Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ୪୦ଟି ଥିଏଟରରେ ମୁକ୍ତିଲାଭ କଲା ଅନନ୍ତା, ଶେଷ ଦୃଶ୍ୟରେ ଦର୍ଶକଙ୍କ ଆଖିରେ ଲୁହ

Odisha

୪୦ଟି ଥିଏଟରରେ ମୁକ୍ତିଲାଭ କଲା ଅନନ୍ତା, ଶେଷ ଦୃଶ୍ୟରେ ଦର୍ଶକଙ୍କ ଆଖିରେ ଲୁହ

Ritu Das
Browse all articles by Ritu Das
·10 months ago·1 min read
୪୦ଟି ଥିଏଟରରେ ମୁକ୍ତିଲାଭ କଲା ଅନନ୍ତା, ଶେଷ ଦୃଶ୍ୟରେ ଦର୍ଶକଙ୍କ ଆଖିରେ ଲୁହ

Key Points

୪୦ଟି ଥିଏଟରରେ ମୁକ୍ତିଲାଭ କଲା ଅନନ୍ତା

ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ରାଣ୍ଡୀ ପୁଅ ଅନନ୍ତାକୁ ନେଇ ଏହି ମୁଭି

ରଜରେ ସବ୍ୟସାଚୀଙ୍କ ଅନନ୍ତାକୁ ଓଡ଼ିଆ ସିନେ ଦର୍ଶକ ନିଶ୍ଚିତ ଦେଖିବେ


ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ରାଣ୍ଡୀ ପୁଅ ଅନନ୍ତାକୁ ନେଇ ସବ୍ୟସାଚୀ ମହାପାତ୍ର ଏବଂ କୁମାର ସି ଦେବଙ୍କ ନିର୍ଦ୍ଦେଶିତ "ଅନନ୍ତା" ସାରା ଓଡ଼ିଶାରେ ୪୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା। ନିଚ୍ଛକ ଓଡ଼ିଆ କାହାଣୀ ସାଙ୍ଗକୁ ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶ ରେ ସୁଟିଂ ହୋଇଥିବା ଅନନ୍ତା କୁ ଦର୍ଶକ ଢେର ଭଲ ପାଇବା ଦେଇଛନ୍ତି l ଚଳଚ୍ଚିତ୍ର ଅନନ୍ତାକୁ ପ୍ରଯୋଜନା କରିଛନ୍ତି ନବୀନ ଭଣ୍ଡାରୀ, ସୂରଜ ମହନୋତ ଏବଂ ଅର୍ଚ୍ଚିତା ସାହୁ । ଚଳଚ୍ଚିତ୍ର ଅନନ୍ତାରେ ଅନନ୍ତା ଭୂମିକାରେ ନାୟକ ସବ୍ୟସାଚୀ ମିଶ୍ର ଅଭିନୟ କରିଛନ୍ତି । ନାୟିକା ସୂର୍ଯ୍ୟମୟୀ ମହାପାତ୍ର, କୁନା ତ୍ରିପାଠୀ, ତାପସ ସରଘରିଆ, ଜ୍ୟୋତିର୍ମୟୀ ପଣ୍ଡାଙ୍କ ସମେତ ଆହୁରି ଅନେକ କଳାକାର ଅଭିନୟ କରିଛନ୍ତି।


ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅଭିଜିତ ମଜୁମଦାର ଓ ଚିତ୍ରତ୍ତୋଳନ କରିଛନ୍ତି ହୁଏତସାଙ୍ଗ ମହାପାତ୍ର। ଏହି କାଳଜୟୀ ଗପ ବର୍ତ୍ତମାନ ସମୟରେ ନିଶ୍ଚିତ ଭାବେ ସମାଜ ପ୍ରତି ସୁ ପ୍ରଭାବ ପକାଇବ ଏଥିରେ ସନ୍ଦେହ ନାହିଁ । ତା ସହିତ ଓଲିଉଡ଼ ଦର୍ଶକ ଏକ ଭଲ ଚଳଚ୍ଚିତ୍ର ରଜ ଉପଲକ୍ଷେ ଦେଖିବାକୁ ପାଇବେ। ପୂର୍ବରୁ ସବ୍ୟସାଚୀ ମହାପାତ୍ରଙ୍କର ସବୁ ମାୟାରେ ବାୟା, ବୋଉ, ଶ୍ରୀ ଜଗନ୍ନାଥ, ବାହୁଡ଼ିବେ ମୋ ଜଗବଳିଆ, ଭୁଖା, ଝିଲି, ଶଳାବୁଢ଼ା, ଆଦିମ ବିଚାର, ପାହାଡ଼ ର ଲୁହ ଇତ୍ୟାଦି ଚଳଚ୍ଚିତ୍ରଗୁଡିକୁ ଦର୍ଶକ ଢେର ଭଲ ପାଇବା ଦେଇଛନ୍ତି। ତେବେ ରଜ ରେ ସବ୍ୟସାଚୀଙ୍କ ଅନନ୍ତାକୁ ଓଡ଼ିଆ ସିନେ ଦର୍ଶକ ଦେଖିବେ ଏବଂ ମନୋରଞ୍ଜନ ପାଇବେ ଏଥିରେ ସନ୍ଦେହ ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored