Zubeen Garg Death Case / ଚାର୍ଜସିଟ୍ ଦାଖଲ କଲା SIT, କହିଦେଲା କିଏ ମାରିଛି ଜୁବୀନଙ୍କୁ !

Key Points
ସେ କହିଥିଲେ ଯେ ଏହି ମୃତ୍ୟୁ ଏକ ହତ୍ୟା ମାମଲା ଭଳି ସନ୍ଦେହ ହେଉଛି ।
ଆସାମ ଗାୟକ ଜୁବୀନ ଗର୍ଗଙ୍କ ମୃତ୍ୟୁ ଘଟଣାରେ 'ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲ'ର ଅର୍ଗାନାଇଜର ଏବଂ ଅନ୍ୟ ତିନି ଜଣଙ୍କ ବିରୁଦ୍ଧରେ ହତ୍ୟା ମାମଲା ରୁଜୁ କରାଯାଇଛି। ମାମଲାର ତଦନ୍ତ କରୁଥିବା SIT ଗୌହାଟିର ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ (CJM) କୋର୍ଟରେ 3,500 ପୃଷ୍ଠା ବିଶିଷ୍ଟ ଚାର୍ଜସିଟ୍ ଦାଖଲ କରିଛି । ଯେଉଁଥିରେ ଚାରି ଜଣଙ୍କ ବିରୋଧରେ ହତ୍ୟା ମାମଲା ଦାୟର କରାଯାଇଛି।
ଚାର୍ଜସିଟରେ କାହା ନାଁ ରହିଛି ?
ଚାର୍ଜସିଟ୍ ଅନୁଯାୟୀ, ଫେଷ୍ଟିଭାଲର ମୁଖ୍ୟ ଆୟୋଜକ ଶ୍ୟାମକାନୁ ମହାନ୍ତ, ସିଦ୍ଧାର୍ଥ ଶର୍ମା, ଶେଖର ଜ୍ୟୋତି ଗୋସ୍ୱାମୀ ଏବଂ ଅମୃତପ୍ରଭା ମହାନ୍ତଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛି SIT । ଏହା ବ୍ୟତୀତ, ଜୁବୀନ ଗର୍ଗଙ୍କ ସମ୍ପର୍କୀୟ ଭାଇ ଏବଂ ନିଲମ୍ବିତ ଆସାମ ପୋଲିସ ଅଧିକାରୀ ସନ୍ଦିପନ ଗର୍ଗଙ୍କ ବିରୁଦ୍ଧରେ ମଧ୍ୟ ହତ୍ୟା ଆରୋପ ଲଗାଯାଇଛି। ଏହାପୂର୍ବରୁ ଜୁବୀନ ଗର୍ଗଙ୍କ ମୃତ୍ୟୁର ନିରପେକ୍ଷ ତଦନ୍ତ କରୁଥିବା ସିଙ୍ଗାପୁର ପୋଲିସ ଫୋର୍ସ (SPF) ଏକ ବିବୃତ୍ତିରେ କହିଥିଲା ଯେ ପ୍ରାଥମିକ ତଦନ୍ତରେ କୌଣସି ଆପତ୍ତି ଜନକ ପ୍ରମାଣ ମିଳିନାହିଁ ଏବଂ ତଦନ୍ତରେ ଆହୁରି ତିନି ମାସ ସମୟ ଲାଗିପାରେ।
SIT ୩୦୦ ସାକ୍ଷୀଙ୍କୁ ପଚରାଉଚରା କରିଛି
ଯାହାଙ୍କ ନେତୃତ୍ୱରେ SITକୁ ମାମଲା ନ୍ୟସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ, ସେ ହେଲେ ଡିଜିପି ଏମପି ଗୁପ୍ତା । ଆଉ ସେଇ ଡିଜିପି କହିଛନ୍ତି ଯେ SIT ଏହି ମାମଲାରେ ୩୦୦ ଜଣ ସାକ୍ଷୀଙ୍କୁ ପଚରାଉଚରା କରିଛି।
ମୁଖ୍ୟମନ୍ତ୍ରୀଙ୍କ ସନ୍ଦେହ ହେଉଥିଲା
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ହିଁ SIT ଗଠନ କରିଥିଲେ। ସେ କହିଥିଲେ ଯେ ଏହି ମୃତ୍ୟୁ ଏକ ହତ୍ୟା ମାମଲା ଭଳି ସନ୍ଦେହ ହେଉଛି । ତେଣୁ ରାଜ୍ୟ ସରକାର 'ଦେଶର ପୁଅ'କୁ ନ୍ୟାୟ ଦେବା ପାଇଁ ଯଥାସମ୍ଭବ ଚେଷ୍ଟା କରିବେ । ତେଣୁ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଡିଜିପି ଏମ୍ପି ଗୁପ୍ତାଙ୍କ ନେତୃତ୍ୱରେ ଏକ SIT ଟିମ୍ ଗଠନ କରି ଜୁବୀନ ଗର୍ଗଙ୍କ ମୃତ୍ୟୁର ତଦନ୍ତ ଭାର ନ୍ୟସ୍ତ କରଥିଲେ । ପରବର୍ତ୍ତୀ ସମୟରେ ସେ ଏବେ ଏବେ ସରିଥିବା ବିଧାନସଭା ଅଧିବେଶନରେ ଦାବି କରିଥିଲେ ଯେ ଜୁବୀନ ଗର୍ଗଙ୍କ ମୃତ୍ୟୁ ଏକ ହତ୍ୟା ଥିଲା।
ଜୁବୀନ ଗର୍ଗଙ୍କ ମୃତ୍ୟୁରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା। ତାଙ୍କର ହଜାର ହଜାର ପ୍ରଶଂସକ ରାଜରାସ୍ତାକୁ ଓହ୍ଲାଇଥିଲେ । ସମସ୍ତଙ୍କ ଆଖିରେ ଲୁହ ଭରି ରହିଥିଲା । ତାଙ୍କ ମୃତ୍ୟୁକୁ ନେଇ ଅନେକ ଦିନ ଧରି ଚର୍ଚ୍ଚା ଚାଲିଥିଲା । ସମସ୍ତଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ ଥିଲା, ହଠାତ୍ ଏମିତି କ'ଣ ହେଲା ଯେ ତାଙ୍କର ମୃତ୍ୟୁ ହେଲା । ସେ ଜଣେ ଭଲ ପହଁରାଳି ହୋଇଥିଲେ ମଧ୍ୟ ତାଙ୍କ ପାଣି ବୁଡ଼ି କେମିତି ମୃତ୍ୟୁ ହେଲା । ଏମିତି ନାନା ପ୍ରଶ୍ନ ଲୋକଙ୍କ ମନରେ ଉଙ୍କି ମାରୁଥିଲା।
📱 Get Argus News App
✨Related Topics
Explore more stories