Child Safety / ଚିପ୍ସ୍ ନେଇଗଲା ୪ ବର୍ଷ ଶିଶୁର ଜୀବନ

Key Points
ସାମାନ୍ୟ ଚିପ୍ସ୍ ଖାଇ ଅକାଳରେ ଚାଲିଗଲା ଗୋଟିଏ ନିଷ୍ପାପ ୪ ବର୍ଷ ବୟସ ଶିଶୁର ଜୀବନ ।
କିଏ ଜାଣିଥିଲା ମୃତ୍ୟ ଏମିତି ବି ଆସିବ ବୋଲି ? ସାମାନ୍ୟ ଚିପ୍ସ୍ ଖାଇ ଅକାଳରେ ଚାଲିଗଲା ଗୋଟିଏ ନିଷ୍ପାପ ୪ ବର୍ଷ ବୟସ ଶିଶୁର ଜୀବନ । ଚିପ୍ସ୍ ଭିତରେ ଥିବା ପ୍ଲାଷ୍ଟିକ୍ ଖେଳନା ଗିଳି ଶିଶୁଟିର ମୃତ୍ୟ ହୋଇଛି । ଏପରି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ସିକରମାହା ଗ୍ରାମ ନିକଟସ୍ଥ ମୁସିମାହା ଗ୍ରାମରେ । ମୃତ ଶିଶୁ ଜଣକ ରଞ୍ଜିତ ପ୍ରଧାନଙ୍କ ୪ ବର୍ଷର ପୁଅ ବିଗଲ ପ୍ରଧାନ ।
ସୂଚନାନୁଯାୟୀ ବିଗଲ ସବୁଦିନ ଭଳି ଗାଁ ସ୍କୁଲ ପରିସରରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ପଢ଼ିବାକୁ ଯାଇଥିଲା । ଅଙ୍ଗନବାଡି ଛୁଟି ହେବାପରେ ବାପା ରଞ୍ଜିତ ପୁଅକୁ ଅଙ୍ଗନବାଡିରୁ ଆଣି ଘରକୁ ଆଣିଥିଲେ, ସେଠାରେ ବିଗଲ ଖେଳୁଥିବା ସମୟରେ ପୁଅ ପାଇଁ ବାପା ସ୍ନେହରେ ନେଇଥିବା ଏକ ଚିପ୍ସ୍ ପ୍ୟାକେଟ ଖାଇବାକୁ ଦେଇ ସ୍ୱାମୀ ସ୍ତ୍ରୀ ଖାଇବାକୁ ବସିଥିଲେ ।
ହେଲେ ଜାଣିନଥିଲେ ଯେ, ଦେଇଥିବା ପ୍ୟାକେଟରେ ପୁଅର ମୃତ୍ୟୁ ଲେଖାଅଛି ବୋଲି । ଚିପ୍ସ ପ୍ୟାକେଟ୍ ଭିତରୁ ଏକ ପ୍ଲାଷ୍ଟିକ୍ ଖେଳଣା ବାହାରିଥିଲା ଯାହାକୁ ଚିପ୍ସ୍ ଭାବି ଗିଳିଦେଇଥିଲା ଶିଶୁଟି । ଖେଳଣାଟି ଶିଶୁର ତଣ୍ଟିରେ ଲାଗିଯାଇ ଶ୍ଵାସ ରୁନ୍ଧି ହୋଇଥିଲା । ଫଳରେ ଅଚେତ ହୋଇଯାଇଥିଲା ଶିଶୁଟି । ଏହାପରେ ନାଗକରୁ ରକ୍ତସ୍ରାବ ହୋଇଥିଲା । ବାପା ମା ଶୁଶୁକୁ ନିକଟସ୍ଥ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ହେଲେ ସେଠାରେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ।
୪ବର୍ଷର କୁନି ପୁଅକୁ ହରାଇ ଏବେ କାନ୍ଦ ବୋବାଳିରେ ଫାଟିପଡ଼ୁଛି ପୂରା ପରିବେଶ। ଶିଶୁଟି ପଢ଼ୁଥିବା ଅଙ୍ଗନବାଡି କେନ୍ଦ୍ରର କର୍ମୀଙ୍କ ଠାରୁ ଆରମ୍ଭ କରି ସମସ୍ତେ ନିଜର ଦୁଃଖ ପ୍ରକାଶ କରିଛନ୍ତି । ଅଙ୍ଗନବାଡି କେନ୍ଦ୍ରର ଜଣେ କର୍ମୀ କହିଛନ୍ତି ଯେ ବିଗଲ ଜଣେ ଭଲ ଛାତ୍ର ଥିଲା ସବୁଦିନ ପରି ଗତକାଲି ମଧ୍ୟ ଆସିଥିଲା ଏଭଳି ଘଟଣା ବହୁତ ଦୁଃଖଦ ଏକ ଉତ୍ତମ ଛାତ୍ରକୁ ଆମେ ହରାଇଛୁ ।
ଛୋଟ ଛୁଆଙ୍କୁ ବାହାର ଖାଦ୍ୟ ଦେଉଥିଲେ ସାବଧାନ ହୋଇ ଦେବାକୁ ବୁଦ୍ଧିଜୀବି ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଗତ ଅକ୍ଟୋବର ମାସ ୧୫ ତାରିଖରେ ଫୁଲବାଣୀ ଆଦର୍ଶ ବିଦ୍ୟାଳୟରେ ପଢ଼ୁଥିବା ଦାରିଙ୍ଗବାଡ଼ିର ୧୦ ଶ୍ରେଣୀ ଛାତ୍ର ତୁଷାର ମିଶ୍ର ବିଦ୍ୟାଳୟ ନୋଟିସ ବୋର୍ଡରେ ଲାଗିଥିବା ପିନ୍ ଟିକୁ ଅସାବଧାନତା କାରଣରୁ ଗିଳି ଦେଇଥିବା ଯୋଗୁଁ ଗୁରୁତର ହୋଇ ଗତ ଅକ୍ଟୋବର ମାସ ୨୬ ତାରିଖରେ ମୃତ୍ୟବରଣ କରିଥିଲେ l
📱 Get Argus News App
✨Related Topics
Explore more stories