Strike / ଭାରତ ବନ୍ଦକୁ ନେଇ ଲୋକ ହନ୍ତସନ୍ତ

Key Points
ଭାରତ ବନ୍ଦକୁ ନେଇ ଲୋକ ହନ୍ତସନ୍ତ...
ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ, ଭଙ୍ଗାରୁଜା ।
ବିକ୍ଷୋକ୍ଷ କରୁଛନ୍ତି ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ବାଧୀନ ଫେଡେରେସନ୍ ।
ଆଜି ଭାରତ ବନ୍ଦ....ଏହି ବନ୍ଦ ଡାକରା ଦେଇଛନ୍ତି କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ଵାଧୀନ ଫେଡେରେସନ୍ । ଦେଶବ୍ୟାପୀ ଧର୍ମଘଟ ଡାକରାକୁ ସମର୍ଥନ କରିଛନ୍ତି ପ୍ରମୁଖ ବାମପନ୍ଥୀ ଦଳ । କିନ୍ତୁ ଏହାରି ଭିତରେ ଭୁବନେଶ୍ଵର ରେଲୱେ ଷ୍ଟେସନରୁ ଏପରି ଏକ ଚିତ୍ର ସାମ୍ନାକୁ ଯାହାକୁ ଦେଖିଲେ ସମସ୍ତଙ୍କ ପ୍ରଶ୍ନ ଆସିବ ।
ଭୁବନେଶ୍ଵର ରେଲୱେ ଷ୍ଟେସନର ମୁଖ୍ୟ ଫାଟକ ବନ୍ଦ କରିଛନ୍ତି ଶ୍ରମିକ ନେତା କିନ୍ତୁ ପିଲା ଷ୍ଟେସନ ଭିତରେ ରହିଯାଇଥିବା ବେଳେ ମା' ବାହାରେ ଖାଲି ସେତିକି ନୁହେଁ ଭୁବନେଶ୍ୱରକୁ କ୍ୟାଟିରିଙ୍ଗ କାମରେ ଆସି ଗତକାଲି ରାତିରୁ ବସକୁ ଅପେକ୍ଷା କରିଛନ୍ତି ମହିଳା ଯାତ୍ରୀ । ସେହିପରି ସ୍ତ୍ରୀ'ର ଚିକିତ୍ସା ପାଇଁ ଏମ୍ସ ଆସିଥିବା ଲୋକେ ସମସ୍ୟାରେ ପଡ଼ିଛନ୍ତି । ଟିକେଟ କାଉଣ୍ଟରରେ ଲାଗିଛି ଭିଡ଼ ।
ଭାରତ ବନ୍ଦକୁ ନେଇ ଲୋକ ହନ୍ତସନ୍ତ । ସ୍ବତ୍ତସ୍ପୃତ ଭାବେ ଲୋକେ ସାମିଲ ହେଉନଥିଲେ ବି ଜବରଦସ୍ତ ବନ୍ଦ କରି ଲୋକଙ୍କୁ ହଇରାଣରେ ପକାଉଛନ୍ତି ଆନ୍ଦୋଳନକାରୀ । ବିଭିନ୍ନ ସ୍ଥାନରେ ଗଣ୍ଡଗୋଳ, ଭଙ୍ଗାରୁଜା ଦେଖିବାକୁ ମିଳିଛି । ବିକ୍ଷୋଭ କରୁଛନ୍ତି ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ଵାଧୀନ ଫେଡେରେସନ୍ । ପ୍ରମୁଖ ବାମପନ୍ଥୀ ଦଳ କରିଛନ୍ତି ସମର୍ଥନ । ସିପିଆଇ, ସିପିଏମ ଓ ଫରୱାର୍ଡ ବ୍ଲକ ଭଳି ବାମ ଦଳଗୁଡ଼ିକ ଏହି ଧର୍ମଘଟକୁ ସଫଳ କରିବାକୁ ଆହ୍ବାନ ଦେଇଛନ୍ତି ।
ସୁରକ୍ଷା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ସୁରକ୍ଷା ଦୃଷ୍ଟିରୁ ୨୦ ପ୍ଲାଟୁନ୍ ପୋଲିସ ଫୋର୍ସ ରାଜଧାନୀରେ ମୁତୟନ କରାଯାଇଛି । ପିସିଆର ଟିମ୍ ସହିତ ବିଭିନ୍ନ ଥାନା ଅଧିକାରୀ ମାନେ ବି ମାରୁଛନ୍ତି ପଇଁତରା । କୌଣଷି ଅପ୍ରୀତିକର ପରିସ୍ଥିତି ଯେମିତି ସୃଷ୍ଟି ନ ହୁଏ ସେଥିପାଇଁ ତିକ୍ଷ୍ଣ ନଜର ରଖିଛି ପୋଲିସ । ରେଲୱେ ଷ୍ଟେସନ ମୁଖ୍ୟ ଫାଟକ ବନ୍ଦ କରିଛନ୍ତି ଶ୍ରମିକ ନେତା ।
📱 Get Argus News App
✨Related Topics
Explore more stories