Kendriya Vidyalaya / ଦେଶରେ ୫୭ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

Key Points
ଦେଶରେ ୫୭ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଆବଶ୍ୟକତା ପୂରଣ କରିବାରେ ଏକ ବଡ଼ ପଦକ୍ଷେପ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ/ଭୁବନେଶ୍ୱର, ଅକ୍ଟୋବର ୦୧ - ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଓଡ଼ିଶା ସମେତ ଦେଶର ବେସାମରିକ କ୍ଷେତ୍ରରେ ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ପ୍ରସ୍ତାବରେ ଓଡ଼ିଶାର ୬ଟି ସ୍ଥାନରେ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ପାଇଁ ମଞ୍ଜୁରୀ ଦିଆଯାଇଥିବାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
A gift of world-class education!
— Dharmendra Pradhan (@dpradhanbjp) October 1, 2025
Hon’ble PM Shri @narendramodi ji has approved opening of 57 New Kendriya Vidyalayas in underserved areas, including in Telangana, Bihar, Haryana, Tamil Nadu, Odisha and Jammu & Kashmir. Covering 17 States and UTs, these 57 new KVs will expand… pic.twitter.com/FGUfStsZ1O
ସେ କହିଛନ୍ତି ଏହି ନୂତନ ବିଦ୍ୟାଳୟଗୁଡ଼ିକ ପ୍ରତିଷ୍ଠା ହେବାକୁ ଥିବା ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଆବଶ୍ୟକତା ପୂରଣ କରିବାରେ ଏକ ବଡ଼ ପଦକ୍ଷେପ ହେବ । ଏହି ୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ପାଇଁ ମୋଟ ୫୮୬୨.୫୫ କୋଟି ଟଙ୍କା ଖର୍ଚ୍ଚ ହେବାର ଆକଳନ କରାଯାଇଛି । କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନା ପାଇଁ ପୁଞ୍ଜିଗତ ବ୍ୟୟ ୨୫୮୫.୫୨ କୋଟି ଟଙ୍କା ଥିବାବେଳେ ବିଦ୍ୟାଳୟର ପରିଚାଳନା ପାଇଁ ୩୨୭୭.୦୩ କୋଟି ଟଙ୍କା ଖର୍ଚ୍ଚ ହେବ । ଜାତୀୟ ଶିକ୍ଷା ନୀତିର ପରାମର୍ଶ ଅନୁସାରେ ଓଡ଼ିଶା ସମେତ ସମଗ୍ର ଦେଶରେ ଉତ୍ତମ ଗୁଣାତ୍ମକ ମାନର ଶିକ୍ଷା ପ୍ରଦାନ କରିବା ଲକ୍ଷ୍ୟରେ ଏହି ନୂଆ ବିଦ୍ୟାଳୟ ମଞ୍ଜୁର ପ୍ରଦାନ କରାଯାଇଛି । ଶିକ୍ଷାର ବିକାଶ ଓ ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ଦିଗରେ ଏହି ନିର୍ଣ୍ଣୟ ନେଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୃତଜ୍ଞତା ଜଣାଇଛନ୍ତି ।
📱 Get Argus News App
✨ଜାତୀୟ ଶିକ୍ଷା ନୀତି-୨୦୨୦ କାର୍ଯ୍ୟକାରିତାର ଏକ ଅଂଶ ସ୍ୱରୂପ ଏହି ୫୭ଟି କେନ୍ଦ୍ରୀୟ ବିଦ୍ୟାଳୟକୁ ପ୍ରଥମ ଥର ପାଇଁ 'ବାଲ୍ ବାଟିକା' ସହିତ ଅନୁମୋଦନ କରାଯାଇଛି । ଏହି ବାଲ୍ ବାଟିକାରେ ୩ ବର୍ଷର ପ୍ରି-ପ୍ରାଇମେରୀ ବା ପ୍ରାରମ୍ଭିକ ଶିକ୍ଷା ଦିଆଯିବ । ପୂର୍ବରୁ ୮୫ଟି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାକୁ ଅନୁମୋଦନ ମିଳିଥିବା ପରେ ବର୍ତ୍ତମାନର ଏହି ପ୍ରସ୍ତାବ ଦେଶବ୍ୟାପୀ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ତଥା କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ଥିବା ଚାହିଦାକୁ ପୂରଣ କରିବାରେ ଆହୁରି ସହାୟକ ହେବ ।
୫୭ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ତେଲେଙ୍ଗାନା, ବିହାର, ହରିୟାଣା, ତାମିଲନାଡୁ, ଓଡ଼ିଶା, ଜମ୍ମୁ ଏବଂ କାଶ୍ମୀର ସମେତ ଅନୁନ୍ନତ ଅଞ୍ଚଳରେ ଖୋଲିବାକୁ ଅନୁମୋଦନ ମିଳିଛି । 17ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶକୁ ଅନ୍ତର୍ଭୁକ୍ତ କରି, ଏହି 57ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ଆକାଂକ୍ଷୀ, ଅନୁନ୍ନତ, ବାମପନ୍ଥୀ ଉଗ୍ରବାଦୀ ଏବଂ ପାହାଡିଆ ଅଞ୍ଚଳରେ ଗୁଣାତ୍ମକ ଏବଂ ସୁଲଭ ଶିକ୍ଷାର ପହଞ୍ଚକୁ ବିସ୍ତାର କରିବ ଏବଂ ଏକ ବିଶାଳ ଜନସଂଖ୍ୟାର ଶିକ୍ଷାଗତ ଆବଶ୍ୟକତା ପୂରଣ କରିବ ।
NDA ସରକାର ଦୂରବର୍ତ୍ତୀ ଭୌଗୋଳିକ ଅଞ୍ଚଳରେ 21 ଶତାବ୍ଦୀର ଶିକ୍ଷାର ପହଞ୍ଚକୁ ବୃଦ୍ଧି କରିବା ଏବଂ ଆକାଂକ୍ଷା ପୂରଣ କରିବା ପାଇଁ ପ୍ରତିବଦ୍ଧ ବୋଲି x ରେ ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ।
Related Topics
Explore more stories