Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଭଗବାନ ଏମିତି ଦୁଃଖ କାହାକୁ ନଦିଅନ୍ତୁ

Odisha

Suicide / ଭଗବାନ ଏମିତି ଦୁଃଖ କାହାକୁ ନଦିଅନ୍ତୁ

Satyendu Sekhar Mishra
Browse all articles by Satyendu Sekhar Mishra
·5 months ago·2 min read
ଭଗବାନ ଏମିତି ଦୁଃଖ କାହାକୁ ନଦିଅନ୍ତୁ

Key Points

କ୍ୟାପିଟାଲ ହସ୍ପିଟାଲରେ ସୁଜାତାଙ୍କ ମୃତଦେହ ବ୍ୟବଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ସ୍ୱାମୀକୁ ଝୁରି ଝୁରି ଜୀବନ ହାରିଲା ସ୍ତ୍ରୀ। ରାଜଧାନୀରେ ବିଷ ପିଇ ଜୀବନ ହାରିଲେ ୨୯ ବର୍ଷୀୟା ମହିଳା ହୋମଗାର୍ଡ । ଚନ୍ଦ୍ରଶେଖରପୁର ମଣ୍ଡପ ବସ୍ତି ଆପାର୍ଟମେଣ୍ଟରେ ବିଷ ପିଇ ଆତ୍ମହତ୍ୟା। ମାନସିକ ଦୁଶ୍ଚିନ୍ତାରୁ ବିଷ ପିଇ ଆତ୍ମହତ୍ୟା କରିଥିବା କହିଲେ ପରିବାର ଲୋକ । ସେପଟେ ପରିବାରକୁ ସହାୟତା ଦେବାକୁ ଦାବି କରିଛି ହୋମଗାର୍ଡ ସଂଘ ।

ମଥାର ସୁହାଗ ଉଜୁଡି ଯିବା ପରେ ଆଉ କାହା ଭରସାରେ ଦିନ କାଟିବ । ଜୀବନ ସାଥି ଯେବେ ଅଧା ବାଟରୁ ହାତ ଛାଡ଼ି ଚାଲିଯାଇଛି, ସେତେବେଳେ କାହା ଆଶାରେ କାଟିବ ବାକି ଜୀବନ । ସ୍ୱାମୀଙ୍କ ବିଚ୍ଛେଦ ସହି ନପାରି ଗୋଟେ ସ୍ତ୍ରୀ ଜୀବନର ସବୁଠୁ ଚରମ ନିଷ୍ପତ୍ତି ନେଇଛି। ବିଷ ପିଇ ଶେଷ କରିଦେଇଛି ଜୀବନ। ରାଜଧାନୀ ଭୁବନେଶ୍ୱରରୁ ସାମ୍ନାକୁ ଆସିଥିବା ଏହି ଖବର ଶୁଣିଲେ ଛାତି କୋରି ହୋଇଯାଉଛି। ଆଖି ଆପେ ଆପେ ଜକେଇ ଦେଉଛି।

ମଣ୍ଡପ ବସ୍ତିରେ ରହୁଥିବା ସୁଜାତା ଏଇ ତିନି ମାସ ତଳେ ଚନ୍ଦ୍ରଶେଖର ପୁର ଥାନାରେ ମହିଳା ହୋମ ଗାର୍ଡ ଭାବେ ନିଯୁକ୍ତ ହୋଇଥିଲେ । ୭ ମାସ ତଳେ ସ୍ବାମୀଙ୍କ ମୃତ୍ୟୁ ତାଙ୍କୁ ଭିତରୁ ହିଁ ଭାଙ୍ଗି ଦେଇଥିଲା। ଉପରକୁ ଯେତେ ଟାଣ ଦେଖେଇ ହେଲେ ବି ମନର ଗଭୀର କ୍ଷତ ଘୋଡ଼ାଇ ରଖୁଥିଲେ ସୁଜାତା। ନା କାହାକୁ କହି ପାରୁଥିଲେ ନା ସହି ପାରୁଥିଲେ। ଏମିତିରେ ହଠାତ ଯେ ସେ ଏମିତି ଚରମ ପଦକ୍ଷେପ ନେବେ କେହି ବିଶ୍ୱାସ କରିପାରୁନାହାନ୍ତି ।

କ୍ୟାପିଟାଲ ହସ୍ପିଟାଲରେ ସୁଜାତାଙ୍କ ମୃତଦେହ ବ୍ୟବଛେଦ ହେବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସୁଜାତାଙ୍କ ମୃତ୍ୟୁ ପରେ ହୋମଗାର୍ଡ ସଙ୍ଘ ସୁଜାତାଙ୍କ ପରିବାରକୁ ସହାୟତା ଯୋଗାଇଦେବାକୁ ସରକାରଙ୍କୁ ଗୁହାରି କରିଛନ୍ତି ।

ତେବେ ଏଠି ପ୍ରଶ୍ନ ଉଠୁଛି ସ୍ୱାମୀଙ୍କ ମୃତ୍ୟୁ ପରେ ଏଭଳି ଚରମ ନିଷ୍ପତି ନେଲେ ନା ଆଉ କିଛି କାରଣ ରହିଛି ? ଚାକିରିରେ କୌଣସି ଚାପ ଥିଲା କି ? କାହିଁକି ସୁଜାତା ପିଇଲେ ବିଷ । ଏନେଇ ସୁଜାତାଙ୍କ ପରିବାର ଲୋକଙ୍କୁ ପଚରା ଉଚରା ଶହ ବୟାନ ରେକର୍ଡ କରିଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Suicide | Bhubaneswar: Lady Homeguard dies under mysterious circumstances | Argus News