Girl Friend Killed Boy Friend / ପୂରୁଣା ପ୍ରେମିକ ସହ ମିଶି ବଲିଉଡ୍ ଷ୍ଟାଇଲ୍ରେ ନେଲା ଜୀବନ, ପଢ଼ନ୍ତୁ ପୂରା କାହାଣୀ...

Key Points
ଯେତେବେଳେ ଅମ୍ରିତା ତାଙ୍କୁ ଫଟୋ ଏବଂ ଭିଡିଓ ଡିଲିଟ୍ କରିବାକୁ କହିଲେ, ରାମକେଶ ମନା କରିଦେଇଥିଲେ ।
ଦିଲ୍ଲୀ ଗାନ୍ଧୀ ବିହାର ଅଞ୍ଚଳର UPSC ଛାତ୍ର ରାମକେଶ ମୀନା (୩୨)ଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି । ଏହି ଘଟଣାରେ ତାଙ୍କ ଗର୍ଲଫ୍ରେଣ୍ଡ ବା ଲିଭ-ଇନ୍ ପାର୍ଟନର ଓ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ତାଙ୍କ ଗର୍ଲଫ୍ରେଣ୍ଡ ଜଣେ ଫରେନ୍ସିକ୍ ଷ୍ଟୁଡେଣ୍ଟ ଥିଲେ। ଏହି ହତ୍ୟାକାଣ୍ଡରେ ତାଙ୍କର ଦୁଇ ଜଣ ସାଙ୍ଗ ସହଯୋଗ କରିଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ଅମ୍ରିତା ଚୌହାନ (୨୧), ସୁମିତ କଶ୍ୟପ (୨୭) ଏବଂ ସନ୍ଦୀପ କୁମାର (୨୯) ଭାବରେ ଚିହ୍ନଟ ହୋଇଛନ୍ତି, ସମସ୍ତେ ମୋରାଦାବାଦ (UP)ର ବାସିନ୍ଦା। ଏନେଇ ଉତ୍ତର ଦିଲ୍ଲୀ ଡିସିପି ରାଜା ବାନ୍ତିୟା ସୂଚନା ଦେଇଛନ୍ତି ।
ଅମ୍ରିତା ଚୌହାନ ଅଭିଯୋଗ କରିଛନ୍ତି ଯେ ମୃତ ରାମକେଶ ତାଙ୍କର ଅଶ୍ଳୀଳ ଫଟୋ ଏବଂ ଭିଡିଓ ଉଠାଇ ତାଙ୍କ ଲାପଟପରେ ଷ୍ଟୋର କରିଥିଲେ। ଯେତେବେଳେ ଅମ୍ରିତା ତାଙ୍କୁ ଫଟୋ ଏବଂ ଭିଡିଓ ଡିଲିଟ୍ କରିବାକୁ କହିଲେ, ରାମକେଶ ମନା କରିଦେଇଥିଲେ । ତାପରେ ରାମକେଶଙ୍କୁ ସବୁଦିନ ପାଇଁ ରାସ୍ତାରୁ ସଫା କରିବେ ବୋଲି ପ୍ଲାନ କରିଥିଲ । ହତ୍ୟାକୁ ଏକ ଦୁର୍ଘଟଣା ରୂପ ଦେବା ପାଇଁ ଅମ୍ରିତା ଅନେକ କ୍ରାଇମ୍ ସିରିଜ୍ ଦେଖିଥିଲେ । ଯେଉଁଥିରେ ସେ ହତ୍ୟା କରିବାର ବିଭିନ୍ନ ଉପାୟ ପାଇଥିଲେ ।
ଅକ୍ଟୋବର ୬ ତାରିଖରେ ଗାନ୍ଧୀ ବିହାରର ଚତୁର୍ଥ ମହଲାରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଥିଲା। ଆରମ୍ଭରୁ କୁହାଯାଉଥିଲା ଯେ ଏସି ବ୍ଲାଷ୍ଟ ହେବା କାରଣରୁ ନିଆଁ ଲାଗିଥିଲା । ତାପରେ ପୋଲିସ ପହଞ୍ଚି ନିଆଁ ଲିଭାଇଥିଲା । ସେଠାରୁ ରାମକେଶ ମୀନାଙ୍କ ପୋଡ଼ିଯାଇଥିବା ମୃତଦେହ ଉଦ୍ଧାର କରାଯାଇଥିଲା । ତଦନ୍ତ ସମୟରେ ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଇଥିଲା, ଯେଉଁଥିରେ ଦୁଇଜଣ ମୁଖାପିନ୍ଧା ବ୍ୟକ୍ତି ଘରେ ପ୍ରବେଶ କରୁଥିବା ଏବଂ ବାହାରକୁ ଯାଉଥିବାର ଦେଖାଯାଇଥିଲା। ତାପରେ ପୋଲିସର ସନ୍ଦେହ ଉପୁଜିଥିଲା । କାରଣ ମୁଖାପିନ୍ଧା ବ୍ୟକ୍ତିମାନେ ବାହାରକୁ ଯାଉ ଯାଉ ଘର ଭିତରେ ବ୍ଲାଷ୍ଟ ହୋଇଥିଲା ।
CCTV ଫୁଟେଜ୍ ଏବଂ ମୋବାଇଲ୍ ଲୋକେସନ୍ରୁ ପର୍ଦ୍ଦାଫାସ
ପୋଲିସ୍ ତଦନ୍ତ ଆରମ୍ଭ କରିବା ମାତ୍ରେ, ସେମାନେ ଜାଣିପାରିଲେ ଯେ ମୃତକ ରାମକେଶ ମୀନା ଜଣେ ଯୁବତୀଙ୍କ ସହିତ ଲିଭ୍-ଇନ୍ରେ ରହୁଥିଲେ। ତାପରେ ସିସିଟିଭିରେ ନଜର ଆସିଥିବା ଲୋକଙ୍କୁ ଚିହ୍ନଟ କରାଯାଇଥିଲା । ଏମିତିକି ଅମୃତାଙ୍କ ମୋବାଇଲ୍ ଲୋକେସନ୍କୁ ବି ଟ୍ରାକ୍ କରାଯାଇଥିଲା। ଯେଉଁଥିରୁ ଜଣାପଡ଼ିଥିଲା ଅମ୍ରିତା ମଧ୍ୟ ଘଟଣାସ୍ଥଳ ପାଖାପାଖି ରହିଥିଲେ । ପଚରାଉଚରା ସମୟରେ ଅମ୍ରିତା ସ୍ୱୀକାର କରିଥିଲା ଯେ ପୂର୍ବତନ ପ୍ରେମିକ ସୁମିତ ଏବଂ ତାଙ୍କର ଜଣେ ସାଙ୍ଗ ସନ୍ଦୀପଙ୍କ ସହିତ ମିଶି ଏହି ହତ୍ୟା ଷଡ଼ଯନ୍ତ୍ର କରାଯାଇଥିଲା । ସୁମିତ କଶ୍ୟପ ଜଣେ ଏଲପିଜି ସିଲିଣ୍ଡର ଡିଷ୍ଟ୍ରିବ୍ୟୁଟର ଥିଲେ ।
ହତ୍ୟାକୁ ଦୁର୍ଘଟଣାର ରୂପ ଦେବା ଥିଲା ପ୍ଲାନ୍...
ଅମ୍ରିତା ଜଣେ ଫୋରେନସିକ୍ ସାଇନ୍ସର ଛାତ୍ରୀ ଥିଲେ । ତେଣୁ ତାଙ୍କୁ ଜଣାଥିଲା ଯେ ହତ୍ୟାକୁ କିଭଳି ଦୁର୍ଘଟଣାର ରୂପ ଦେଇହେବ । ଅକ୍ଟୋବର ୬ ତାରିଖରେ ଅମ୍ରିତା ଏବଂ ସୁମିତ ଘରେ ପ୍ରବେଶ କରିଥିଲେ, ତାପରେକ ରାମକେଶଙ୍କୁ ବେକ ଚିପି ହତ୍ୟା କରିଥିଲେ। ତା'ପରେ ସେମାନେ ଘିଅ, ତେଲ, ମଦ ଏବଂ ଘରେ ଥିବା ସମସ୍ତ ପ୍ରକାର ଜ୍ୱଳନଶୀଳ ପଦାର୍ଥ ରାମକେଶଙ୍କ ମୃତ ଶରୀରରେ ଢାଳି ଦେଇଥିଲେ। ଶେଷରେ ମୃତଦେହ ପାଖରେ ଗ୍ୟାସ୍ ସିଲିଣ୍ଡର ପାଇପ୍ ରଖି ତାକୁ ଅନ୍ କରିଦେଇଥିଲେ।
ବିସ୍ଫୋରଣର ସମୟ ଏବଂ ପ୍ରମାଣ...
ଗ୍ୟାସ୍ ଡିଷ୍ଟ୍ରିବ୍ୟୁଟର ସନ୍ଦୀପ ଖୁବ ଭଲ ଭାବେ ଜାଣିଥିଲା, ଗ୍ୟାସ୍ ଚାଲୁ କରି ନିଆଁ ଲଗାଇବାର କେତେ ସମୟ ପରେ ତାହା ବିସ୍ଫୋରଣ ହବ । ଅନ୍ୟପଟେ ଅମ୍ରିତା ଗେଟ୍ ଗ୍ରୀଲ୍ରେ ଏକ କଣା କରିଥିଲା । ଯାହାଦ୍ୱାରା ସେ ହାତ ଗଳାଇ ଗେଟ୍କୁ ଭିତର ପଟୁ ବନ୍ଦ କରିଦେବ । ଏସବୁ କାମ ସାରି ଅମ୍ରିତା ଏବଂ ସୁମିତ ଘରୁ ବାହାରି ଯାଇଥିଲେ । ଆଉ ଏହାର କିଛି ସମୟ ପରେ ଘର ଭିତରେ ବିସ୍ଫୋରଣ ଘଟିଥିଲା। ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଏହି ହତ୍ୟା ଘଟଣାକୁ ଦୁର୍ଘଟଣା ଭଳି ଦେଖାଯାଇଥିବା ପୋଲିସ ଜାଣିପାରିଥିଲା । ପୋଲିସ ଏକ ହାର୍ଡ ଡିସ୍କ, ଟ୍ରଲି ବ୍ୟାଗ୍, ମୃତକଙ୍କ ସାର୍ଟ ଏବଂ ଦୁଇଟି ମୋବାଇଲ୍ ଫୋନ୍ ଜବତ କରିଛି।
📱 Get Argus News App
✨Related Topics
Explore more stories