Videos
|
National

America On India / ବଦଳିଲା ଆମେରିକା ସ୍ୱର ! ତ୍ରିଶକ୍ତିଙ୍କୁ ଏକାଠି ଦେଖି ଚିନ୍ତାରେ ପଡ଼ିଲା...

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ବଦଳିଲା ଆମେରିକା ସ୍ୱର ! ତ୍ରିଶକ୍ତିଙ୍କୁ ଏକାଠି ଦେଖି ଚିନ୍ତାରେ ପଡ଼ିଲା...

Key Points

ତ୍ରିଶକ୍ତିର ମିଳନ ଦେଖି ଭୟଭୀତ ଆମେରିକା ।
ଭାରତ ବିରୋଧରେ ନରମିଲା କି ସ୍ୱର !
ଭାରତ ଉପରେ ଟାରିଫ୍ ଲଗାଇବାକୁ ନେଇ ଟ୍ରମ୍ପ ସମର୍ଥକଙ୍କ ଦୋମୁହାଁ ନୀତି ।

ଚୀନ୍‌ର SCO ବୈଠକ ବଢାଇଛି ଟ୍ରମ୍ପଙ୍କ ଟେନସନ୍ । ଏସସିଓ ସମିଟ୍କୁ କେବଳ ଏକ ସାଧାରଣ ସମିଟ୍ ବୋଲି କହୁଥିବା ଟ୍ରମ୍ପ ଏବେ ନେଲେଣି U-Turn । ଏସସିଓ ମଂଚରେ ମୋଦି ପୁଟିନ ଏବଂ ଚୀନ୍ ରାଷ୍ଟ୍ରପତି ସି-ଜିନପିଙ୍ଗଙ୍କୁ ଏକାଠି ଦେଖିବା ପରେ ବଦଳିଛି ଆମେରିକାର ସ୍ବର । ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦଳ ପକ୍ଷରୁ ଭାରତ ବିରୋଧରେ ଲଗାତାର କଠୋର ବୟାନ ଆସୁଥିବା ବେଳେ ଆମେରିକାର ବୈଦେଶିକ ମନ୍ତ୍ରାଳୟ ଆମେରିକା-ଭାରତ ସହିତ ତାର ସମ୍ପର୍କକୁ ୨୧ ଶତାବ୍ଦୀର ପରିଚୟ ବୋଲି କହିଛି ।

ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦଳ ପକ୍ଷରୁ ଭାରତ ବିରୋଧରେ ଲଗାତାର କଠୋର ବୟାନ ଆସୁଥିବା ବେଳେ ଆମେରିକୀୟ ବିଦେଶ ବିଭାଗ ପକ୍ଷରୁ, ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତା ନିରନ୍ତର ନୂତନ ଉଚ୍ଚତା ଛୁଇଁବାରେ ଲାଗିଛି। ୱାଶିଂଟନ ଏହି ସମ୍ପର୍କକୁ କେବଳ ରଣନୈତିକ ନୁହେଁ, ବରଂ ଲୋକଙ୍କ ମଧ୍ୟରେ ଗଭୀର ବନ୍ଧୁତା ଉପରେ ଆଧାରିତ ବୋଲି ବର୍ଣ୍ଣନା କରିଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ । ସୋସିଆଲ ମିଡିଆରେ, ଆମେରିକୀୟ ଦୂତାବାସ ଦୁଇ ଦେଶ ସହିତ ପ୍ରତିରକ୍ଷା ସହଯୋଗ, ଏବଂ ଦ୍ୱିପାକ୍ଷିକ ସମ୍ପର୍କ ଭବିଷ୍ୟତରେ ଆହୁରି ମଜବୁତ ହେବ ବୋଲି କହିଛନ୍ତି ।


ଏହାସହ ପଢ଼ନ୍ତୁ:- ବାପାଙ୍କ ସପକ୍ଷରେ କହିବାରୁ ଦଳରୁ ବିଦା କଲେ ସେହି ବାପା !


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏପରିକି, ଆମେରିକାର ଅର୍ଥ ସଚିବ ସ୍କଟ ବେସାଣ୍ଟ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଷୟରେ ଏକ ଦୃଢ଼ ବାର୍ତ୍ତା ଦେଇଛନ୍ତି। ଆମେରିକା ଏବଂ ଭାରତ ମଧ୍ୟରେ ଏକ ଦୃଢ଼ ଭିତ୍ତିଭୂମି ଅଛି ଏବଂ ଦୁଇ ଦେଶ ମଧ୍ୟରେ ଯେକୌଣସି ମତଭେଦ ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଡୋନାଲ୍ଡ ଟ୍ରମ୍ପଙ୍କ ଶିବିର ଲଗାତାର ଭାରତ ଉପରେ ଅଭିଯୋଗ କରୁଛି। ପ୍ରଥମେ, ଭାରତ ଉପରେ ପ୍ରାୟ ୫୦ ପ୍ରତିଶତ ଟାରିଫ୍‌ ଲଗାଯାଇଥିଲା, ଯାହାର କାରଣ ରୁଷିଆରୁ ତେଲ କ୍ରୟ ବୋଲି କୁହାଯାଉଥିଲା। ଟ୍ରମ୍ପଙ୍କ ପରାମର୍ଶଦାତା ପିଟର ନାଭାରୋ ଗତ ଗୋଟିଏ ସପ୍ତାହ ମଧ୍ୟରେ ଅନେକ ଥର ଭାରତ ଉପରେ ସିଧାସଳଖ ଆକ୍ରମଣ କରିଛନ୍ତି । ଏସସିଓ ମିଟ୍ ପରେ ମୋଦିଙ୍କୁ ପୁଟିନ୍ ଏବଂ ଜିନ୍‌ ପିଙ୍ଗଙ୍କ ସହଯୋଗକୁ ନେଇ ଚିହିଁକି ଉଠିଛନ୍ତି ଟ୍ରମ୍ପ ସମର୍ଥକ ନାଭାରୋ ।


ଏହାସହ ପଢ଼ନ୍ତୁ:- ଦୁଷ୍କର୍ମ ଅଭିଯୋଗରେ ହୋଇଥିଲେ ଗିରଫ, ପୋଲିସକୁ ଗୁଳି କରି ଫେରାର ହୋଇଗଲେ AAP ବିଧାୟକ


ଟ୍ରମ୍ପ ପ୍ରଶାସନ ରୁଷିଆ ତେଲ କିଣିବା ପାଇଁ ଭାରତ ଉପରେ ୫୦% ଶୁଳ୍କ ଲାଗୁ କରିଛି, ଯାହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଖରାପ କରିଛି। ଏହାକୁ ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତ-ଆମେରିକା ସମ୍ପର୍କର ସବୁଠାରୁ ଖରାପ ପର୍ଯ୍ୟାୟ ବୋଲି ବିବେଚନା କରାଯାଏ ।

ତେବେ ଭାରତ ଏବଂ ଆମେରିକା ସେମାନଙ୍କର ମତଭେଦ ଦୂର କରିବେ। ଦୁଇ ଦେଶ ମଧ୍ୟରେ ଗଭୀର ସମ୍ପର୍କ ରହିଛି, ବିଶେଷକରି ପ୍ରତିରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ। କିନ୍ତୁ ଶୁଳ୍କ ଏବଂ ରୁଷୀୟ ତୈଳ ପ୍ରସଙ୍ଗ ଏବେ ବି ଉତ୍ତେଜନାର କାରଣ ରହିଛି ବୋଲି ଆମେରିକା ପକ୍ଷରୁ ଦୋହରାଯାଇଛି।


ତେବେ ଭାରତ ସ୍ପଷ୍ଟ କରିଛି ଯେ ଏହା ତାର ଶକ୍ତି ଆବଶ୍ୟକତା ସହିତ କୌଣସି ପ୍ରକାରର ସାଲିସ କରିବ ନାହିଁ। ଅନ୍ୟପକ୍ଷରେ, ଭାରତ ଉପରେ ଟ୍ରମ୍ପ ପ୍ରଶାସନର କଠୋର ନୀତି ଏବଂ ରୁଷ ଉପରେ ଚାପ ପକାଇବାର ରଣନୀତିର ଚ୍ୟାଲେଞ୍ଜକୁ ଭାରତ ଦୃଢ ଭାବରେ ସାମନା କରିବ ।



ଏହାସହ ପଢ଼ନ୍ତୁ:- ରାହୁଲଙ୍କୁ ପ୍ରବଳ ଧୋଇଲେ ମୋଦି, ଏଥର ମହିଳାମାନେ କରିବେ ସାବାଡ଼ !


America On India | US Expert Warns Of India-China-Russia Alliance Amid Trump Tariffs: 'Americans Can't Compete' | Argus News