Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Rohingya / ଖୁବ୍‌ଶୀଘ୍ର ଓଡ଼ିଶାରୁ ବାହାରିବେ ବାଂଲାଦେଶୀ

Satyendu Sekhar Mishra
Browse all articles by Satyendu Sekhar Mishra
·7 months ago·2 min read
ଖୁବ୍‌ଶୀଘ୍ର ଓଡ଼ିଶାରୁ ବାହାରିବେ ବାଂଲାଦେଶୀ

Key Points

ସିକନ୍ଦର ମର୍ଚାଣ୍ଟ ନେଭିରେ କାମ କରୁଥିବା ବେଳେ ଅନେକ ଦେଶ ସହ ରହିଛି ଲିଙ୍କ।
ବିଦେଶ ଫଣ୍ଡିଂ ଆଣି ସେ ବେଆଇନ ମଦ୍ରାସା ଚଳାଉଥିଲା ।

ଜଗତସିଂହପୁରରେ ବାଂଲାଦେଶୀ ବାହାରିବା ପରେ ଆକ୍ସନ ମୋଡରେ ଓଡ଼ିଶା ପୋଲିସ । ପଶ୍ଚିମବଙ୍ଗରେ SIR ପ୍ରକ୍ରିୟା ଆରମ୍ଭ ହେବା ପରେ ଏବେ ସେଠାରେ ନିରାପଦରେ ରହୁଥିବା ବିଦେଶୀ ଅନୁପ୍ରବେଶକାରୀଙ୍କ ଭିତରେ ଛନକା। ଜଗତସିଂହପୁରରୁ ବାଂଲାଦେଶୀ ବାହାରିବା ଘଟଣାରେ ଏବେ ଏମିତି ଆଶଙ୍କା ଦୃଢ଼ୀଭୂତ ହୋଇଛି।

ଓଡ଼ିଶାକୁ ବାଂଲାଦେଶୀ ବିପଦ । ଅନୁପ୍ରବେଶକାରୀଙ୍କ ନିର୍ଭୟ ଆଡ୍ଡା ପାଲଟିଛି କି ଆମ ରାଜ୍ୟ ? ପଶ୍ଚିମବଙ୍ଗରେ SIR ପରେ ଓଡ଼ିଶା ମୁହାଁ କି ବାଂଲାଦେଶୀ ? ଗତ ଦୁଇ ଦିନର ଘଟଣାକ୍ରମ ଏସବୁ ଆଡକୁ କରୁଛି ଇସାରା। ଜଗତସିଂହପୁରରୁ ବାଂଲାଦେଶୀ ବାହାରିବା ପରେ ମୁଖ୍ୟ ଅଭିଯୁକ୍ତ ସିକନ୍ଦର ଆଲାମର କାର୍ ଓ ପାସପୋର୍ଟ ଜବତ କରିଛି ପୋଲିସ । ତାର ପାସପୋର୍ଟ ରଦ୍ଦ ପାଇଁ ପ୍ରକ୍ରିୟା ଆରମ୍ଭ ସହ ଲୁକ୍ ଆଉଟ ଜାରି କରାଯିବ । ସିକନ୍ଦରକୁ ବାନ୍ଧିବା ପାଇଁ ଖୋଜୁଛି ସ୍ୱତନ୍ତ୍ର ପୋଲିସ ଟିମ୍ । ସିକନ୍ଦର ମର୍ଚାଣ୍ଟ ନେଭିରେ କାମ କରୁଥିବା ବେଳେ ଅନେକ ଦେଶ ସହ ରହିଛି ଲିଙ୍କ। ବିଦେଶ ଫଣ୍ଡିଂ ଆଣି ସେ ବେଆଇନ ମଦ୍ରାସା ଚଳାଉଥିଲା ।

ଅନ୍ୟପଟେ ଅଟକ ସନ୍ଦିଗ୍ଧ ବାଂଲାଦେଶୀଙ୍କ ଆଧାର ଓ ଅନ୍ୟ କାଗଜପତ୍ର ଯାଞ୍ଚ ଚାଲିଛି । ତରିକୁନ୍ଦ ବେରହିମପୁର ଘଟଣାରେ ରଘୁନାଥପୁର ତହସିଲଦାର ଓ RIଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ବେଆଇନ ଜବରଦଖଲ କରି ଦୀର୍ଘ ୪ ବର୍ଷ ଧରି ସିକନ୍ଦର ଆଲାମ ବାଂଲାଦେଶୀଙ୍କୁ ରଖିଥିବା ବେଳେ ସେ ଅଞ୍ଚଳର ଆରଆଇ ଓ ତହସିଲଦାର କେମିତି ଜାଣିପାରିଲେ ନାହିଁ ତାହା ବଡ଼ ପ୍ରଶ୍ନ। ଅନ୍ୟପଟେ ଜିଲ୍ଲାର ସବୁ ତହସିଲଦାରଙ୍କୁ ସରକାରୀ ଜମି ଜବରଦଖଲ ସମ୍ପର୍କିତ ତଥ୍ୟ ତୁରନ୍ତ ଦେବାକୁ ନିର୍ଦ୍ଦେଶ ହୋଇଛି।

ସେପଟେ ଭଦ୍ରକ ଜିଲ୍ଲାରେ ବାଂଲାଦେଶୀ ସନ୍ଦେହରେ ଅଟକ ୧୭ ଜଣଙ୍କର ଆଧାର, ପାନ କାର୍ଡ ଆଦି ଯାଞ୍ଚ କରାଯାଉଛି । ସେମାନେ ଦୀର୍ଘ ବର୍ଷ ହେବ ଭଦ୍ରକ ସହରର ପୁରୁଣା ବଜାର, ଟାଉନ ଥାନା ଓ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ରହି ଗାଁ ଗାଁରେ ଫେରି କରୁଛନ୍ତି । ସେମାନେ ପଶ୍ଚିମବଙ୍ଗ ମୁର୍ସିଦାବାଦ ଅଞ୍ଚଳରୁ ଆସିଛନ୍ତି ।

ଅନ୍ୟପଟେ ପୁରୀରେ ଚାଲିଛି ବାଂଲାଦେଶୀ ଚିହ୍ନଟ । ପୁରୀ ଏସପିଙ୍କ ନିର୍ଦ୍ଦେଶରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି ପୋଲିସ ଟିମ୍। ବାଂଲାଦେଶୀ ପ୍ରସଙ୍ଗରେ ଆଇନ ମନ୍ତ୍ରୀ କହିଛନ୍ତି, ରାଜ୍ୟରୁ ବାହାରିବେ ଅନୁପ୍ରବେଶକାରୀ । ସରକାର ଏନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Rohingya | Bangladeshis will soon leave From Odisha | Argus News