Man Elephant fight / ହାତୀ ମଣିଷ ଲଢ଼େଇ, ମନ୍ତ୍ରୀ କହିଲେ ହାତୀ ପାଖକୁ ଯାଅନି କି ସେଲ୍ଫି ନିଅନି
·5 months ago·2 min read

Key Points
ବଢି ଚାଲିଛି ହାତୀ - ମଣିଷ ଲଢ଼େଇ
ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ପରାମର୍ଶ
ହାତୀ ପାଖକୁ ଯାଅନି କି ସେଲ୍ଫି ନିଅନି

ଦିନକୁ ଦିନ ହାତୀ
ମଣିଷ ଲଢ଼େଇ ତୀବ୍ର ହେବାରେ ଲାଗିଛି। କେତେବେଳେ ମଣିଷର ଜୀବନ ଯାଉଛି ତ ଆଉ କେତେବେଳେ ହାତୀର ଜୀବନ।
ଏନେଇ କଡ଼ା ପ୍ରତିକ୍ରୀୟା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ହାତୀ
ପାଖକୁ ନ ଯିବାକୁ ଓ ହାତୀ ସହ ସେଲ୍ଫି ନ ନେବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି।
ସେପଟେ ଢ଼େଙ୍କାନାଳରେ ଘଟିଛି ଦୁଃଖଦ ଘଟଣା । ହାତୀ ଦଳି ଦେବାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଢ଼େଙ୍କାନାଳରୁ ଆସିଛି ହାତୀ ମଣିଷ ଲଢ଼େଇର ଛାତିଥରା କାହାଣୀ । ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିବାବେଳେ ଦନ୍ତା ହାତୀର ଆକ୍ରମଣରେ ୩ଜଣଙ୍କର ମୃତ୍ୟୁ ଘଟିଛି । ଆଉ ୩ଜଣ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।
ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । କାଇମାଟି ଲୋଚାପଲି ଗାଁର ପ୍ରାୟ ୧୫ଜଣ ଲୋକ ଜଙ୍ଗଲରୁ କାଠ ସଂଗ୍ରହ କରିବାକୁ ଯାଉଥିଲେ ।
ହେଲେ ସେଠାରେ ପୂର୍ବରୁ ଛପି ରହିଥିବା ଦନ୍ତାଟି ହଠାତ୍ ଲୋକଙ୍କ ଆଡକୁ ମାଡି ଆସିଥିଲା। ଯିଏ ସାମନାରେ ପଡିଥିଲା ତାଙ୍କୁ ଦଳି ପକାଇଥିଲା । ହାତୀ ଆକ୍ରମଣରେ ଘଟଣାସ୍ଥଳରେ ୬ ଜଣ ଗୁରୁତର ହୋଇପଡିଥିଲେ ।
ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ବାଟରେ ହିଁ ୩ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଇନ୍ଦୁମତି ପଧାନ, ତୁନୀ ବେହେରା ଏବଂ କୁନ୍ତଳା ପାଧାନ। ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।
ପଢ଼ନ୍ତୁ ଏହି ଖବର: PUCC ନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବଡ଼ ସୂଚନା
ଗତ ୨ବର୍ଷ ଭିତରେ ଏହି ଜଙ୍ଗଲରେ ୯ଜଣଙ୍କର ମୃତ୍ୟୁ ହେଲାଣି। ଢେଙ୍କାନାଳ ଜିଲ୍ଲାରେ ୨୦୨୬ରେ ୧୧ ଜଣଙ୍କ ଜୀବନ ଯାଇଛି। ଏଥିପାଇଁ ବନବିଭାଗକୁ ଦାୟୀ କରିଛନ୍ତି ଗ୍ରାମବାସୀ । ହାତୀ ଆକ୍ରମଣରେ ରାଜ୍ୟରେ ୧୦ବର୍ଷରେ ୧୨ଶହରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟେ ୨୦୧୪ରୁ ୨୦୨୫ ଭିତରେ ପାଖାପାଖି ୯ଶହ ହାତୀଙ୍କ ଜୀବନ ଯାଇଛି ।
ରାଜ୍ୟରେ ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ବଢୁଥିବା ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରତିକ୍ରିଆ ଦେଇଛନ୍ତି ସେ କହିଛନ୍ତି।ହାତୀ ପାଖକୁ ଯାଆନ୍ତୁ ନାହିଁ କି ସେଲ୍ଫି ନିଅନ୍ତୁ ନାହିଁ। ବିଭିନ୍ନ ସ୍ଥାନ ରେ ମୋବାଇଲ ଧରି ହାତୀ ପଛରେ ଗୋଡ଼ାଇବା ଚିତ୍ର ସାମ୍ନା କୁ ଆସୁଛି।
ହାତୀ ଆସିଲେ ମାଇକ ଯୋଗେ ସଚେତନ କରାଯାଉଛି ରାଜ୍ୟ ରେ ହାତୀ ସଂଖ୍ୟା ବଢିବା ଚିନ୍ତା ର କାରଣ । ରାଜ୍ୟରେ 1800 ଜାଗା ରେ 2300 ରୁ ଅଧିକ ହାତୀ ଅଛନ୍ତି। ଅଧିକ ହାତୀ ଙ୍କୁ ମ୍ୟାନେଜ ପାଇଁ କେନ୍ଦ୍ରୀୟ ଅଧିକାରୀ ଙ୍କ ସହ ଆଲୋଚନା ହେବ। ସ୍ଥାନୀୟ ବିଧାୟକ ଓ ସାଂସଦ ଙ୍କ ସହ ଆଲୋଚନା ସରିଛି। ଜଙ୍ଗଲ ପରିସୀମା ବଢ଼ାଇବାକୁ ଯୋଜନା କରାଯାଉଛି। ବାଉଁଶ ସହ ହାତୀ ଖାଦ୍ୟ ଜଙ୍ଗଲ ରେ ଲଗାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ସାରିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories