Bharat Bandh / ଆସନ୍ତା କାଲି କେନ୍ଦ୍ରୀୟ ବାଣିଜ୍ୟ ସଂଗଠନର ଭାରତ ବନ୍ଦ ଡାକରା, ବିଜେପି କହିଲା ପ୍ରଭାବହୀନ ।
·7 months ago·2 min read

Key Points
ଆସନ୍ତା କାଲି ଭାରତ ବନ୍ଦ ଡାକରା
ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ବାଣିଜ୍ୟ ସଂଗଠନ
ବିଜେପି କହିଲା ପ୍ରଭାବହୀନ ହେବ ବନ୍ଦ ଡାକରା
ବନ୍ଦ ଡାକରା ଦେଇଛି କେନ୍ଦ୍ରୀୟ ବାଣିଜ୍ୟ ସଂଗଠନ
ବିଜେପି କହିଲା ପ୍ରଭାବହୀନ ହେବ ବନ୍ଦ ଡାକରା
ଆସନ୍ତା କାଲି ଭାରତ ବନ୍ଦ ଡାକରା । କେନ୍ଦ୍ରୀୟ ବାଣିଜ୍ୟ ସଂଗଠନ ଏହି ବନ୍ଦ ଡାକରା ଦେଇଥିବା ବେଳେ ୧୦ରୁ ଅଧିକ ସଂଗଠନ ଏହାକୁ ସମର୍ଥନ ଦେଇଛନ୍ତି । ସେହିଭଳି ବ୍ୟାଙ୍କ ଆସୋସିଏସନ୍ ମଧ୍ୟ ବନ୍ଦକୁ ପୂର୍ଣ୍ଣ ସମର୍ଥନ ଦେଇଛି । ତେଣୁ ଭାରତ ବନ୍ଦର ପ୍ରଭାବ କାଁ ଭାଁ ଦେଖିବାକୁ ମିଳିପାରେ । ଏହି ବନ୍ଦ ଡାକରାକୁ ଅନେକ ଚାଷୀ ସଂଗଠନ ସମର୍ଥନ ଜଣାଇଛନ୍ତି ।ଫେବୃଆରୀ ୧୨ରେ କ'ଣ ବନ୍ଦ ରହିବ ? ଭାରତ ବନ୍ଦ ଡାକରା ଦିଆଯାଇଥିବାରୁ ବ୍ୟାଙ୍କ ସେବା ବନ୍ଦ ରହିବାର ଯଥେଷ୍ଟ ସମ୍ଭାବନା ରହିଛି ।
ସେପଟେ ବନ୍ଦ ଡାକରାକୁ କଡ଼ା ସମାଲୋଚନା କରିଛି ବିଜେପି । ଯେଉଁ ସଂଗଠନ ମାନେ ଶ୍ରମିକମାନଙ୍କୁ ନେଇ ବେପାର କରୁଛନ୍ତି । ଶ୍ରମିକ ଆନ୍ଦୋଳନରେ ଯେଉଁ ସଂଗଠନ ମାନଙ୍କର ରୋଜି ରୁଟି ଚାଲୁଛି । ଶ୍ରମିକ ନାଁରେ ବର୍ଷ ବର୍ଷ ଧରି ରାଜନୀତି କରୁଛନ୍ତି ସେମାନେ ଏହି ବନ୍ଦ ଡାକରା ଦେଇଛନ୍ତି ବୋଲି ଅଭିଯୋଗ କରିଛି ବିଜେପି।
ବନ୍ଦ ଡାକରା ଫଳରେ ରାଜ୍ୟରେ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିପାରେ । କିଛି ଅଞ୍ଚଳରେ ସାର୍ବଜନୀନ ପରିବହନ ସେବାରେ ବାଧା ଆସିପାରେ । ସେହିଭଳି କିଛି ସ୍ଥାନରେ ସ୍କୁଲ, କଲେଜ୍ ମଧ୍ୟ ବନ୍ଦ ରହିବାର ସମ୍ଭାବନା ରହିଛି । କିଛି ଅଞ୍ଚଳରେ ଶିକ୍ଷାନୁଷ୍ଠାନ ବନ୍ଦ ରହିପାରେ ।
ପଢ଼ନ୍ତୁ ଏହି ଖବର: କାଲି ଭାରତ ବନ୍ଦ: ଆଜି ବଦଳିଲା ପେଟ୍ରୋଲ ଡିଜେଲ ମୂଲ୍ୟ... ଜାଣନ୍ତୁ ପେଟ୍ରୋଲ ଡିଜେଲ ମୂଲ୍ୟ କେତେ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିରୋଧ ପ୍ରଦର୍ଶନ ହେଉଥିବା ଅଞ୍ଚଳରେ ବଜାର ଏବଂ ଦୋକାନଗୁଡ଼ିକ ମଧ୍ୟ ବନ୍ଦ ରହିପାରେ । ସେହିଭଳି କିଛି ସ୍ଥାନରେ ସମ୍ଭାବ୍ୟ ରାସ୍ତା ବନ୍ଦ ଭଳି ସ୍ଥିତି ଦେଖିବାକୁ ମିଳିବ । ଓଡ଼ିଶାରେ ମଧ୍ୟ ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିପାରେ ।
କେନ୍ଦ୍ର ସରକାରଙ୍କ ୪ଟି ନୂଆ ଲେବର୍ କୋଡକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । ସୂଚନା ଯେ, ପୂର୍ବ ବର୍ଷ ମୋଟ ୨୯ଟି ଲେବର୍ ଲ'କୁ ସରକାର ବଦଳାଇଥିଲେ । ଆଉ ଏହା ବଦଳରେ ୪ଟି ନୂଆ ଲେବର କୋଡ ଆଣିଥିଲେ । ତେବେ ଏହାକୁ ବିରୋଧ କରି ଭାରତ ବନ୍ଦ ଡାକରା ଦିଆଯାଇଛି ।
ଆସନ୍ତା କାଲି ହେବାକୁ ଥିବା ଭାରତ ବନ୍ଦରେ କେବଳ ବ୍ୟାଙ୍କ ସେବା ସବୁଠାରୁ ଅଧିକ ପ୍ରଭାବିତ ହେବ ବୋଲି ଆଶା କରାଯାଉଛି।
କଣ ଖୋଲା ରହିବ?
ଘରୋଇ କାର୍ଯ୍ୟାଳୟ ଖୋଲା ରହିପାରେ । ହସ୍ପିଟାଲ ଏବଂ ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବା ବନ୍ଦରୁ ବାଦ୍ ପଡିବେ । ବିମାନବନ୍ଦର ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ହୋଇପାରିବ । ଅନଲାଇନ୍ ବ୍ୟାଙ୍କିଂ ଏବଂ ATM ସେବା ଜାରି ରହିବ ।କେନ୍ଦ୍ର ସରକାରଙ୍କ ୪ଟି ନୂଆ ଲେବର୍ କୋଡକୁ ବିରୋଧ କରି ଏହି ବନ୍ଦ ଡାକରା ଦିଆଯାଇଛି । ସୂଚନା ଯେ, ପୂର୍ବ ବର୍ଷ ମୋଟ ୨୯ଟି ଲେବର୍ ଲ'କୁ ସରକାର ବଦଳାଇଥିଲେ । ଆଉ ଏହା ବଦଳରେ ୪ଟି ନୂଆ ଲେବର କୋଡ ଆଣିଥିଲେ । ତେବେ ଏହାକୁ ବିରୋଧ କରି ଭାରତ ବନ୍ଦ ଡାକରା ଦିଆଯାଇଛି ।
ଆସନ୍ତା କାଲି ହେବାକୁ ଥିବା ଭାରତ ବନ୍ଦରେ କେବଳ ବ୍ୟାଙ୍କ ସେବା ସବୁଠାରୁ ଅଧିକ ପ୍ରଭାବିତ ହେବ ବୋଲି ଆଶା କରାଯାଉଛି।
Related Topics
Explore more stories