧୦ ବର୍ଷରେ ୫୪ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଛି। ଏହାକୁ ରଦ୍ଦ କରିଦିଆଯାଇଛି।
ନିକଟରେ ଟିଟିଡି ଚେୟାରମ୍ୟାନ ବି.ଆର.ନାୟଡୁଙ୍କ ନିର୍ଦ୍ଦେଶରେ ଭିଜିଲାନ୍ସ ଟିମ୍ ତିରୁପତି ଗୋଦାମ ଓ ତିରୁମାଲାର ବୈଭବୋତ୍ସବ ମଣ୍ଡପମରୁ ନମୁନା ସଂଗ୍ରହ କରିଥିଲା। ଏହାକୁ ଯାଞ୍ଚ ନିମନ୍ତେ ବେଙ୍ଗାଲୁରରୁ ସେଣ୍ଟ୍ରାଲ ସିଲ୍କ ବୋର୍ଡ ଓ ଧର୍ମାଭରମ ଲ୍ୟାବକୁ ପଠାଯାଇଥିଲା। ସେଠାରୁ ମିଳିଥିବା ରିପୋର୍ଟରେ ଏହା ୧୦୦% ପଲିଷ୍ଟରରେ ତିଆରି ମାଟେରିଆଲ ହୋଇଥିବା ବେଳେ ଏଥିରେ ଆଦୌ ସିଲ୍କ ନଥିବା କୁହାଯାଇଛି। ଏଥିରେ ସିଲ୍କ ହଲୋଗ୍ରାମ ମଧ୍ୟ ନଥିଲା।
ବିଶୁଦ୍ଧ ସିଲ୍କରେ ତିଆରି ଓଢଣୀ ପିସ୍ ପିଛା ଦର ୨୦୦୦ରୁ ୩ ହଜାର ଟଙ୍କା ମଧ୍ୟରେ ହୋଇଥିବା ବେଳେ ପଲିଷ୍ଟରରେ ମାତ୍ର ୨୦୦ରୁ ୩ଶହ ଟଙ୍କା ମଧ୍ୟରେ ହୋଇଥାଏ। ଇନଫ୍ଲିଟେଡ ବିଲିଂ ଓ କ୍ୱାଣ୍ଟିଟିରେ ଟିଟିଡିକୁ ୫୪ କୋଟି ଟଙ୍କାର କ୍ଷତି ହୋଇଛି। ଟିଟିଡି ବାର୍ଷିକ ବଜେଟର ଏହା ଏକ ବଡ଼ ଅଂଶ। ନାୟଡୁ କହିଛନ୍ତି ଯେ କ୍ରୟ ବିଭାଗରୁ ଏହି ଅନିୟମିତତା ଜଣାପଡିଛି। ଏଣୁ ଆମେ ଏସିବିକୁ ତଦନ୍ତ ନିର୍ଦ୍ଦେଶ ଦେଇଛୁ। ନିକଟରେ ମଞ୍ଜୁର ହୋଇଥିବା ଟେଣ୍ଡର ରଦ୍ଦ କରି ପୁଣି ନୂଆ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ଠକେଇ କ୍ୱାଲିଟି ଯାଞ୍ଚ ଓ ମନିଟରିଂ ସିଷ୍ଟମର ଅବହେଳାକୁ ଉଜାଗର କରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ: 'ଦୀପାବଳି ଆମ ସଂସ୍କୃତି ଏବଂ ନୀତି ସହିତ ଘନିଷ୍ଠ ଭାବରେ ଜଡ଼ିତ': ମୋଦି
ସେଣ୍ଟ୍ରାଲ୍ ସିଲ୍କ ବୋର୍ଡ (CSB) ଅଧୀନରେ ଥିବା ଲ୍ୟାବ୍ ସମେତ ଦୁଇଟି ଲାବୋରେଟୋରୀକୁ ପଠାଯାଇଥିବା ରେଶମ ଓଢଣୀ ନମୁନାର ବୈଜ୍ଞାନିକ ପରୀକ୍ଷଣରୁ ଏହା ପଲିଷ୍ଟର ବୋଲି ନିଶ୍ଚିତ ହୋଇଛି। ଭିଜିଲାନ୍ସ ରିପୋର୍ଟ ପରେ TTD ଟ୍ରଷ୍ଟ ବୋର୍ଡ ତୁରନ୍ତ ସମ୍ପୃକ୍ତ ଫାର୍ମ ସହିତ ଥିବା ସମସ୍ତ ଟେଣ୍ଡର ବାତିଲ୍ କରିଛି ଏବଂ ସମଗ୍ର ମାମଲାର ଅଧିକ ତଦନ୍ତ ପାଇଁ ରାଜ୍ୟ ଦୁର୍ନୀତି ନିବାରଣ ବ୍ୟୁରୋ (ACB) କୁ ହସ୍ତାନ୍ତର କରିଛି।
TTDରେ ପୂର୍ବରୁ ଲଡୁ ପ୍ରସାଦରେ ବ୍ୟବହୃତ ଘିଅରେ ଭେଜାଲ୍ ଏବଂ ହୁଣ୍ଡି ଗଣନା ସମୟରେ ଚୋରି ଭଳି ଅନେକ ବିବାଦ ଦେଖାଦେଇଥିବା ବେଳେ ଏହି ଓଢଣୀ ଦୁର୍ନୀତି ବିଶ୍ୱର ସବୁଠାରୁ ଧନୀ ଧାର୍ମିକ ସଂସ୍ଥାମାନଙ୍କ ମଧ୍ୟରୁ ଅନ୍ୟତମ। ତେବେ TTDର ପରିଚାଳନା ଏବଂ ଆଭ୍ୟନ୍ତରୀଣ ତଦାରଖ ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

Related Topics
Explore more stories