Kalinga Ghati / ଯାତାୟତ ଠପ୍ ! ବଢ଼ୁଛି ତେଲ ପିଆଜ ଦର...

Key Points
ସମ୍ପୂର୍ଣ୍ଣ ୧୦କିମି କଳିଙ୍ଗା ଘାଟି ବର୍ତ୍ତମାନ ବିପଦ ସଂକୁଳ ଅବସ୍ଥାରେ ରହିଛି।
ଭୁସ୍ଖଳନ ବିଭିନ୍ନ ସ୍ଥାନରେ ଘଟିଥିବା ଯୋଗୁ ତୁରନ୍ତ ଜାତୀୟ ରାଜପଥ କତ୍ତୃପକ୍ଷ ଏହାର ମରାମତି କରିବାକୁ ମଧ୍ୟ ଦାବି ହୋଇଛି ।
ପୁଣି କଳିଙ୍ଗା ଘାଟିରେ ବର୍ଷା ବିପର୍ଯ୍ୟୟ । ଭୂସ୍ଖଳନ ଯୋଗୁଁ ବଡ଼ ବଡ଼ ମାଟି ଅତଡ଼ା ଓ ପଥର ଖସି ଯାତାୟାତ ଠପ୍ । ଗତ ମାସ ୧୬ ତାରିଖ ଦିନ ଭୟଙ୍କର ଭୂସ୍ଖଳନ ଯୋଗୁ ମୂଖ୍ୟ ରାସ୍ତା ସମ୍ପୁର୍ଣ୍ଣ ଭାବେ ଧୋଇ ଯାଇଥିଲା । ଏହାରି ଭିତରେ ୨୭ ଦିନ ହୋଇଗଲାଣି ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରହିଛି । କନ୍ଧମାଳ ଏବଂ ଗଞ୍ଜମ ଜିଲ୍ଲାର ସୀମାନ୍ତବର୍ତୀ ଅଞ୍ଚଳବାସୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଭୂସ୍ଖଳନ ପରଦିନ ଠାରୁ ଅସ୍ଥାୟୀ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଛି କିନ୍ତୁ ପ୍ରତିଦିନ କଳିଙ୍ଗା ଘାଟିରେ ବର୍ଷା ଯୋଗୁ ଅସ୍ଥାୟୀ ରାସ୍ତା ନିର୍ମାଣରେ ବାଧା ସୃଷ୍ଟି ହେଉଛି । ପୁଣି ଏବେ ବର୍ଷା ଯୋଗୁଁ ଅସ୍ଥାୟୀ ରାସ୍ତା ନିର୍ମାଣ କାମ ବାଧାପ୍ରାପ୍ତ ହୋଇଛି । କାମ ଚାଲିଥିବା ସମୟରେ ବର୍ଷା ହେବାରୁ ଶ୍ରମିକମାନଙ୍କ ଜୀବନ ପ୍ରତି ବିପଦ ରହିଛି । ବର୍ଷା ହେଲେ ଶ୍ରମିକ ମାନେ ଭୟଭୀତ ହୋଇ କାମ ବନ୍ଦ କରିବାକୁ ବାଧ୍ୟ ହେଉଛନ୍ତି । ତେବେ ଅସ୍ଥାୟୀ ରାସ୍ତା ତିଆରି କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲା ବେଳେ ଏହା ପୁଣି ବର୍ଷାରେ ଧୋଇଯାଇଛି ।
ଏହି ରାସ୍ତା ସହ ଏହାର ବିକଳ୍ପ ରାସ୍ତା ନିମନ୍ତେ ଅଞ୍ଚଳବାସୀ ଭଞ୍ଜନଗର ବିଧାୟକ, ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରି ଲିଖିତ ଅନୁରୋଧ ପତ୍ର ପ୍ରଦାନ କରିଥିବା ବେଳେ ଭଞ୍ଜନଗର ବିଧାୟକ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ଏହି ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଛନ୍ତି। ମୁଖ୍ୟତଃ କଳିଙ୍ଗା ଘାଟିର ବିକଳ୍ପ ରାସ୍ତା ଥିବା ସତ୍ତ୍ୱେ ଏହି ବିକଳ୍ପ ରାସ୍ତାକୁ ନିର୍ମାଣ କରିବାକୁ ବିଭାଗୀୟ ଅଧିକାରୀ ପଛଘୁଞ୍ଚା ଦେଉଥିବା ଅଭିଯୋଗ ହେଉଛି। ଏହାସହ ସମ୍ପୂର୍ଣ୍ଣ ୧୦କିମି କଳିଙ୍ଗା ଘାଟି ବର୍ତ୍ତମାନ ବିପଦ ସଂକୁଳ ଅବସ୍ଥାରେ ରହିଛି। ଭୁସ୍ଖଳନ ବିଭିନ୍ନ ସ୍ଥାନରେ ଘଟିଥିବା ଯୋଗୁ ତୁରନ୍ତ ଜାତୀୟ ରାଜପଥ କତ୍ତୃପକ୍ଷ ଏହାର ମରାମତି କରିବାକୁ ମଧ୍ୟ ଦାବି ହୋଇଛି ।
ତେବେ ରାସ୍ତା ନଥିବାରୁ ମୁଖ୍ୟ ସମସ୍ୟା ହେଲା ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ସମ୍ଭବ ହୋଇ ପାରୁନାହିଁ। ସମସ୍ତ ଯାତ୍ରୀବାହୀ, ମାଲବାହୀ ଗାଡ଼ି ଗୁଡ଼ିକ ଅଧିକା କିଲୋମିଟର ରାସ୍ତା ଦେଇ ଯାତାୟତ କରୁଥିବାରୁ ଅଧିକା ସମୟ ଓ ଅଧିକା ଗାଡ଼ି ଭଡ଼ା ଦେବାକୁ ପଡୁଛି। ଜିଲ୍ଲାର ସମସ୍ତ ବଜାରରେ ବହୁ ଖାଦ୍ୟ ସମାଗ୍ରୀ ଦର ବୃଦ୍ଧି ପାଉଥିବା ବେଳେ ସାଧରଣ ଜନତାଙ୍କୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ତେଣୁ ପାଣିପାଗକୁ ଅନୁଧ୍ୟାନ କରି କଳେ ବଳେ କୌଶଳେ ଘାଟି ରାସ୍ତା ତିଆରି କରାଗଲେ ସମ୍ପୂର୍ଣ୍ଣ କନ୍ଧମାଳ ଜିଲ୍ଲା ତଥା ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲା ଓ ଅନ୍ୟ ରାଜ୍ୟ ସହ ଯାତାୟତ ଯାଥା ଶୀଘ୍ର ହେଲେ ସମସ୍ତେ ଉପକୃତ ହୋଇପାରିବେ ବୋଲି ଉଭୟ ଜିଲ୍ଲାର ସୀମାବର୍ତୀ ଅଞ୍ଚଳବାସୀ ଦାବି କରିଛନ୍ତି।
📱 Get Argus News App
✨Related Topics
Explore more stories