ଅଟୋ ଓଲଟି ୩ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀ ଆହତ
·10 months ago

Key Points
ଅଟୋ ଓଲଟି ଆଦର୍ଶ ବିଦ୍ୟାଳୟର ୩ଛାତ୍ରୀ ଆହତ
ଆହତ ଛାତ୍ରଛାତ୍ରୀ ଖଇରା ମେଡିକାଲରେ ଭର୍ତ୍ତି
ଆହତ ଛାତ୍ରୀମାନେ ହରିପୁର ଅଞ୍ଚଳର
ସ୍କୁଲ ଯାଉଥିବା ବେଳେ ଅଟୋ ଓଲଟି ଆଦର୍ଶ ବିଦ୍ୟାଳୟର ୩ଛାତ୍ରୀ ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ବାଲେଶ୍ୱର ଜିଲ୍ଲା ଖଇରା ଥାନା ବର୍ତ୍ତନା-ଖଇରା ରାସ୍ତାର ପଦୁନା ଛକ ନିକଟରେ ଅଟୋ ଓଲଟି ୩ଜଣ ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଆହତ ହୋଇ ଖଇରା ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ଏକ ଅଟୋ ଯୋଗେ ୭ଜଣ ଛାତ୍ରଛାତ୍ରୀ ଅର୍ଜୁନପୁର ଆଦର୍ଶ ବିଦ୍ୟାଳୟକୁ ଯିବା ସମୟରେ ପଦୁନା ଛକ ନିକଟରେ ଅଟୋ ଆଗକୁ ଏକ ସାଇକେଲ ପଳେଇଆସିଥିଲା।ଫଳରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା।ପରେ ସ୍ଥାନୀୟ ଲୋକେ ଅନ୍ୟ ଏକ ଅଟୋ ସାହାଯ୍ୟରେ ଆହତ ଛାତ୍ରୀଙ୍କୁ ଖଇରା ମେଡିକାଲ ଆଣିଥିଲେ। ଆହତ ଛାତ୍ରୀମାନେ ହରିପୁର ଅଞ୍ଚଳର ବୋଲି ଜଣାପଡିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: