Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Student Result Shock / ଏମିତି ବି ମୃତ୍ୟୁ ଆସେ....UKGରେ ପଢୁଥିବା ପୁଅର ରେଜଲ୍ଟ ଦେଖି ବାପାଙ୍କୁ ହାର୍ଟଆଟାକ୍, ସ୍କୁଲରେ ଟଳପଡ଼ିଲେ

Ritu Das
Browse all articles by Ritu Das
·5 months ago·2 min read
ଏମିତି ବି ମୃତ୍ୟୁ ଆସେ....UKGରେ ପଢୁଥିବା ପୁଅର ରେଜଲ୍ଟ ଦେଖି ବାପାଙ୍କୁ ହାର୍ଟଆଟାକ୍, ସ୍କୁଲରେ ଟଳପଡ଼ିଲେ
india

Key Points

ଛୁଆଟି ପରୀକ୍ଷାରେ ଭଲ କରିନି ଆଉ ଖରାପ ନମ୍ବର ଦେଖି ବାପା ଆଉ ସହି ନ ପାରି ହୃଦଘାତରେ ମୃତ୍ୟୁବରଣ କରିଛନ୍ତି। କିନ୍ତୁ ଗୋଟିଏ କଥା ଭାବିଲେ ଆଜିକା ସମୟରେ ପିତାମାତା ଏମିତି ପ୍ରତିଯୋଗିତା ଚାହୁଁଛନ୍ତି ଯେ, ଛୁଆର ବୟସ ମଧ୍ୟ ଭୂଲିଯାଉଛନ୍ତି।
ଏମିତି ବି ମୃତ୍ୟୁ ଆସେ। କେହି କେବେ ଭାବି ନ ଥିବେ। ନିଜ ଛୁଆକୁ ପାଠ ଶାଠ ପଢ଼ାଇ ବଡ଼ ମଣିଷ କରିବାକୁ ସବୁ ବାପା ମା' ସ୍ବପ୍ନ ଦେଖିଥାନ୍ତି। କିନ୍ତୁ ସ୍ବପ୍ନ ଯେ, ଜଣେ ବାପାଙ୍କର ଜୀବନ ନେଇଯିବ। ତାହା କେବେ କେହି ଭାବି ନ ଥିବେ। ପୁଅର ଭଲ ପାଠ ଦେଖିବାକୁ ସବୁବେଳେ ଚାହୁଁଥିଲେ। ଛୁଆଟି ପରୀକ୍ଷାରେ ଭଲ କରିନି ଆଉ ଖରାପ ନମ୍ବର ଦେଖି ବାପା ଆଉ ସହି ନ ପାରି ହୃଦଘାତରେ ମୃତ୍ୟୁବରଣ କରିଛନ୍ତି। କିନ୍ତୁ ଗୋଟିଏ କଥା ଭାବିଲେ ଆଜିକା ସମୟରେ ପିତାମାତା ଏମିତି ପ୍ରତିଯୋଗିତା ଚାହୁଁଛନ୍ତି ଯେ, ଛୁଆର ବୟସ ମଧ୍ୟ ଭୂଲିଯାଉଛନ୍ତି। କଅଁଳ ଶିଶୁଟେ ପାଠ କଣ ଜାଣିନି। କିନ୍ତୁ ଫେଲ ହୋଇଗଲା ବୋଲି ପିତା ଆଉ ସହ୍ୟ କରିପାରିଲେନି। ଆଉ ପିତାଙ୍କ ସେଇ ସ୍କୁଲରେ ହିଁ ଜୀବନ ଚାଲିଯାଇଛି। 

କେଜିରେ ପଢୁଥିବା ପୁଅର ମାର୍କସିଟ୍ ଦେଖି ବାପାକୁ ହାର୍ଟଆଟାକ୍ ଆସିଛି । କଥାଟି ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସମ୍ପୂର୍ଣ୍ଣ ସତ୍ୟ । ଆସାମରୁ ସାମ୍ନାକୁ ଆସିଛି ଏହି ଘଟଣା । ଖବର ଅନୁସାରେ, ଗତ ଗୁରୁବାର ଦିନ ଦିପଙ୍କର ବଦ୍ରୋଲୋଇ କାମରୁ ଛୁଟି ନେଇ ପୁଅର ସ୍କୁଲକୁ ମିଟିଂ ପାଇଁ ଯାଇଥିଲେ। ତେବେ ସେ ପୁଅର ରେଜଲ୍ଟ ଆଣି ଫେରୁଥିବା ବେଳେ ସ୍କୁଲରେ ହିଁ ଟଳି ପଡିଥିଲେ । ତେବେ ଏହି ଘଟଣା ଜାନୁଆରୀ ୧୫ ତାରିଖର ହୋଇଥିବା ବେଳେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ସିସିଟିଭି ଫୁଟେଜରେ ଦେଖାଯାଇଛି ଯେ, ବରଦଲୋଇ ଦୋରହାଟର ସୋନାରି ଗ୍ରାମର ବାସିନ୍ଦା ଥିଲେ । ତେବେ ସ୍କୁଲ ଲବିରେ ଚାଲୁଥିବା ଭିଡିଓ କ୍ୟାମେରାରେ କଏଦ ହୋଇଛି । ତେବେ ସେ ଗେଟରୁ ବାହାରିବା ସମୟରେ ସେ କାନ୍ଥକୁ ଧରିବାକୁ ଚେଷ୍ଟା କରିଥିଲେ ହେଁ ଏଥରେ ସଫଳ ହୋଇପାରି ନ ଥିଲେ । ସେ ମୁହଁ ମାଡି ତଳେ ପଡିଯାଇଥିଲେ । ତେବେ ସେଠାରେ ଥିବା ସ୍ଥାନୀୟ ଲୋକେ ତାଙ୍କୁ ଜୋରହଟ ହସ୍ପିଟାଲରେ ଭର୍ତ୍ତି କରିଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ସ୍କୁଲରେ ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସାମ୍ନାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଏହାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ବରଦୋଲୋଇ ଜଣେ ଏକଜିକ୍ୟୁଟିଭ ଇଞ୍ଜିନିୟର ରହିଥିବା ବେଳେ ସେ ଆସାମର ଜଳସେଚନ ବିଭାଗରେ କାର୍ଯ୍ୟରତ ଥିଲେ । ତେବେ ପୂର୍ବରୁ ତାଙ୍କର କୌଣସି ସ୍ବାସ୍ଥ୍ୟଗତ ସମସ୍ୟା ନଥିବା ବେଳେ ସେ ପୁରା ଫିଟ୍ ରହିଥିବା ନେଇ ପରିବାର ପକ୍ଷରୁ କୁହାଯାଇଛି । ଦିନକୁ ଦିନ ଯୁବାବସ୍ଥାରେ ହୃଦଘାଚ ଜନିତ ମୃତ୍ୟୁ ଘଟଣା ବୃଦ୍ଧି ପାଉଥିବା ବେଳେ ଏହା ଏକ ପ୍ରକାର ଚିନ୍ତାର କାରଣ ସାଜିଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
UKG Result Shock: Father Dies of Heart Attack at School | Argus News