Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ରାଗିନୀ ଦାଶଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା, ହେଲେ କାହିଁକି ? କ'ଣ କରିଛନ୍ତି ସେ...

National

Ragini Das / ରାଗିନୀ ଦାଶଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା, ହେଲେ କାହିଁକି ? କ'ଣ କରିଛନ୍ତି ସେ...

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ରାଗିନୀ ଦାଶଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା, ହେଲେ କାହିଁକି ? କ'ଣ କରିଛନ୍ତି ସେ...

Key Points

ଗୁଗୁଲ୍ ଇଣ୍ଡିଆରେ ତାଙ୍କର ନୂଆ ଚାକିରି ବିଷୟରେ କହୁ କହୁ, ରାଗିନୀ କହିଥିଲେ ଯେ ତାଙ୍କୁ ୨୦୧୩ରେ ଗୁଗୁଲ୍ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲା, କିନ୍ତୁ ଏବେ ସେହି କମ୍ପାନୀ ତାଙ୍କୁ ଷ୍ଟାର୍ଟଅପ୍ ମୁଖ୍ୟ ଭାବରେ ନିଯୁକ୍ତି ଦେଇଛି।

ଇଚ୍ଛା ଶକ୍ତି ଥିଲେ, ଅସାଧ୍ୟ ବି ସାଧ୍ୟ ହୁଏ । ଦୃଢ଼ମନା ହେଲେ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିହୁଏ । ଠିକ୍‌ ଏମିତି କାହାଣୀ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ...

ଗୁଗୁଲରେ ଚାକିରି ପାଇବା ଅନେକଙ୍କ ପାଇଁ ଏକ ବଡ଼ ସ୍ୱପ୍ନ। ଯିଏ ଏହି ସ୍ୱପ୍ନର ଚାକିରି ପାଇଯାଏ, ସେ ନିଜକୁ ଗର୍ବିତ ମନେକରେ । ଠିକ୍‌ ସେହିଭଳି ଗୁରୁଗ୍ରାମରେ ରହୁଥିବା ରାଗିନୀ ଦାସ ମଧ୍ୟ ନିଜର ସ୍ୱପ୍ନର ଚାକିରି ପାଇସାରିଛନ୍ତି। ଗୁଗୁଲ୍ ଇଣ୍ଡିଆ ତାଙ୍କୁ ଷ୍ଟାର୍ଟଅପ୍ ମୁଖ୍ୟ ଭାବରେ ନିଯୁକ୍ତ କରିଛି। କିନ୍ତୁ ଦିନେ ୨୦୧୩ରେ ଏହି ଗୁଗୁଲ କମ୍ପାନୀ ହିଁ ରାଗିନୀଙ୍କୁ ରିଜେକ୍ଟ କରିଥିଲା?

ରାଗିନର ଦାସ ନିଜେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ତାଙ୍କର ଏହି ଯାତ୍ରାର ସୁନ୍ଦର କାହାଣୀଟିଏ ବର୍ଣ୍ଣନା କରିଛନ୍ତି । ଗୁଗୁଲ୍ ଇଣ୍ଡିଆରେ ଯୋଗଦେବା ପୂର୍ବରୁ, ରାଗିନୀ ଅନେକ ପ୍ରମୁଖ କମ୍ପାନୀରେ କାମ କରିସାରିଛନ୍ତି। ଖାଲି ସେତିକି ନୁହେଁ ସେ leap.clubର ସହ-ପ୍ରତିଷ୍ଠାତା ମଧ୍ୟ ରହିଛନ୍ତି ।

ରାଗିନୀଙ୍କ ସଫଳତାର କାହାଣୀ

ଗୁଗୁଲ୍ ଇଣ୍ଡିଆରେ ତାଙ୍କର ନୂଆ ଚାକିରି ବିଷୟରେ କହୁ କହୁ, ରାଗିନୀ କହିଥିଲେ ଯେ ତାଙ୍କୁ ୨୦୧୩ରେ ଗୁଗୁଲ୍ ଦ୍ୱାରା ପ୍ରତ୍ୟାଖ୍ୟାନ କରାଯାଇଥିଲା, କିନ୍ତୁ ଏବେ ସେହି କମ୍ପାନୀ ତାଙ୍କୁ ଷ୍ଟାର୍ଟଅପ୍ ମୁଖ୍ୟ ଭାବରେ ନିଯୁକ୍ତି ଦେଇଛି।

ଚେନ୍ନାଇରେ ଥିଲା ସ୍କୁଲିଂ

ରାଗିନୀ ଦାସ ଗୁରୁଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଚେନ୍ନାଇର ଚେଟିନାଡ ବିଦ୍ୟାଶ୍ରମରେ ସେ ସ୍କୁଲ ପଢିଥିଲେ। ଲେଙ୍କେଷ୍ଟର ବିଶ୍ୱବିଦ୍ୟାଳୟରେ କମର୍ସ କରୁଥିବା ବେଳେ ସେ ଚେନ୍ନାଇ ବିଦ୍ୟାଶ୍ରମର ସାଂସ୍କୃତିକ ସଚିବ ଭାବରେ କାର୍ଯ୍ୟ ମଧ୍ୟ କରିଥିଲେ। ଗ୍ରାଜୁଏସନ୍‌ ସମୟରେ ବି ସେ ଷ୍ଟାଣ୍ଡାର୍ଡ ଚାର୍ଟର୍ଡ ବ୍ୟାଙ୍କ ସମେତ ଅନେକ ପ୍ରମୁଖ ପ୍ରତିଷ୍ଠାନରେ କାର୍ଯ୍ୟ କରିଥିଲେ, ସେହି ସମୟରେ ସେ ମାର୍କେଟ ରିସର୍ଚ୍ଚ ମଧ୍ୟ କରିଥିଲେ ଏବଂ ଭାରତରେ ଅନେକ ବ୍ୟବସାୟ ପ୍ଲାନ୍ ମଧ୍ୟ ଆଣିଥିଲେ।

ଜୋମାଟୋରେ ଛଅ ବର୍ଷ ଚାକିରି

୨୦୧୨ ମସିହାରେ, ରାଗିନୀ ଦାସ ଟ୍ରାଇଡେଣ୍ଟ ଗ୍ରୁପ୍ ଇଣ୍ଡିଆରେ ଯୋଗ ଦେଇଥିଲେ ଏବଂ ପରେ ତାଙ୍କୁ ୟୁରୋପ ଏବଂ ଆମେରିକାରେ ମାର୍କେଟିଂ ଦାୟିତ୍ୱ ଦିଆଯାଇଥିଲା। ୨୦୧୩ ମସିହାରେ, ରାଗିନୀଙ୍କୁ ଜୋମାଟୋର ସେଲ୍ସ ଏବଂ ମାର୍କେଟିଂ ମ୍ୟାନେଜର ଭାବରେ ନିଯୁକ୍ତ କରାଗଲା। ଏହି କମ୍ପାନୀରେ ଛଅ ବର୍ଷ ଧରି କାମ କରିବା ଭିତରେ ସେ ଆକାଉଣ୍ଟ ମ୍ୟାନେଜର ଏବଂ ଏରିଆ ସେଲ୍ସ ମ୍ୟାନେଜର ଭାବରେ ଦାୟିତ୍ୱ ତୁଲାଇଥିଲେ।

ଜୋମାଟୋ ଗୋଲ୍ଡର ବି ଅଂଶ ଥିଲେ

୨୦୧୭ ମସିହାରେ, ରାଗିନୀ ଜୋମାଟୋ ଗୋଲ୍ଡ ପ୍ରତିଷ୍ଠାତା ଟିମ୍‌ରେ ମଧ୍ୟ ସାମିଲ ହେଲେ । ଏହି ସମୟରେ ସେ ୧୦ଟି ଆନ୍ତର୍ଜାତୀୟ ବଜାରରେ ଜୋମାଟୋ ଗୋଲ୍ଡ ଲଞ୍ଚ କରିଥିଲେ। ଏହ ତାଲିକାରେ ଅଷ୍ଟ୍ରେଲିଆ, ଇଣ୍ଡୋନେସିଆ, ଫିଲିପାଇନ୍ସ, କତାର ଏବଂ ଲେବାନନ ସମେତ ଅନେକ ଦେଶର ନାମ ରହିଛି।

leap.club ର ସହ-ପ୍ରତିଷ୍ଠାତା

୨୦୨୦ ମସିହାରେ, ରାଗିନୀ leap.club ର ସହ-ପ୍ରତିଷ୍ଠାତା ହେଲେ। ରାଗିନୀ ହଜାର ହଜାର ମହିଳାଙ୍କୁ ଷ୍ଟାର୍ଟଅପ୍ ପ୍ରତିଷ୍ଠା କରିବାରେ ମଧ୍ୟ ସାହାଯ୍ୟ କରିଛନ୍ତି। ସେ FICCI ର ଷ୍ଟାର୍ଟଅପ୍ ମହିଳା କମିଟିର ଅଧ୍ୟକ୍ଷ ଭାବରେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ragini Das | Who Is Ragini Das? Rejected By Google In 2013, Will Now Lead Its Startup Wing | Argus News