Odisha Politics News / ଅରୁଣ ସାହୁ ମାରିଲେ ‘ତେର୍ଚ୍ଛା ବାଣ: ନୀରବତାରେ ଥିଲା ବଡ଼ ସନ୍ଦେଶ..

Key Points
- 'ଦ୍ଵନ୍ଦାତ୍ମକ ପରିସ୍ଥିତି ଜୀବନର ପ୍ରତିଟି ମୋଡ଼ରେ ଆସେ' ।
- 'ଯେଉଁମାନେ ସରଳ ସମାଧାନ ସୂତ୍ର ଖୋଜି ବାହାର କରିବାରେ ସମର୍ଥ ହୁଅନ୍ତି ସେଇମାନେ ହିଁ ସଫଳ ହୁଅନ୍ତି' ।
ନୂଆବର୍ଷ ଶୁଭେଚ୍ଛା ନାଁରେ ଭୈରବ ପାଣ୍ଡିଆନ ଓ ବିଜେଡିକୁ ତେରଛା ବାଣ ମାରିଲେ ଅରୁଣ । ରାଜ୍ୟରେ ବିଜେଡି ସରକାର ବଦଳିବାର କାରଣ ଲୋକଙ୍କ ଅର୍ଥନୈତିକ ଦୁର୍ଗତି ଯୋଗୁଁ ଅନାସକ୍ତ ବୋଲି ପରୋକ୍ଷରେ ଲେଖିଲେ ବିଧାୟକ ଅରୁଣ ସାହୁ । ଗାଁ ଓ ସହରୀ ଲୋକଙ୍କ ଅର୍ଥନୈତିକ ଦୁର୍ଗତି କଥା ଉଠାଇ ଅରୁଣ ଲେଖିଛନ୍ତି ଏଥିପାଇଁ ଦାୟୀ କିଏ ? ଯେଉଁମାନେ ଦାୟୀ ତାଙ୍କୁ ଏଇମାନେ ଅର୍ଥାତ ଲୋକମାନେ ହିଁ ଦାୟିତ୍ବ ଦିଅନ୍ତି ଏବଂ ଦାୟିତ୍ବ ଦେଇ ସାରି ଆଶ୍ୱସ୍ତ ହୁଅନ୍ତି । କେବେ ଯଦି ଅନାସକ୍ତ ହୁଅନ୍ତି ତେବେ ବଦଳେଇ ଦିଅନ୍ତି । ମାତ୍ର ଅଦଳ ବଦଳରେ ଦାୟୀମାନେ ଖସି ଯାଆନ୍ତି ବୋଲି ଲେଖି ପରୋକ୍ଷରେ ପାଣ୍ଡିଆନଙ୍କୁ ନିଶାନା କରିଛନ୍ତି ।
ସେହିପରି ସୁଜାତା କାର୍ତ୍ତିକେୟାନଙ୍କ ବିଜେଡି ଏଣ୍ଟ୍ରି ନେଇ ଆଣ୍ଟି-ପାଣ୍ଡିଆନ ଓ ପ୍ରୋ- ପାଣ୍ଡିଆନଙ୍କ ଭିତରେ ମୁହାଁ ମୁହିଁ ସ୍ଥିତି ଲାଗି ରହିଥିବା ବେଳେ ନବୀନ କିନ୍ତୁ ରହିଛନ୍ତି ନିରବ । ପରୋକ୍ଷରେ ଏହି ପ୍ରସଙ୍ଗ ଉଠାଇ ଅରୁଣ ଆହୁରି ଲେଖିଛନ୍ତି ଆଶା ଆଶଙ୍କାରେ ଭବିଷ୍ୟତର ଯାତ୍ରା ପାଇଁ ଆଜି କାହିଁକି ସିଏ Confused ? ଦ୍ଵନ୍ଦାତ୍ମକ ପରିସ୍ଥିତି ଜୀବନର ପ୍ରତିଟି ମୋଡ଼ରେ ଆସେ । ଯେଉଁମାନେ ସରଳ ସମାଧାନ ସୂତ୍ର ଖୋଜି ବାହାର କରିବାରେ ସମର୍ଥ ହୁଅନ୍ତି ସେଇମାନେ ହିଁ ସଫଳ ହୁଅନ୍ତି ।
ଦେଖନ୍ତୁ ଏହି ଖବର: କୋଟିଆ ପାଇଁ ନୂଆ ପ୍ଲାନ୍ ! ଦେଓମାଳିକୁ ସ୍ୱତନ୍ତ୍ର ଫୋକସ୍
ଏବେ ଓଡ଼ିଶାରେ ରାଜନୀତିରେ ସବୁଠାରୁ ଚର୍ଚ୍ଚାର ବିଷୟ ହେଲା ବିଜେଡି । କାରର ଏଠି ଏବେ ଚାଲିଛି ମେଳି ପଲିଟିକ୍ସ । ମେଳି ମେଳି ମେଳି । ପ୍ରତିଷ୍ଠା ଦିବସ ପୂର୍ବରୁ ବିଜେଡିରେ ଏବେ ଜୋର ଧରିଛି ମେଳି ପିଲିଟିକ୍ସ । ଆରମ୍ଭ ହୋଇଯାଇଛି ପତିଆରା ଲଢ଼େଇ । ପ୍ରୋ ପାଣ୍ଡିଆନ୍ ଓ ଆଣ୍ଟି ପାଣ୍ଡିଆନଙ୍କୁ ନେଇ ଏବେ ଦଳ ଭିତରେ ମୁହାଁମୁହିଁ ପରିସ୍ଥିତି । ଗୋଟିଏ ଗୋଷ୍ଠୀ ବନ୍ଧୁ ମିଳନ ଆଳରେ ପାଣ୍ଡିଆନ ଦମ୍ପତିଙ୍କୁ ଦଳରେ ନୋ ଏଣ୍ଟ୍ରି ପାଇଁ ଏକଜୁଟ ହେଉଥିବା ବେଳେ ଆଜି ଆଉ ଗୋଟିଏ ଗୋଷ୍ଠୀ ସୁଜାତା ପାଣ୍ଡିଆନଙ୍କୁ ଦଳର ସର୍ବେସର୍ବା କରିବା ପାଇଁ ସଜବାଜ ହୋଇଛନ୍ତି। ସେଥିପାଇଁ ଶଙ୍ଖ ଭବନରେ ଏକଜୁଟ ହୋଇଛନ୍ତି ବିଜେଡିର ମହିଳା ନେତ୍ରୀ ।
ସୁଜାତାଙ୍କୁ ଆଣିଲେ ବିଜେଡି ବଞ୍ଚିଯିବାର ଥିଓରୀ ରଖିବେ ମହିଳା ନେତ୍ରୀ । ଏଥିପାଇଁ ଶଙ୍ଖପତିଙ୍କୁ ଭେଟି ଗୁହାରୀ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ଆଉ ମାତ୍ର ଦୁଇ ଦିନ ପରେ ବିଜେଡିର ୨୯ତମ ପ୍ରତିଷ୍ଠା ଦିବସ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବ୍ଲାକମେଲ୍ ଓ ଚାପ ସୃଷ୍ଟି କରିବା ପାଇଁ ଏକ ବଡ଼ ଧରଣର ଷଡ଼ଯନ୍ତ୍ର ଆରମ୍ଭ ହୋଇଛି ବୋଲି ଚର୍ଚ୍ଚା ହେଉଛି ।
ଅନ୍ୟପଟେ ଏହାର ଖୁଲାସା କରିଛନ୍ତି ଦିନେ ବିଜେଡିର କୋଟେରୀରେ ଥିବା ନେତ୍ରୀ ଶ୍ରୀମୟୀ ମିଶ୍ର । ଦଳର ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଏଭଳି ଉଦ୍ୟମ କରୁଥିବା ସୋସିଆଲ ମିଡିଆରେ ପୋଷ୍ଟ କରି ଆକ୍ଷେପ କରିଛନ୍ତି ଶ୍ରୀମୟୀ ମିଶ୍ର ।
📱 Get Argus News App
✨Related Topics
Explore more stories