Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Operation balu bajra / ସାବାଡ଼ ହେଉଛନ୍ତି ବାଲି ମାଫିଆ; ଅପରେସନ ବାଲୁବଜ୍ର ପ୍ରହାରରେ ଘାଇଲା ବାଲି ମାଫିଆ

Bikash Mohanty
Browse all articles by Bikash Mohanty
·5 months ago·2 min read
ସାବାଡ଼ ହେଉଛନ୍ତି ବାଲି ମାଫିଆ; ଅପରେସନ ବାଲୁବଜ୍ର ପ୍ରହାରରେ ଘାଇଲା ବାଲି ମାଫିଆ
sand

Key Points

ସାବାଡ଼ ହେଉଛନ୍ତି ବାଲି ମାଫିଆ
ଅପରେସନ ବାଲୁବଜ୍ର ପ୍ରହାରରେ ଘାଇଲା ବାଲି ମାଫିଆ
ଚୋରା ବାଲି ଚାଲାଣକାରୀଙ୍‌କୁ ଧରୁଛି ପୋଲିସ


ସାବାଡ଼ ହେଉଛନ୍ତି ବାଲି ମାଫିଆ। ଅପରେସନ ବାଲୁବଜ୍ର ପ୍ରହାରରେ ଘାଇଲା ବାଲି ମାଫିଆ। ପଦ୍ମପୁର ଉପଖଣ୍ଡ ଜଗଦଳପୁର ଥାନା ଅନ୍ତର୍ଗତ ମହୁଲପାଲି ବାଲି ଘାଟରେ ବେଆଇନ ଚାଲାଣ ମାମଲାରେ ମୁଖ୍ୟ ଅଭିଯୁକ୍ତ ଶେଖ ମହମ୍ମଦ ୱାଜିଦ ଓରଫ ଛୁଟକା ଗିରଫ ହୋଇଛି। । ଅବୈଧ ବାଲି ଖନନରେ ବ୍ୟବହୃତ ୫ଟି ଗାଡ଼ିକୁ ମଧ୍ୟ ଜବତ କରାଯାଇଛି । ଜଗଦଳପୁର ଥାନା କେଶ ନମ୍ବର ୦୮ ଆଧାରରେ ଅଭିଯୁକ୍ତ ଛୁଟକାକୁ କୋର୍ଟ ଚାଲାଣ କରାଯାଇଥିବା ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ପାଣ୍ଡବ ଶବର ସୂଚନା ଦେଇଛନ୍ତି ।

ସେପଟେ ଜଗତସିଂହପୁରରେ ଅପରେସନ ବାଲୁବଜ୍ର ପ୍ରହାର। ରଘୁନାଥପୁର ତହସିଲ କୂଳସାହି ନିକଟରେ ବେଆଇନ ବାଲି ଘାଟ ଉପରେ ଜିଲା ପ୍ରଶାସନର ରାତି ଅଧିଆ ଜୋରଦାର ଚଢ଼ାଉ । ୨୦ରୁ ଉର୍ଦ୍ଧ ବାଲି ବୋଝେଇ ହାଇୱା ସହ ମେସିନ ଜବତ କରିଛି ପୋଲିସ, ୬ରୁ ଉର୍ଦ୍ଧ ଡ୍ରାଇଭର ମଧ୍ୟ ଗିରଫ ହୋଇଛନ୍ତି। । ବେଆଇନ ବାଲି ଘାଟରୁ ଦୀର୍ଘ ଦିନ ହେଲା ବାଲି ଚୋରା ଚାଲାଣ ହେଉଥିଲା। ଗତକାଲି ମଧ୍ୟ ରାତ୍ରି ରେ ଜିଲାପାଳ, ଏସ୍ପି ଓ ଉପଜିଲ୍ଲାପାଳ ଙ୍କ ଉପସ୍ଥିତି ରେ ହୋଇଥିଲା ଚଢ଼ାଉ ହୋଇଛି। ଚଢ଼ାଉ ସମୟରେ ଅନେକ ଗାଡ଼ି ଫେରାର ହୋଇ ଯାଇଛନ୍ତି। ପୂର୍ବରୁ ତିର୍ତ୍ତୋଲ ଅଞ୍ଚଳର କିଲିପାଳ ଓ ଜଇପୁର ରେ ଚଢ଼ାଉ କରି ୭୦ରୁ ଉର୍ଦ୍ଧ ବାଲି ହାଇୱା ସହ ୫ଗୋଟି ଅଧିକ ମେସିନ ଜବତ କରାଯାଇଛି। ପୂର୍ବରୁ ବାଲି ଚୋରି ଘଟଣାରେ ସଂପୃକ୍ତ ଥିବା ଖଣି ଅଧିକାରୀ ମଧ୍ୟ ନିଲମ୍ବିତ ହୋଇ ସାରିଛନ୍ତି।

କେନ୍ଦ୍ରାପଡା ଜିଲା ପ୍ରଶାସନ ପକ୍ଷରୁ ବାଲି ଚୋରା ଚାଲାଣ ରୋକିବା ପାଇଁ ଅଭିଯାନ ଯୋରଦାର। ରାଜସ୍ୱ ବିଭାଗ, ଖଣି ବିଭାଗ ଓ ପୋଲିସ ବିଭାଗର ମିଳିତ ସହଯୋଗରେ ଗଠିତ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ବାଲି ଟ୍ରକ୍ ଜବତ କରିଛନ୍ତି। ତେବେ ବିଭିନ୍ନ ସମୟରେ ଚଢାଉ କରାଯାଇ ପ୍ରାୟ ୧୦୨ ଗୋଟି ବାଲି ଟ୍ରକ୍ ଜବତ ହୋଇଛି। ସେଥିମଧ୍ୟରୁ ୧୧ ଗୋଟି ଟ୍ରକ୍ ର ବୈଧ କାଗଜପତ୍ର ନଥିବା ଜଣାପଡିଛି। ଜବତ ଟ୍ରକ୍ ଗୁଡିକୁ ଖଣି ବିଭାଗ କୁ ହସ୍ତାନ୍ତର କରିଛି ପ୍ରଶାସନ। ବେଆଇନ୍ ବାଲି ଉତ୍ତୋଳନ, ପରିବହନ ଓ ଗଚ୍ଛିତ ଥିବା ସ୍ଥାନରେ ସ୍ଵତନ୍ତ୍ର ଟିମ୍ ଚଢାଉ ଜାରି ରହିବ ବୋଲି କେନ୍ଦ୍ରାପଡା ଉପଜିଲାପାଳ ଅରୁଣ କୁମାର ନାୟକ କହିଛନ୍ତି।

ପିପିଲିରେ ବାଲି ମାଫିଆ ଓ ପୋଲିସ ମୁଁହା ମୁଁହି ହୋଇଥିଲେ। ବାଲି ମାଫିଆ ଓ ମାଇନ୍ସ ଅଧିକାରୀ ପୋଲିସ ମୁହାଁ ମୁହିଁ! ପୁରୀ ଜିଲ୍ଲା ମାଇନ୍ସ ଅଧିକାରୀ ଚୋରା ବାଲି ଗାଡି ଓ ଚୋରା ବାଲିକୁ ଜବତ କରିବାକୁ ଯାଇଥିବା ବେଳେ କିଛି ବ୍ୟକ୍ତି ଓ ଅଧିକାରୀ ମୁହାଁ ମୁଁହିଁ ହୋଇଥିଲେ। ଘଟଣା ସ୍ଥଳରେ ପିପିଲି ଥାନା ଅଧିକାରୀ ପହଂଚି ସ୍ଥିତି କୁ ଆୟତ୍ୱ କରି ଜଣକୁ ଅଟକ ରଖିବା ସହ ଗୋଟିଏ JCB ଓ ଏକ ହାଇଓ୍ବା ଗାଡିକୁ ଜବତ କରିଥିଲା ପିପିଲି ପୋଲିସ!
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Operation balu bajra | Operation Balubajra Prahar: Big Action Against Sand Mafia in Odisha | Argus News