Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Ollywood / ଓଲିଉଡ୍‌ରେ ଚାଲିଛି କି ଡ୍ରଗସ୍-ଗଞ୍ଜେଇ-ରେଭ୍ ପାର୍ଟି ?

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ଓଲିଉଡ୍‌ରେ ଚାଲିଛି କି ଡ୍ରଗସ୍-ଗଞ୍ଜେଇ-ରେଭ୍ ପାର୍ଟି ?

Key Points

ହ୍ୟୁମାନଙ୍କ ମୃତ୍ୟୁ ଯେତିକି ଦୁଃଖ ଦେଇଛି ତାଠୁ ବଳିଯାଇଛି ତାଙ୍କ ମ୍ୟାନେଜରଙ୍କ ଗାଳିଗୁଲଜ ।
ସେକଥାକୁ ବାରମ୍ବାର କହୁଛନ୍ତି ହ୍ୟୁମାନଙ୍କ ମା । ସେମାନେ କ୍ଷମା ମାଗନ୍ତୁ ।

ମୃତ୍ୟୁ ପରେ ଛାଡୁନି ବିବାଦ । ଗାୟକ ହ୍ୟୁମାନ ସାଗରଙ୍କ ମାଙ୍କୁ ମ୍ୟାନେଜର ଗାଳିଗୁଲଜ କରିବା ଘଟଣା ନେଇ ସୃଷ୍ଟି ହୋଇଛି ବିବାଦ। ହ୍ୟୁମାନଙ୍କ ମା କହିଛନ୍ତି, ପପୁ କ୍ଷମା ମାଗନ୍ତୁ । ଅନ୍ୟପଟେ ପିଣ୍ଟୁ ନନ୍ଦ, ଅଭିଜିତ ମଜୁମଦାରଙ୍କ ପରେ ହ୍ୟୁମାନ ସାଗର, ଜଣେ ପରେ ଜଣେ ଓଲିଉଡ୍ କଳାକାର ନିଶା କବଳରେ ପଡ଼ିବାରୁ ସୃଷ୍ଟି କରିଛି ଅନେକ ପ୍ରଶ୍ନ । ବଲିଉଡ ଭଳି ଓଲିଉଡରେ ବି ଚାଲିଛି କି ନିଶା ସାମ୍ରାଜ୍ୟ ? ଡ୍ରଗସ୍, ଗଞ୍ଜେଇ, ରେଭ୍ ପାର୍ଟି, ଏକ୍ସଟ୍ରା ମାରିଟାଲ ଆଫେୟାର୍ସ, ଷ୍ଟୁଡିଓ ରୋମାନ୍ସରେ ମସଗୁଲ କି କଳାକାର ?

ଏପଟେ ମା ଆଖିରୁ ଲୁହ ଶୁଖିନି । ହ୍ୟୁମାନଙ୍କ ମୃତ୍ୟୁ ଯେତିକି ଦୁଃଖ ଦେଇଛି ତାଠୁ ବଳିଯାଇଛି ତାଙ୍କ ମ୍ୟାନେଜରଙ୍କ ଗାଳିଗୁଲଜ । ସେକଥାକୁ ବାରମ୍ବାର କହୁଛନ୍ତି ହ୍ୟୁମାନଙ୍କ ମା । ସେମାନେ କ୍ଷମା ମାଗନ୍ତୁ । ନଚେତ ଅନୁସନ୍ଧାନ ହେଉ ।

ମଙ୍ଗଳବାର ହ୍ୟୁମାନଙ୍କ ମା କହିଛନ୍ତି ପପୁ କ୍ଷମା ମାଗନ୍ତୁ । ଦିନେଶ ବେହେରା, ପ୍ରଶାନ୍ତ ଓ ଅନ୍ୟନ୍ୟା ବ୍ୟକ୍ତିମାନେ ଯଦି ମତେ କ୍ଷମା ନ ମାଗିବେ, ମୁଁ ଆତ୍ମହତ୍ୟା କରିବି। ସେଥିପାଇଁ ସେମାନେ ଦାୟୀ ରହିବେ ।

ଏଠି ଆମେ ଆମ ଆପଣଙ୍କୁ ସୁଶାନ୍ତ ସିଂହ ରାଜପୁକଙ୍କ କଥା ମନେ ପକାଇ ଦେବାକୁ ଚାହୁଁଛୁ । ବଲିଉଡ ପରି ଓଲିଉଡରେ ଚାଲିଛି କି ନିଶା କାରବାର । ଡ୍ରଗସ, ଗଞ୍ଜେଇ, ରେଭ ପାର୍ଟି, ଏକ୍ସଟ୍ରା ମାରିଟାଲ ଆଫାୟାର୍ସ, ଷ୍ଟୁଡିଓ ଭିତରେ ରୋମାନ୍ସରେ ମସଗୁଲ କି କଳାକାର । ଅଭିନେତା ପିଣ୍ଟୁ ନନ୍ଦ ଆଉ ପରେ ପରେ ଅଭିଜିତ ମଜୁମଦାର ଆଉ ଏବେ ହ୍ୟୁମାନ ସାଗର । ସବୁଠି ଲିଭର ସିରୋସିସ । ହ୍ୟୁମାନଙ୍କ କ୍ଷେତ୍ରରେ ଏପରି କିଛି ହୋଇନାହିଁ ତ ?

ହ୍ୟୁମାନ ଖୁବ କମ ବୟସରେ ଲୋକପ୍ରିୟତାର ଶୀର୍ଷକୁ ପହଞ୍ଚିଥିଲେ। ତେବେ ସେ ନ ଚାହିଁବା ସତ୍ତ୍ବେ ଅନେକ ସମୟରେ ବିବାଦ ଭିତରକୁ ଆସୁଥିଲେ। ଆଉ ତାଙ୍କର ମୃତ୍ୟୁ ପରେ ବି ବିବାଦ ପିଛା ଛାଡୁନି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Ollywood | Are there drug-marijuana-rave parties going on in ollywood? | Argus News