Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Elephant Attack / ଦନ୍ତା ହାତୀ ଆକ୍ରମଣରେ ୨ ମୃତ, ଜଣେ ମହିଳା ଗୁରୁତର

Rashmita Mishra
Browse all articles by Rashmita Mishra
·7 months ago·2 min read
ଦନ୍ତା ହାତୀ ଆକ୍ରମଣରେ ୨ ମୃତ, ଜଣେ ମହିଳା ଗୁରୁତର
Elephant Attack

Key Points

ଗୁରୁବାର ସକାଳୁ ଏକ ଦଳ ଛଡା ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ, ଜଣେ ମହିଳା ଗୁରୁତର ହୋଇଛନ୍ତି ।

ଗୁରୁବାର ସକାଳୁ ଏକ ଦଳ ଛଡା ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଚାଷୀଙ୍କ ମୃତ୍ୟୁ ଘଟିଥିବା ବେଳେ, ଜଣେ ମହିଳା ଗୁରୁତର ହୋଇଛନ୍ତି । ମୃତ ଵୃଦ୍ଧ ଜଣକ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ଓ ବୁଢାପାଳ ପୁଲିସ ବିଟ ଅଧିନ ଜୁରାଡଙ୍ଗା ଗ୍ରାମର କୁଞ୍ଜ ଦେହିରୀ ବୋଲି ଚି଼ହ୍ନଟ ହୋଇଥିବା ବେଳେ ଗୁରୁତର ହୋଇ ଛେଣ୍ଡିପଡା ଡାକ୍ତରଖାନା ଯାଇଥିବା ମହିଳା ଜଣକ ରଜନୀ ବେହେରା ବୋଲି ଜଣା ପଡିଛି ।

ସୂଚନା ଅନୁସାରେ, ଆଜି ଭୋର ସକାଳୁ କୁଞ୍ଜ ହେହୁରୀ ଗାଁ ନିକଟ ପୋଖରୀକୁ ଶୌଚ ପାଇଁ ଯାଇଥିବା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡ଼ିଥିଲେ। ଦନ୍ତା ଆକ୍ରମଣ ଯୋଗୁଁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ସେହିପରି ଛେଣ୍ଡିପଦା ଅଞ୍ଚଳର ରଜନୀ ବେହେରା ଫୁଲ ତୋଳିବାକୁ ଯାଉଥିବା ବେଳେ ତାଙ୍କୁ ହାତୀ ଆକ୍ରମଣ କରିଥିଲେ ହେଁ ସୌଭାଗ୍ୟ ବଶତଃ ମୃତ୍ୟୁରୁ ବର୍ତ୍ତି ଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଗାଁ ଲୋକେ ଉଦ୍ଧାର କରି ପ୍ରଥମେ ଛେଣ୍ଡିପଡ଼ା ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଅନୁଗୁଳ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ଜଣାପଡିଛି ।

ତେବେ ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ତେବେ ଜୁରାଡ଼ଙ୍ଗା ଗ୍ରାମଟି ଉଭୟ ଅନୁଗୁଳ ଓ ଦେବଗଡ଼ ଜିଲ୍ଲାର ସୀମାନ୍ତରେ ରହିଛି । ତେଣୁ ବୃଦ୍ଧଙ୍କ ମୃତ୍ୟୁ ଘଟଣାକୁ ନେଇ ଉଭୟ ଦେବଗଡ଼ ଜିଲ୍ଲାର ରିଆମାଳ ଓ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ରେଞ୍ଜ ଅଧିକାରୀ ପହଞ୍ଚିବା ସ୍ଥାନୀୟ ଅଞ୍ଚଳରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି ।

ସେପଟେ ଗୋଠଛଡା ଦନ୍ତା ହାତୀ ର ଉପଦ୍ରଵ। ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ଦେବଗଡ଼ ରିଆମାଳ ରେଞ୍ଜ ଜୁରାଡ଼ଙ୍ଗା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଆଜି ସକାଳୁ ଜୁରଡ଼ଙ୍ଗା ଗ୍ରାମର ବୃଦ୍ଧା ଜଣକ ସକାଳୁ ଶୌଚ ପାଇଁ ଯାଉଥିବା ସମୟରେ ହଠାତ ହାତୀ ଆକ୍ରମଣ କରିଥିଲା। ଫଳରେ ଘଟଣା ସ୍ଥଳରେ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲା ।

ପୂର୍ବରୁ ମଧ୍ୟ କେନ୍ଦୁଝର ତେଲକୋଇ ରେଞ୍ଜ ବାଘମୁଣ୍ଡା ଧାନକ୍ଷେତରେ ୩୯ ଟିକିଆ ହାତୀପଲଙ୍କୁ ଘଉଡ଼ାଉଥିବା ବେଳେ ହାତୀ ଆକ୍ରମଣରେ ରୁଗୁଡିହ ଗାଁର ଚକ୍ରଧର ମହାରଣା ମୃତ । ସୂଚନାନୁଯାୟୀ କେନ୍ଦୁଝରଜିଲ୍ଲା ତେଲକୋଇରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ ତେଲକୋଇ ଥାନା ସଲେଇକେନା ପଞ୍ଚାୟତ ଅନ୍ତର୍ଗତ ରୁଗୁଡିହି ଗ୍ରାମର ଚକ୍ରଧର ମହାରଣା(୨୧) ଓ ଗୁରୁତର ଆହତ ଜଣକ ହେଲେ ବିଜୁ ମୁଣ୍ଡା (୨୧) ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Elephant Attack | Three Killed, Woman Critically Injured in Tusker Attack | Tragic Incident | Argus News