Ratnabhandar / ଆଜି ସ୍ଥାନାନ୍ତର ହେବ ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର , ସକାଳ ୧୦ରୁ ସର୍ବସାଧାରଣ ଦର୍ଶନ ବନ୍ଦ

Key Points
ଆଜି ରତ୍ନ ଅଳଙ୍କାର ସ୍ଥାନାନ୍ତର
ଆଜି ସ୍ଥାନାନ୍ତର ହେବ ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର
ମରାମତି ହୋଇଥିବା ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ହେବ ସ୍ଥାନାନ୍ତର
ଆଜି ରତ୍ନଭଣ୍ଡାରକୁ ସ୍ଥାନାନ୍ତର ହେବ ଶ୍ରୀଜିଉଙ୍କ ରତ୍ନ ଅଳଙ୍କାର । ଶ୍ରୀମନ୍ଦିରର ଅସ୍ଥାୟୀ ରତ୍ନଭଣ୍ଡାରରୁ ମରାମତି ହୋଇଥିବା ମୂଳ ରତ୍ନଭଣ୍ଡାରକୁ ଶ୍ରୀଜୀଉଙ୍କ ରତ୍ନ ଅଳଙ୍କାର ହେବ ସ୍ଥାନାନ୍ତର । ପ୍ରସ୍ତୁତି ନେଇ କାଲି ଶ୍ରୀମନ୍ଦିର ପ୍ରଶାସନ ଅଫିସରେ ବସିଥିଲା ଗୁରୁତ୍ବପୂର୍ଣ୍ଣ ବୈଠକ ।
ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ମାର୍ଗଦର୍ଶିକାର ଅନୁପାଳନ ନେଇ ମୁଖ୍ୟ କମିଟି ସଦସ୍ୟଙ୍କ ବିସ୍ତୃତ ଆଲୋଚନା କରିଥିଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ତେବେ ଆଜି ସକାଳ 7ଟା 17ରୁ 11ଟା 17 ମାହେନ୍ଦ୍ର ବେଳାରେ ଆରମ୍ଭ ହୋଇଛି ସ୍ଥାନାନ୍ତର ପ୍ରକ୍ରିୟା । ସକାଳ ୧୦ଟାରୁ ଶ୍ରୀମନ୍ଦିରରେ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ।
ଏହି ସମୟରେ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କ ଦର୍ଶନ କିମ୍ବା ବେଢ଼ା ପରିକ୍ରମା କରିପାରିବେ ନାହିଁ । ତେବେ ମହାପ୍ରସାଦ ପାଇଁ ଭକ୍ତମାନେ ଉତ୍ତରଦ୍ଵାର ଦେଇ ଆନନ୍ଦବଜାରକୁ ଯାଇପାରିବେ । ପ୍ରଥମେ ଶ୍ରୀମନ୍ଦିରକୁ ଶୋଧ କରାଯିବା ପରେ ଆରମ୍ଭ ହେବ ଅଳଙ୍କାର ସ୍ଥାନାନ୍ତର ପ୍ରକ୍ରିୟା ।
ଅଧିକ ପଢନ୍ତୁ : ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଆସନ୍ତା ୨୩ରେ ହେବ ଅଳଙ୍କାର ସ୍ଥାନାନ୍ତର, ଭକ୍ତଙ୍କ ଦର୍ଶନ ଉପରେ କଟକଣା
📱 Get Argus News App
✨ରତ୍ନ ସ୍ଥାନାନ୍ତର ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପ୍ରାଧିକୃତ ୧୧ ଜଣିଆ କମିଟି ଗଠନ କରାଯାଇଛି । ଏଥିରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ଏଏସଆଇ ଅଧିକାରୀ, ରତ୍ନଭଣ୍ଡାର ସବ୍ କମିଟି ସଦସ୍ୟ, ପ୍ରମୁଖ ରହିଛନ୍ତି । କେବଳ ଅଧିକୃତ କମିଟିର ସଦସ୍ୟଙ୍କ ସହ ମହାପ୍ରଭୁଙ୍କ ନୀତି କରୁଥିବା ପାଳିଆ ସେବକ ମାନେ ଶ୍ରୀମନ୍ଦିର ନାଟମଣ୍ଡପ, ଗର୍ଭଗୃହ ଓ ଜଗମୋହନକୁ ଯାଇପାରିବେ ।
ଆହୁରି ପଢନ୍ତୁ : ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ବେଢ଼ା ଫଟୋ
ରତ୍ନ ସ୍ଥାନାନ୍ତର ବେଳେ ଶ୍ରୀମନ୍ଦିରରେ 4ଟି ଷ୍ଟ୍ରାଇକିଂ ଫୋର୍ସ, 13 ସେକ୍ସନ ପୋଲିସ ଫୋର୍ସ ମୁତୟନ ହେବେ। ପ୍ରଶାସନ ନିଷ୍ପତ୍ତିକୁ ସେବାୟତ ସ୍ବାଗତ କରିବା ସହ ଭକ୍ତଙ୍କୁ ମହାପ୍ରସାଦ ପାଇବାରେ କୌଣସି ଅସୁବିଧା ହେବ ନାହିଁ ବୋଲି କହିଛନ୍ତି ।
Related Topics
Explore more stories