Youngest Swimmer India / ମାତ୍ର ୨୧ମାସ ବୟସରେ, ରତ୍ନଗିରିର ବେଦ ସରଫାରେ ହେଲେ ସର୍ବକନିଷ୍ଠ ସନ୍ତରଣକାରୀ: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ କଲେ ପ୍ରବେଶ
·7 months ago·2 min read

Key Points
ଆଜି ଆମେ ଏମିତି ଏକ ଅଦ୍ଭୁତ କୁନି ଶିଶୁ କଥା କହୁଛୁ ଯି, ପାଣିରେ ପହଁରୁଛି। କାରଣ ଛୋଟ ଛୁଆ ପାଣି ଦେଖିଲେ ଡରିଯାଆନ୍ତି। ବେଦା ସମ୍ପୂର୍ଣ୍ଣ ଭିନ୍ନ ପାଣିରେ ହାତ ଗୋଡ଼ ବାଡ଼େଇକି ଖେଳୁଛି।
ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଖବର ଭାଇରାଲ ହେଉଛି। ଆଜି ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହା ଆପଣ ବି ଶୁଣିଲେ ଚକିତ ହେବେ। ପ୍ରାୟତଃ ଏମିତି ଖବର ଆମ ନଜିରକୁ ଆସିଛି ଯେ, ଖେଳୁଥିବାବେଳେ କେତେ ଶିଶୁଙ୍କର ଏମିତି ପାଣିରେ ବୁଡ଼ି ଜୀବନ ଚାଲିଯାଇଛି। ଆମେ ଏମିତି ବହୁତ ଖବର ଦେଖିଛେ। କିନ୍ତୁ ଆଜି ଆମେ ଏମିତି ଏକ ଅଦ୍ଭୁତ କୁନି ଶିଶୁ କଥା କହୁଛୁ ଯି, ପାଣିରେ ପହଁରୁଛି। କାରଣ ଛୋଟ ଛୁଆ ପାଣି ଦେଖିଲେ ଡରିଯାଆନ୍ତି। ବେଦା ସମ୍ପୂର୍ଣ୍ଣ ଭିନ୍ନ ପାଣିରେ ହାତ ଗୋଡ଼ ବାଡ଼େଇକି ଖେଳୁଛି। ତାର ବୟସ ମାତ୍ର ୧ ବର୍ଷ ୯ ମାସ ମାନେ ୨୧ ମାସର କୁନି ଛୁଆ ପାଣିରେ ମତ୍ସ୍ୟକନ୍ୟା ଭଳି ପହଁରୁଛି। ତା'ର ପାଣିକୁ ଟିକେ ଡର ନାହିଁ। କୁନି ଶିଶୁ ଜଣକ ହେଲେ ମହାରାଷ୍ଟ୍ରର ବେଦା ସରଫାରେ। ମାତ୍ର ୧୦ ମିନିଟରେ ୧୦୦ ମିଟର ପହଁରି ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡସ୍ରେ ପ୍ରବେଶ କରି ଇତିହାସ ରଚିଛନ୍ତି। ଏକ ଆଶ୍ଚର୍ଯ୍ୟଜନକ ମାଇଲଖୁଣ୍ଟ ଯାହା ଏକ ଅବିଶ୍ୱସନୀୟ ବୟସରେ କ’ଣ ସମ୍ଭବ ତାହା ଦର୍ଶକଙ୍କୁ ଆଚମ୍ବିତ କରିଛି। ଏହା ଏକ ଗର୍ବର ବିଷୟ।
ଏହାସହ ପଢ଼ନ୍ତୁ: ବିଲକୁ ଫିଙ୍ଗିଦେଲା ନିଜ ମା': ସାରା ରାତି କୋଳରେ ରଖି ଜୀବନ ବଞ୍ଚାଇଲା ମା' କୁକୁର
କିଛି ୟୁଜର୍ସ କହିଛନ୍ତି ଛୁଆଟି ବୋଧେ ଭଗବାନଙ୍କ ରୂନ ନଚେତ ଏମିତି କେମିତି ସମ୍ଭବ? ସତରେ ଛୋଟ ବେଳୁ ମା' ବାପାଙ୍କ ପ୍ରଚେଷ୍ଟା ରଙ୍ଗ ଆଣିଛି। ଆଉ ନିଶ୍ଚିତ ଛୁଆଟା ପାଖରେ କୌଣସି ଦୈବୀ ଶକ୍ତି ଥିବାଭଳି ଲାଗୁଛି। କଥାରେ ଅଛି କଅଁଳ ଶିଶୁ କଞ୍ଚା ମାଟି ଭଳି ଯେମିତି ଗଢ଼ିବା ସେମିତି ଗଢ଼ି ହୋଇଯିବେ।
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ତାଙ୍କ ସଫଳତାକୁ ଆନୁଷ୍ଠାନିକ ଭାବରେ ସ୍ୱୀକୃତି ଦେଇଛି, ଏହାକୁ ଏତେ କମ୍ ବୟସର ଶିଶୁ ପାଇଁ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ବୋଲି କହିଛି। ନଭେମ୍ବର 25 ତାରିଖରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ଦ୍ୱାରା ପଠାଯାଇଥିବା ଏକ ମେଲରେ ଉଲ୍ଲେଖ କରାଯାଇଛି ଯେ "ବେଦା 100 ମିଟର ପହଁରିବାରେ ସବୁଠାରୁ କମ୍ ବୟସ୍କ ହୋଇଛନ୍ତି। 100 ମିଟର ପହଁରିବାର ରେକର୍ଡ କରିଛନ୍ତି। ବେଦା ୨୦୨୪ ମସିହା ଜାନୁୟାରୀ ୨୨ ତାରିଖରେ ମହାରାଷ୍ଟ୍ରର ରତ୍ନଗିରି ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ବେଦା ପରେଶ ସରଫାରେ ମ୍ୟୁନିସିପାଲ୍ ସୁଇମିଂ ପୁଲରେ 25 ମିଟର * 22 ମିଟର ଲମ୍ବ 100 ମିଟର (4 ଲ୍ୟାପ୍) ପହଁରିଥିଲେ ମାତ୍ର 10 ମିନିଟ୍ 8 ସେକେଣ୍ଡରେ।
ଏହାସହ ପଢ଼ନ୍ତୁ: ବିମାନ ବିଳମ୍ବ ମଧ୍ୟରେ ଇଣ୍ଡିଗୋ ପାଇଲଟଙ୍କ ଇମୋସନାଲ ମେସେଜ ଭାଇରାଲ: ଯାତ୍ରୀ ବି କଲେ ପ୍ରଶଂସା
ପ୍ରଶିକ୍ଷକଙ୍କ ରିପୋର୍ଟ ଏବଂ ବୈଷୟିକ ପାରାମିଟର ଯାଞ୍ଚ ହେବା ପରେ, ବେଦାଙ୍କ ସଫଳତାକୁ ସ୍ୱୀକୃତି ଦିଆଯାଇଥିଲା। ଏହା ସହିତ, ବେଦା "ଭାରତର ସର୍ବକନିଷ୍ଠ ସନ୍ତରଣକାରୀ" ହୋଇଗଲେ। ଏହି ସଫଳତା କେବଳ ବେଦା ଏବଂ ତାଙ୍କ ପରିବାରକୁ ଗର୍ବିତ କରି ନ ଥିଲା, ବରଂ ସମଗ୍ର ରତ୍ନଗିରି ଏବଂ ମହାରାଷ୍ଟ୍ରରେ ଆନନ୍ଦ ଏବଂ ଉତ୍ସାହର ପରିବେଶ ସୃଷ୍ଟି କରିଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories